ଓଡ଼ିଶା ତାଜା ନ୍ୟୁଜ୍ (୨୦ଡିସେମ୍ବର ରବିବାର )ବ୍ରହ୍ମପୁର :- ବ୍ରହ୍ମପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଞ୍ଜାମ ନେଟୱର୍କ ଫର୍ ପିପୁଲ୍ ଲିିଭିଂ ଉଇଥ୍ ଏଚ୍ଚ ଆଇ ଭି ଅଣ୍ଡ ଏଡ୍ସ ( Ganjam network for people living with Hiv/Aids) ସଂସ୍ଥା ତରଫରୁ PLHA communityର ନିର୍ମାଣ ଶ୍ରମିକ , ମିସ୍ତ୍ରୀ , ମୂଲିଆଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ ସମୟ ଏଗାର ଘଟିକା ସାୟାରେ ଅନୁଷ୍ଠିତ ହୋଇଅଛି । ଅନୁଷ୍ଟିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଆକାଶ ବିଷୋୟୀ ଯୋଗ ଦେଇ ସାମ୍ପ୍ରତିକ ସମୟରେ ନିର୍ମାଣ ଶ୍ରମିକଙ୍କ ପାଇଁ ଥିବା ସରକାରୀ ଯୋଜନା ସହିତ ଶ୍ରମିକଙ୍କ ସର୍ବନିମ୍ନ ଆବଶ୍ୟକତାକୁ ନେଇ ରହିଥିବା ନିୟମର ଅବତାରଣା କରିଥିଲେ ।

ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଶ୍ରୀ ନୀଳମ୍ବର ପାତ୍ର ଓ ପ୍ରକଳ୍ପ ସଂଯୋଜକ ଜି ଶ୍ରୀନିବାସ ଦୋରା ପ୍ରମୁଖ ଉପସ୍ଥିତ ରହି ଶ୍ରମିକ କାର୍ଡ ପଞ୍ଜିକରଣର ନିୟମାବଳୀ ସହିତ ପଞ୍ଜିକରଣ ପ୍ରକ୍ରିୟା ସମନ୍ଧରେ ସଚେତନା କରିଥିଲେ । ଶ୍ରମିକଙ୍କ ପାଇଁ ଉଦ୍ଧିଷ୍ଟ ଲେବର କାର୍ଡ ଧାରିଙ୍କ ପାଇଁ ଥିବା ସରକାରୀ ଯୋଜନାର ସୁବିଧା ସମନ୍ଧରେ ଆଲୋକପାତ କରିଥିଲେ । ଲେବର କାର୍ଡର ହିତାଧିକାରୀଙ୍କ ସାଧାରଣ ଯୋଗ୍ୟତା ମାପଦଣ୍ଡ ନେଇ ଉଲ୍ଲେଖ କରିଥିଲେ । ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ଲେବର କାର୍ଡଧାରୀଙ୍କ୍ ପାଇଁ ଥିବା ଶିକ୍ଷା , ସ୍ଵାସ୍ଥ୍ୟ , ବୀମା , ବାର୍ଷିକ ପୁନଃ ପଞ୍ଜିକରଣ ବିଷୟରେ ଅଂଶ ଗ୍ରହଣ କରିଥିବା ଶ୍ରମିକ ଗୋଷ୍ଠୀଙ୍କୁ ସଚେତନ କରିଥିଲେ । କାର୍ଯ୍ୟକ୍ରମକୁ ସଂସ୍ଥାର ଆଶା ଦୋରା ଓ ରଶ୍ମିତା ପାତ୍ର ସଂଯୋଜନା କରିଥିଲେ । (ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )