No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଡିସେମ୍ବର ରବିବାର )ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ନୃସିଂହନାଥ ପ୍ରସିଦ୍ଧ ତୀର୍ଥ କ୍ଷେତ୍ରରେ ଥିବା ଟୁରିଷ୍ଟ ବଙ୍ଗଳା ( ଓଟିଡିସି ) ଓ ଟୁରିଷ୍ଟ ଅଫିସର ବିବାଦ ପରିସ୍ଥିତିରେ ପହଞ୍ଚିଛି । ଗୁରୁବାର ଦିନ ଏଠାରେ ଥିବା ନୁତନ ନିର୍ମିତ ୪ଗୋଟି କଟେଜ୍ କୁ ପଦ୍ମପୁର ବିଧାୟକ ଶୁଭ ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ଓଡିଶାର ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିବ ଆର ଯାଦବ ଓ ବିଭାଗୀୟ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଗତ ପାଞ୍ଚ ବର୍ଷ ହେବ ଓଟିଡିସି ବଙ୍ଗଳା ପାଇଁ କେହି ଷ୍ଟାଫ୍ ନିଯୁକ୍ତି ଦିଆଯାଇ ନାହିଁ । ବରଗଡ଼ ରେ ଥିବା ଟୁରିଷ୍ଟ ଅଫିସର ପ୍ରମୋଦ କୁମାର ସିଂ ପାଇକମାଲ ର ସାନ ବାରିକଙ୍କୁ ଅସ୍ଥାୟୀ ଭାବରେ ରକ୍ଷଣାବେକ୍ଷଣ ପାଇଁ ମୌଖିକ ଆଦେଶ ଦେଇ ବଙ୍ଗଳାର ସମସ୍ତ ଚାବି ହସ୍ତାନ୍ତର କରିଥିଲେ । ତେବେ ନୁତନ ୪ଗୋଟି କଟେଜ ଓ ପୁରୁଣା ଓଟିଡିସି ବଙ୍ଗଳା ବତ୍ତର୍ମାନ ମନ୍ଦିର ପରିଚାଳନା କମିଟିକୁ ହସ୍ତାନ୍ତର କରାଯିବା ପାଇଁ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଯାଦବ ଗୁରୁବାର ଆଲୋଚନା କରିଛନ୍ତି । ଏ ପଟେ ଶ୍ରୀ ବାରିକ ଦୀର୍ଘ ୫ବର୍ଷ କାମ କରି ତାଙ୍କର ପାଉଣା ପାଇ ନ ଥିବାରୁ ଚାବି ହସ୍ତାନ୍ତର କରିବେ ନାହିଁ ବୋଲି ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ କୁ ତଥା ଟୁରିଷ୍ଟ ଅଫିସର ଶ୍ରୀ ସିଂଙ୍କୁ କହିଛନ୍ତି ।
ଏ ନେଇ ଶ୍ରୀ ସିଂଙ୍କୁ ପଚାରିବାରୁ ସାନ ବାରିକ ଓଟିଡିସି ବଙ୍ଗଳା ଦାୟିତ୍ୱରେ ଥିଲା,ଏବଂ ମାସକୁ ଯାହା ଆୟ ହେଉଥିଲା ସେଥିରୁ ତାର ପାଉଣା ରଖୁଥିଲା ବାକି ଟଙ୍କା ମୋତେ ଦେଉଥିଲା,ତେଣୁ ସେ ଆଉ କୋଉଠୁ ପାଉଣା ପାଇବ ବୋଲି କହିଥିବା ବେଳେ,ସାମ୍ବାଦିକ ମାନେ ପୁଣି ପଚାରି ଥିଲେ ଯେ ଶ୍ରୀ ବାରିକ ମାସକୁ କେତେ ଟଙ୍କା ରଖୁଥିଲା ଏବଂ ତୁମକୁ କେତେ ଟଙ୍କା ଦେଉଥିଲା । ଯଦି ଟଙ୍କା ରଖୁଥିଲା ତେବେ ୫ବର୍ଷର ପାଉଣା କାହିଁକି ମାଗୁଛି । ଏଥିରେ ଟୁରିଷ୍ଟ ଅଫିସର ଶ୍ରୀ ସିଂ କିଛି ଉତ୍ତର ଦେଇ ନ ଥିଲେ । ଅର୍ଥାତ ୫ବର୍ଷ ଯାଏଁ ବରଗଡ଼ ରେ ଥିବା ଟୁରିଷ୍ଟ ଅଫିସର ପ୍ରମୋଦ କୁମାର ସିଂ ସମସ୍ତ ଆୟ ଟଙ୍କା ଆତ୍ମସାତ କରିଛି । ତାଙ୍କର ଜଣେ ପରିଚୟ ଲୋକ ଙ୍କୁ ବଙ୍ଗଳା ଦାୟିତ୍ୱ ବିନା କାଗଜ ପତ୍ରରେ ସମର୍ପି ଦେଇ ଘରେ ବସି ସମସ୍ତ ବଙ୍ଗଳାର ଆୟ ଟଙ୍କା ବିଭାଗକୁ ମଧ୍ୟ ଯାଇନାହିଁ । ତେଣୁ ଏହାର ଏକ ତଦନ୍ତ କରାଯାଉ ଯଦି ତଦନ୍ତ ନ ହୁଏ ତେବେ ସମସ୍ତଙ୍କର ଏଥିରେ ଭାଗ ବଣ୍ଟା ଥିବା ବୋଲି ଜଣାପଡେ । ତଦନ୍ତ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result