No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଡିସେମ୍ବର ବୁଧବାର) ପଦ୍ମପୁର :- ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରିବା ସକାଶେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାନ ପ୍ରଣୟଣ ତିଆରି କରିଛନ୍ତି । ମାତ୍ର ପ୍ରଶାସନ ଓ ରାଜନୈତିକ ନେତା ମାନଙ୍କର ଦୂର ଦୃଷ୍ଟି ଅଭାବ ହେତୁ ପ୍ରକୃତ ହିତାଧିକାରୀ ସାମାଜିକ ସୁରକ୍ଷାରୁ ବଞ୍ଚିତ ହେଉଛନ୍ତି । ଏପରି ଏକ ସମ୍ବେଦନଶୀଳ ଦୃଶ୍ଯ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ବାଦିକଟା ଗ୍ରାମ ପଞ୍ଚାୟତ ସାପଲହର ଗ୍ରାମରେ । ସତ୍ଯମତୀ କୁମ୍ଭାର ଦୟନୀୟ ଅବସ୍ଥାରେ ଚାଳଘରେ ବସବାସ କରୁଥିବାର ଦୃଶ୍ଯ ଦର୍ଶକଙ୍କ ମଧ୍ୟରେ ଏକ ଆଲୋଡନ ସୃଷ୍ଟି କରିବ ବିଧବା ବୃଦ୍ଧାର ୨ଟି ଝିଅ ଅଛନ୍ତି ।
ସେ ମାନଙ୍କୁ ବାହା କରି ଦେଇ ତାଙ୍କ ସ୍ବାମୀ ଘରେ ରହୁଛନ୍ତି । ତାଙ୍କର ସ୍ବାମୀ ଦୀର୍ଘ ୮ବର୍ଷ ହେବ ମୃତ୍ୟୁ ହୋଇ ଯାଇଛି । ଭତ୍ତା ପାଉଛନ୍ତି ଓ ରାସନକାର୍ଡ ମଧ୍ୟ ମିଳୁଛି । ହେଲେ ରହିବା ପାଇଁ ଘର ଖଣ୍ଡିଏ ନାହିଁ । ଯେଉଁ ଘରେ ବସବାସ କରୁଛନ୍ତି ତାହା ଅତ୍ଯନ୍ତ ସମ୍ବେଦନଶୀଳ ଦୃଶ୍ଯ ଅଟେ । ଏଣୁ ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ ତାଙ୍କ ପ୍ରତି ଦୃଷ୍ଟି ଦେଇ ସଦୟ ହୋଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପ୍ରଦାନ କଲେ ବୃଦ୍ଧାଟି ଉପକୃତ ହୋଇ ପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result