• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସାମୁହିକ ଟିକାକରଣ ପ୍ରଶାସନିକର ଜିଲ୍ଲା ସମନ୍ବୟ କମିଟିର ପ୍ରଥମ ବୈଠକ

Proprietor Abhimanyu Maharana by Proprietor Abhimanyu Maharana
December 22, 2020
in ଓଡ଼ିଶା, ଗଞ୍ଜାମ, ହୋମ୍
0
ସାମୁହିକ ଟିକାକରଣ ପ୍ରଶାସନିକର ଜିଲ୍ଲା ସମନ୍ବୟ କମିଟିର ପ୍ରଥମ ବୈଠକ

?????????????????????????????????????????????????????????

Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୧ ଡିସେମ୍ବର ସୋମବାର ) ଛତ୍ରପୁର : –ଗଞ୍ଜାମ ଜିଲ୍ଲାରେ କୋଭିଡ୍ ଭ୍ୟାକ୍ସିନ୍, ପଲ୍ସ ପୋଲିଓ ଟୀକାକରଣ ଓ ଫାଇଲେରିଆ ନିରାକରଣ ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମକୁ କିଭଳି ଶୃଙ୍ଖଳିତ ଭାବରେ ପରିଚାଳନା କରାଯିବ ସେଥିପାଇଁ ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ବୈଠକରେ ଅଧ୍ୟକ୍ଷତା କରି ଜଣାଇଥିଲେ ଯେ, ଗଞ୍ଜାମ ଜିଲ୍ଲା ଓଡିଶାର ବୃହତ୍ତମ ଜିଲ୍ଲା । ଏହି ଜିଲ୍ଲାକୁ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ଫେରିଥିଲେ । ଅହରହ ଓ ଅକ୍ଲାନ୍ତ ପରିଶ୍ରମ ଫଳରେ କୋଭିଡ୍ ସହ ମୁକାବିଲା କରାଯାଇ ପାରିଛି । ଜିଲ୍ଲାବାସୀଙ୍କୁ କୋଭିଡ୍ ଭ୍ୟାକ୍ସିନ୍ ଯୋଗାଇ ଦିଆଯିବାର କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି କରାଯିବ । ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମକୁ ଠିକ୍ ରୂପେ ପରିଚାଳନା କରି ଭ୍ୟାକ୍ସିନର ସୁ ଆବଣ୍ଟନ ଦିଗରେ ଅନେକ ସତର୍କତା ଓ ପ୍ରସ୍ତୁତିର ଆବଶ୍ୟକତା ରହିଛି । ସଚେତନତା ଓ ପୂର୍ବ ପ୍ରସ୍ତୁତି ଠିକ୍ ରୂପେ ହୋଇପାରିଲେ ସୁ ଆବଣ୍ଟନ ଦିଗରେ କୌଣସି ଅସୁବିଧା ଦେଖାଯିବ ନାହିଁ । ଏଥି ନିମନ୍ତେ ସମସ୍ତଙ୍କର ପ୍ରୟାସ ରହିବା ଆବଶ୍ୟକ । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୨୫,୧୦୩ ସ୍ବାସ୍ଥ୍ୟସେବା କର୍ମୀଙ୍କୁ କୋଭିଡ୍ ଭ୍ୟାକ୍ସିନ୍ ପ୍ରଦାନ କରାଯିବ । ସେଥିନେଇ ଡାଟା ବେସ୍ ପ୍ରସ୍ତୁତ ହୋଇ କୋ ଓ୍ବିନ୍ ସାଇଟ୍ ରେ ଅପଲୋଡ୍ ହୋଇ ସାରିଛି ।

