No Result
View All Result
ଓଡ଼ିଶା ତାଜା ନ୍ୟୁଜ(୨୪ ଡିସେମ୍ବର ଗୁରୁବାର) ପାରଳାଖେମୁଣ୍ଡି : – ଗଜପତି ଜିଲ୍ଲା ର ମୋହନା ଠାରେ ଅବସ୍ଥିତ ଏମକେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ବହୁଦିନ ଧରି କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀଙ୍କ ଦୀର୍ଘ ବର୍ଷ ଧରି ରହିଥିବା ପ୍ରାପ୍ୟ ନ ଦେଇ ବିଦ୍ୟାଳୟର ସମ୍ପାଦକ ଦଣ୍ଡାସି ସାହୁ କରୋନା ସମୟରେ ବହୁବର୍ଷ ଧରି ବିଦ୍ୟାଳୟରେ କାର୍ଯ୍ୟ କରି ଆସୁଥିବା ୮ ଜଣ କର୍ମଚାରୀଙ୍କୁ ବିଦ୍ୟାଳୟରୁ ମନମୁଖୀ ଭାବେ ବହିଷ୍କୃତ କରିଛନ୍ତି । ଏହା ଏକ ଅମାନବୀୟ କାର୍ଯ୍ୟ ହୋଇଥିବା ଯୋଗୁଁ ବିଦ୍ୟାଳୟର କର୍ମଚାରୀମାନେ ମିଳିତ ଭାବେ ୨୩/୧୨ ମଂଗଳବାର ଦିନ ଗଜପତି ଜିଲ୍ଲାପାଳ ,ଉପଜିଲ୍ଲାପାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଭେଟି ବିଦ୍ୟାଳୟର ସଂପାଦକ ଦଣ୍ଡାସି ସାହୁଙ୍କ ଦୁର୍ନିତୀ, ଶୋଷଣ, କଳାକାର ନାମା ଓ ମନମୁଖୀ କାର୍ଯ୍ୟକଳାପ ଉପରେ ଲିଖିତ ଅଭିଯୋଗ କରିବା ସହିତ ଏହାର ପ୍ରତିକାର ସଂପର୍କରେ ଆଲୋଚନା କରିଥିଲେ ।
ଜିଲ୍ଲା ଅଧିକାରୀ ମାନେ ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଅପର ପକ୍ଷେ ସରକାରଙ୍କ ବିନାନୁମତିରେ ବିଦ୍ୟାଳୟର ନାମ ପରିବର୍ତ୍ତନ କରି ଜିଲ୍ଲା ଓ ଜିଲ୍ଲା ବାହାରୁ ଶିକ୍ଷିତ ଯୁବକ/ଯୁବତୀ ମାନଙ୍କ ଠାରୁ ମୋଟା ଅଙ୍କର ଉତ୍କୋଚ ଗ୍ରହଣ କରି ସେମାନଙ୍କୁ ଚ।କିରୀ ଦେବା ପାଇଁ କହି ଠକି ଭୂଆଁ ବୁଲାଇଛନ୍ତି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ୧୪ ଗୋଟି ପଦବୀ ଅନୁମୋଦନ ଲାଭ କରି ଆସୁଥିବା ବେଳେ ବିଦ୍ୟାଳୟରେ ପ୍ରାୟ ୫୦ ଜଣଙ୍କୁ ନୂତନ ପଦପଦବୀ ରେ ସଂପାଦକ କମିଟିର ବିନା ପରାମର୍ଶରେ ନିଯୁକ୍ତି କରିଥିବାରୁ ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ମହାଘୋଟଲାର ଉଚ୍ଚସ୍ତରୀୟ ତଦନ୍ତ କରିବାପାଇଁ କର୍ମଚାରୀ , ଅଞ୍ଚଳବାସୀ ଓ ବୁଦ୍ଧିଜୀବି ମାନେ ମତବ୍ୟକ୍ତ କରିଛନ୍ତି । (ପାରଳାଖେମୁଣ୍ଡି/ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result