No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଡିସେମ୍ବର ସୋମବାର ) ହିଞ୍ଜିଳିକାଟୁ :- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଞିଳିକାଟୁ ବ୍ଲକ ଅଧିନସ୍ଥ ଦୟାପଲ୍ଳୀ ଗ୍ରାମ ପଞ୍ଚାୟତ ଗସ୍ତରେ ଆସି ସୋମବାର ଭେରୁ ସକାଳୁ ୬ ଟା ୪୫ ମିନିଟ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆସି ଗ୍ରାମ ପଞ୍ଚାୟତର ବିଭିନ୍ନ କାର୍ଯ୍ଯର ତଦାରଖ କରିଥିଲେ। ଏଥିରେ ସେନ୍ଟରେ ଅଫ ଏକ୍ସଚେଲ୍ଳେନ୍ସ ଭାବରେ ଦୟାପଲ୍ଲୀ ହାଇସ୍କୁଲ ମନୋନୀତ କରିଥିବାରୁ ବିଦ୍ୟାଳୟରେ କ’ଣ କ’ଣ ଆବଶ୍ୟକ ପଚାରି ବୁଝିଥିଲେ । ବିଦ୍ୟାଳୟ ପାଇଁ ଖେଳ ପଡିଆ, ସ୍ମାର୍ଟ କ୍ଲାସ, କନଫରେନ୍ସ ହଲ, ଲିବରେରୀ, ଚବୋରଟୋରୀ ଓ ଆଇ ସି ଟି କ୍ୟାବ ତିଆରି କରିବା ପାଇଁ ଜିଲ୍ଲାପାଳ କହିଲେ । ଟ୍ରେନ ମୋଡେଲ ବିଦ୍ୟାଳୟ ଓ ଆମ ଗାଁ ଆମ ବିକାଶ ପାଣ୍ଠିରୁ ଗାଁ ଲୋକେ ପାଇଁ ପାର୍କ ସୌନ୍ଦର୍ଯ୍ୟ ଦେଖି ଅତ୍ୟନ୍ତ ଖୁସି ଜାହିର କରିଥିଲେ ।
ଏଥିରେ ସ୍ଥାନୀୟ ସରପଞ୍ଚ ପଞ୍ଚାୟତ ବି.ଆପୋୟ ସହ ଆଲୋଚନା କରିଥିଲେ। ଗାଁ ଲୋକେ ମାନେ ଏହି ପାର୍କ କୁ ଆସୁଛନ୍ତିକି ବୋଲି ସରପଞ୍ଚଙ୍କ ସହ ଗାଁର ସୁବିଧା ଅସୁବିଧା ପଚାରିବୁଝିଥିଲେ। ଜିଲାପାଳଙ୍କ ଗସ୍ତ ସମୟରେ ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ ପଣ୍ଡା,କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ସୁବୁଦ୍ଧି, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏସ୍ .ଶଙ୍କର ରାଓ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିତ୍ୟ ଗୋପାଳ ଦୁଆରୀ, ଗ୍ରାମ ରୋଜଗାର ସେବକ ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଗସ୍ତରେ ଆସି ଗ୍ରାମ ପଞ୍ଚାୟତର ବିଭିନ୍ନ କାର୍ଯ୍ଯର ତଦାରଖ କରି ଫେରିଥିବା ଜଣାପଡିଛି ।(ରିପୋର୍ଟ ଶୁସାନ୍ତ ପ୍ରଧାନ, ହିଞ୍ଜିଳିକାଟୁ)
No Result
View All Result