କୋଭିଡ୍ ଭ୍ୟାକ୍ସିନ୍ ପହଁଚିବା ପରେ ତାର ରକ୍ଷଣ ବେକ୍ଷଣ ସହିତ କିଭଳି ସୁଚାରୁ ରୂପେ ଭ୍ୟାକ୍ସିନ୍ ପ୍ରଦାନ କରାଯିବ ସେ ନେଇ ବୈଠକରେ ତଥ୍ୟ ପ୍ରଦାନ କରାଯାଇଥିଲା । ଜିଲ୍ଲାରେ ଆଞ୍ଚଳିକ ଭ୍ୟାକ୍ସିନ୍ ଷ୍ଟୋରରେ ଗଚ୍ଛିତ କରାଯିବ ଏବଂ ସେହିଠାରୁ ସମସ୍ତ କେନ୍ଦ୍ର ଗୁଡିକୁ ଭ୍ୟାକ୍ସିନ ବିତରଣ କରାଯିବ । ଭ୍ୟାକ୍ସିନ୍ ପ୍ରଦାନ କରାଯିବା କେନ୍ଦ୍ର ଗୁଡିକରେ ଭ୍ୟାକ୍ସିନ୍ ଗ୍ରହଣ କରିବାକୁ ଥିବା ବ୍ୟକ୍ତିଙ୍କ ସକାଶେ ଅପେକ୍ଷା ଗୃହରେ ୬ ଫୁଟ ବ୍ୟବଧାନରେ ବସିବା ବ୍ୟବସ୍ଥା, ମାସ୍କ ପରିଧାନ ଇତ୍ୟାଦି ଦିଗରେ ସତର୍କ ରଖାଯିବ । ଭ୍ୟାକ୍ସିନ୍ ପ୍ରଦାନ କରାଯିବା କୋଠରୀକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତି କରି ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ । ଭ୍ୟାକ୍ସିନ୍ ପ୍ରଦାନ ଗୃହରେ ମୁତୟନ କର୍ମଚାରୀ ଓ ଅଧିକାରୀଙ୍କ ଦାୟିତ୍ବ ଓ ଭ୍ୟାକ୍ସିନ୍ ପ୍ରଦାନ ପରେ ଭ୍ୟାକ୍ସିନ୍ ନେଇଥିବା ବ୍ୟକ୍ତିଙ୍କୁ ୩୦ ମିନିଟ୍ ନିରୀକ୍ଷଣ କରି ରଖାଯିବ । ଭ୍ୟାକ୍ସିନ୍ ପ୍ରଦାନ ସକାଶେ ଆବଶ୍ୟକ ସରଞ୍ଜାମ ଇତ୍ୟାଦି ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା । ଫାଇଲେରିଆ ନିରାକରଣ ଅଭିଯାନ ଅନ୍ତର୍ଗତ ସାମୟିକ ଔଷଧ ସେବନ କାର୍ଯ୍ୟକ୍ରମ ଜିଲ୍ଲାରେ ଆସନ୍ତା ଫେବୃୟାରୀ ମାସରେ ଚାଲିବ । କେବଳ ଗର୍ଭବତୀ ମହିଳା, ୨ବର୍ଷରୁ କମ୍ ବୟସର ଶିଶୁ ଓ ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତିଙ୍କ ବ୍ୟତୀତ ଜିଲ୍ଲାର ସମସ୍ତ ଲୋକଙ୍କୁ ଡିଇସି ବଟିକା ସହିତ ଆଲବେଣ୍ଡାଜୋଲ୍ ବଟିକାର ଗୋଟିଏ ମାତ୍ରା ସମସ୍ତେ ଖାଇବେ ।

