No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଡିସେମ୍ବର ସୋମବାର ) ପଦ୍ମପୁର :- ଆସନ୍ତା ଜାନୁୟାରୀ ୧ତାରିଖ ଦିନ ଗନ୍ଧମାର୍ଦ୍ଦନ ଆନ୍ଦୋଳନର ୩୬ତମ ବାର୍ଷିକ ଉତ୍ସବ ନୃସିଂହନାଥ ଠାରେ ପାଳନ କରିବା ପାଇଁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର କେନ୍ଦ୍ରୀୟ କମିଟିରେ ପ୍ରସ୍ତାବ ଗୃହିତ ହୋଇଛି । ଆଜି ଯୁବ ପରିଷଦର ଆବାହକ ଶ୍ରୀ ଦିଲ୍ଲୀପ ବେହେରାଙ୍କ ଅଧ୍ୟକ୍ଷତାରେ ନୃସିଂହନାଥ ସ୍ଥିତ ଭାଗବତତତ୍ତ୍ବ ଆଶ୍ରମ ପରିସରରେ ଅନୁଷ୍ଠିତ ବୈଠକରେ ୧ତାରିଖ ବାର୍ଷିକ ଉତ୍ସବ ଓ ଡିସେମ୍ବର ୨୭ତାରିଖ ଦିନ ଟେମରୀ ଗ୍ରାମ ଠାରେ ମାଧବ ସିଂ ଠାକୁରଙ୍କ ସ୍ମୃତିରେ ସହିଦ୍ ଦିବସ ପାଳନ ପାଇଁ ପ୍ରସ୍ତାବିତ ହୋଇ ଥିଲା । ୧୯୮୫ ମସିହା ଅଗଷ୍ଟ ୧୫ ତାରିଖ ଦିନ ଗନ୍ଧମାର୍ଦ୍ଦନ ପର୍ବତରେ ” ବାଳକୋ” ର ବକସାଇଟ୍ ଖଣି ପ୍ରକଳ୍ପ ବିରୁଦ୍ଧରେ ଜନ ଆନ୍ଦୋଳନ କରିବାର ପାଇଁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଗଠିତ ହୋଇଥିଲା ।
ସେହି ଦିନ ଠାରୁ ପ୍ରତିବର୍ଷ ଅଗଷ୍ଟ ୧୯କୁ ସ୍ଥାପନ ଦିବସ ଓ ଜାନୁଆରୀ ୧କୁ ବାର୍ଷିକ ଉତ୍ସବ ଭାବେ ଗନ୍ଧମାର୍ଦ୍ଦନ ପରିଷଦ ପାଳନ କରି ଆସୁଛି । ୨୦୧୦ ମସିହା ଡିସେମ୍ବର ୨୭ ତାରିଖ ଦିନ ଗନ୍ଧମାର୍ଦ୍ଦନ ଆନ୍ଦୋଳନର ନେତା ମାଧବ ସିଂ ଠାକୁର ପୋଲିସ ଗୁଳିରେ ନିହତ ହୋଇଥିଲେ । ଟେମରୀ ଗ୍ରାମରେ ମାଧବ ସିଂ ଠାକୁରଙ୍କ ସ୍ମୃତିରେ ଏକ ସହିଦ୍ ସ୍ତମ୍ଭ ନିର୍ମିତ ହୋଇଛି । ଆସନ୍ତା ଜାନୁୟାରୀ ୧ ବାର୍ଷିକ ଉତ୍ସବରେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗରେ ଅନେକ ଗୁରୁତ୍ୱ ଆଲୋଚନା ହେବ ବୋଲି ସ୍ଥିର କରାଯାଇଛି ।
କୋଭିଡ ନିୟମ ଅନୁଯାୟୀ କମ୍ ସଂଖ୍ୟାରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନକାରୀ ଏଥିରେ ସାମିଲ ହେବା ପରେ ନୃସିଂହନାଥ ସିଂହ ଦ୍ବାରରୁ ୩୬ଟି ମଶାଳ ପ୍ରଜ୍ଜଳିତ ପାଇଁ ସ୍ଥିର ହୋଇଛି । ଆଜି ଅନୁଷ୍ଠିତ କେନ୍ଦ୍ରୀୟ କମିଟି ବୈଠକରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ, ସାଧାରଣ ସଂପାଦକ ଦୁର୍ଯ୍ୟୋଧନ ପୁଟା,ପୂର୍ବତନ ଆବାହକ ଧିରେନ ମହାନ୍ତି,ରାହାସ ବିହାରୀ ସାହୁ,ଜଗଦିଶ ଲୁହାର,ସାମ୍ବାଦିକ ନିରୋଜ ପାଣୀ,କୈଲାସ ଦିଶାରୀ,ରାଜେନ୍ଦ୍ର ସେଠ,ଅନଙ୍ଗ ସିଂ,ଯୋଗୀ ଭୋଇ,ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result