ଏହି ବଟିକା ଖାଦ୍ୟ ଖାଇବା ପରେ ଖୁଆଯିବ । ଆଶାକର୍ମୀ କିମ୍ବା ତାଲିମ୍ ପ୍ରାପ୍ତ ସ୍ବେଚ୍ଛାସେବୀ ମାନଙ୍କ ଦ୍ବାରା ଘରକୁଘର ବୁଲି ଏହି ଔଷଧ ବିନା ମୂଲ୍ୟରେ ଖୁଆଯିବ । ଜିଲ୍ଲାରେ ସାମୁହିକ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଯେପରି ଶତପ୍ରତିଶତ ସଫଳ ହେବ ଏବଂ ଜିଲ୍ଲାର ସମସ୍ତ ଜନସାଧାରଣ ନିର୍ଦ୍ଧାରିତ ସେବନ ଦିନ ଔଷଧ ଖାଇବେ ସେ ଦିଗରେ ସୁନିଶ୍ଚିତ କରିବାକୁ ଜଣାଇଥିଲେ । ୨୦୨୦ ମସିହାରେ ଜିଲ୍ଲାରେ ୩୭,୭୮,୯୬୪ ଲୋକଙ୍କ ମଧ୍ୟରୁ ୩୫,୪୪,୯୫୮ଜଣ ଏହି ବଟିକା ଖାଇବା ସକାଶେ ଚିହ୍ନଟ ହୋଇଥିଲେ । ତନ୍ମଧ୍ୟରୁ ୨୯,୯୮,୦୭୩ଜଣ ଔଷଧ ସେବନ କରିଥିଲେ ଯାହାକି ଶତକଡା ୮୪.୫୭ ପ୍ରତିଶତ । ଆଗାମୀ ୨୦୨୧ ମସିହାରେ ୩୫,୫୨,୨୨୬ ଜଣ ବ୍ୟକ୍ତିଙ୍କୁ ଏହି ବଟିକା ଖୁଆଇବାର ଯୋଜନା ରହିଛି । ୮୮,୮୦,୫୬୫ଡିଇସି ବଟିକା ଏବଂ ୩୫,୫୨,୨୨୬ଗୋଟି ଆଲବେଣ୍ଡାଜୋଲ୍ ବଟିକାର ଆବଶ୍ୟକତା ରହିଛି । ଏହାର ସୁବଣ୍ଟନ ଓ ସମସ୍ତେ ଯେପରି ଏହି ଔଷଧ ସେବନ କରିବେ ସେ ଦିଗରେ ଗୁରୁତ୍ବ ଆରୋପ କରାଯାଇଥିଲା । ଜିଲ୍ଲାରେ ଜନ୍ମରୁ ୫ ବର୍ଷ ବୟସର ଶିଶୁଙ୍କୁ ୨୦୧୮ ମଇମାସ ପ୍ରଥମ ରାଉଣ୍ଡରେ ୩,୫୦,୮୪୯, ମାର୍ଚ୍ଚ ୨୦୧୯ରେ ୩,୪୨,୩୭୮ ଏବଂ ଜାନୁୟାରୀ ୨୦୨୦ ରେ ୩,୪୯,୧୫୬ ଜଣ ଶିଶୁଙ୍କୁ ପଲ୍ସ ପୋଲିଓ ଟିକା ପ୍ରଦାନ କରାଯାଇଛି । ଜାନୁୟାରୀ ୨୦୨୧ରେ ୩,୫୦,୮୪୯ ଜଣ ଶିଶୁଙ୍କୁ ପଲ୍ସ ପୋଲିଓ ଟିକା ପ୍ରଦାନ କରାଯିବା ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାର ଜନ୍ମରୁ ୫ ବର୍ଷ ବୟ.ର ଶିଶୁ ଯେପରି ଏହି ପୋଲିଓ ଟିକାରୁ ବଞ୍ଚିତ ହେବେନାହିଁ ସେ ଦିଗରେ ଯୋଜନା ପ୍ରସ୍ତୁତ କରି ପ୍ରଦାନ କରିବାପାଇଁ ଗୁରୁତ୍ବ ଦିଆଯାଇଥିଲା ।

ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଯୋଜନାର ସଂପୃକ୍ତ ଅଧକାରୀ ଗଣ ତଥ୍ୟ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ ଜଗଦୀଶ୍ ପଟ୍ଟନାୟକ, ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ (ଭି. ଆଣ୍ଡ ଡି) ଡା. ସନ୍ତୋଷ କୁମାର ପାଢୀ, ଅତିରିକ୍ତ ସ୍ବାସ୍ଥ୍ଥ ଅଧିକାରୀ(ପରିବାର କଲ୍ୟାଣ) ଡା. ଭି. ସରୋଜିନୀ ଦେବୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ, ଡା. ସମ୍ବିତ୍ ପ୍ରଧାନ, Z.C.. (NTD) ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଡା ଅବନୀ କୁମାର ପାତ୍ର, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ଓ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।(ରିପୋର୍ଟ/ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଣପୁର : ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଣପୁର : ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

July 15, 2026
ମହାପ୍ରଭୂଙ୍କ ନବଯୌବନ ଦର୍ଶନ ନିମନ୍ତେ ପୁରୀ ବାସୀ ବଞ୍ଚିତ

ମହାପ୍ରଭୂଙ୍କ ନବଯୌବନ ଦର୍ଶନ ନିମନ୍ତେ ପୁରୀ ବାସୀ ବଞ୍ଚିତ

July 15, 2026
ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ : ଝିପିଝିପି ବର୍ଷା ସତ୍ୱେ ଭକ୍ତ ଗହଳି ବଢୁଛି

ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ : ଝିପିଝିପି ବର୍ଷା ସତ୍ୱେ ଭକ୍ତ ଗହଳି ବଢୁଛି

July 15, 2026
ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ

ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ

July 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଣପୁର : ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଣପୁର : ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

July 15, 2026
ମହାପ୍ରଭୂଙ୍କ ନବଯୌବନ ଦର୍ଶନ ନିମନ୍ତେ ପୁରୀ ବାସୀ ବଞ୍ଚିତ

ମହାପ୍ରଭୂଙ୍କ ନବଯୌବନ ଦର୍ଶନ ନିମନ୍ତେ ପୁରୀ ବାସୀ ବଞ୍ଚିତ

July 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version