• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟାଟା କମ୍ପାନୀ ଅଧିଗ୍ରହଣ କରିଥିବା ୪ ହଜାର ଏକର ଅବ୍ୟବହୃତ ଜମି ଚାଷୀଙ୍କୁ ଫେରସ୍ତ କରିବା ଦାବିରେ ରାଲି ଓ ଗଣବିକ୍ଷୋଭ

Proprietor Abhimanyu Maharana by Proprietor Abhimanyu Maharana
December 20, 2020
in ଓଡ଼ିଶା, ଗଞ୍ଜାମ, ହୋମ୍
0
ଟାଟା କମ୍ପାନୀ ଅଧିଗ୍ରହଣ କରିଥିବା ୪ ହଜାର ଏକର ଅବ୍ୟବହୃତ ଜମି ଚାଷୀଙ୍କୁ ଫେରସ୍ତ କରିବା ଦାବିରେ ରାଲି ଓ ଗଣବିକ୍ଷୋଭ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଡିସେମ୍ବର ରବିବାର ) ବ୍ରହ୍ମପୁର :- ବେଆଇନ ଭାବେ IREL ଓ TATA କମ୍ପାନୀ ସ୍ଥାନୀୟ ଗ୍ରାମବାସୀଙ୍କ ଜମିକୁ ବିକାଶ ନାଁ ରେ ଜବରଦଖଲ କରି ରଖିବା ବିରୋଧରେ ଜୀବନ ଜୀବିକା ପରିବେଶ ସୁରକ୍ଷା ମଞ୍ଚ ଆଜି କମIପଲ୍ଲୀ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଟାଟାବେଞ୍ଜ ଛକଠାରେ ସିପିଆଇ ଏମଏଲ ରେଡଷ୍ଟାର ପକ୍ଷରୁ ଉକ୍ତ ଦାବିନେଇ ଆୟୋଜିତ ହେଉଥିବା ଏକ ଗଣବିକ୍ଷୋଭରେ ସାମିଲ ହୋଇଥିଲେ l ମିଥ୍ୟାକେସ ଅଭିଯୋଗରେ ୧୬ ଡିସେମ୍ବର ଦିନ ଚମାଖଣ୍ଡି ପୋଲିସ ଦ୍ୱାରା ଗିରଫ ହୋଇଥିବା ସାଥୀ ଗୁରୁଦେବ ବେହେରାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି ହୋଇଥିଲା । ସାଥି ଗୁରୁଦେବ ବେହେରା ହେଉଛନ୍ତି ଜୀବନ ଜୀବିକା ଓ ପରିବେଶ ସୁରକ୍ଷା ମଞ୍ଚ ର ଆବାହକ ଏବଂ ସେ ପରିବେଶ ବିରୋଧୀ ମୋନାଜାଇଟ୍ ପ୍ଲାଣ୍ଟ ବିରୋଧୀ ନେତା ଭାବେ ପରିଚିତ । ମୋନାଜାଇଟ ପ୍ଳାଣ୍ଟ ଯୋଗୁଁ ୩୦କିମି ପରିଧିରେ ଜଳ, ବାୟୁ ପ୍ରଦୂଷଣ ହୋଇ ମାରାତ୍ମକ ବୃକକ ରୋଗର ଶିକାର ହୋଇ ଖର୍ଚ୍ଚାନ୍ତ ହେବା ସହ ହଜାର ହଜାର ଜୀବନ ପ୍ରଭାବିତ ହୋଇ ପରିବାର ଶୂନ ହୋଇପଡୁଛି ।

ଏଥିପାଇଁ ମୋନାଜାଇଟ ପ୍ଳାଣ୍ଟକୁ ତୁରନ୍ତ ବନ୍ଦ କରି ସାଧାରଣ ଗ୍ରାମବାସୀଙ୍କ ଜୀବନ ବଞ୍ଚାଇବାକୁ ଦାବି ରଖିଛନ୍ତି । ସେ ଭାରତୀୟ ବିରଳ ମୃତ୍ତିକା କମ୍ପାନୀ ଦ୍ୱାରା ବେଆଇନ ଭାବେ କବଜା ହୋଇଥିବା ଦଲିତ ତଥା ସ୍ଥାନୀୟ ଗ୍ରାମବାସୀଙ୍କ ଜମିର ସୁରକ୍ଷା ପାଇଁ ମଧ୍ୟ ସଂଗ୍ରାମ କରୁଥିଲେ। ସେ ସି.ଏସ.ଆର ପାଣ୍ଠି ଲୁଟ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ ଏବଂ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁଁ ସଂଘର୍ଷ କରୁଥିଲେ। ଆଇଆରଇଏଲ୍ ସ୍ଥାନୀୟ କଣମଣl, ଆର୍ଜିପଲ୍ଲୀ, କlଳିପଲ୍ଲୀ ପଂଚାୟତର ଗ୍ରାମର ଜମିକୁ ଜବରଦଖଲ କରିରଖିଛି l ସେମାନେ ଏହି ବେଆଇନ କବଜା ବିରୋଧରେ ସଂଘର୍ଷ କରୁଥିଲେ। ସ୍ଥାନୀୟ ପୋଲିସ୍ ସହିତ ଆଇଆରଏଲ୍ ମିଳିତ ଷଡଯନ୍ତ୍ର କରି ଗୁରୁଦେବ ବେହେରା ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ବିରୋଧରେ ମିଥ୍ୟା ମାମଲା କରି ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରି ଗ୍ରାମବାସୀଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଅଧିକାର ଦାବିରୁ ନିବୃତ୍ତ କରିବା ପାଇଁ ଏହି ଆକ୍ରୋଶମୂଳକ ଗିରଫ କରାଯାଇଛି |

ଏହି ଅନ୍ୟାୟ ଗିରଫ ବିରୋଧରେ ସ୍ଥାନୀୟ ଗ୍ରାମବାସୀ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟକୁ ୧୬ ତାରିଖ ସନ୍ଧ୍ୟା ରେ ଘେରାଉକରି ୫ ଘଣ୍ଟା ଧରିବିକ୍ଷୋଭ ପ୍ରଦର୍ଶନ କରିଥିଲେ। IRELର ମିଥ୍ୟା କେଶ ପ୍ରତ୍ୟାହାର, ବଳପୂର୍ବକ ଦଖଲକୁ ନେଉଥିବା ଜମିକୁ ଘେରି ମୁକ୍ତ କରି ଗ୍ରାମବାସୀଙ୍କ ଫେରସ୍ତ କରିବା ଦାବି ସହ ଟାଟା ଅଧିଗ୍ରହଣ କରିଥିବା ଜମିକୁ ସେମାନଙ୍କ ମାଲିକ କିମ୍ବା ସେମାନଙ୍କର ଆଇନଗତ ଉତ୍ତରାଧିକାରୀଙ୍କୁ ଫେରାଇବାକୁ ଦାବି କରିଥିଲେ ସେହିପରି ଗୋପାଳପୁର ଟାଟା ଇସ୍ପାତ କାରଖାନା ନାମରେ ଟାଟା କମ୍ପାନୀ ଦ୍ୱାରା ଭୂମି ଅଧିଗ୍ରହଣ କରାଯାଇଥିଲା। ଗୋପାଳପୁର ଠାରେ ଟାଟା କମ୍ପାନୀ ଦ୍ୱାରା ମେଗା ଷ୍ଟିଲ ପ୍ଲାଣ୍ଟ ବସାଇବା ନାମରେ ବ୍ୟାପକ ସରକାରୀ ଓ ବେସରକାରୀ ଜମି ଅଧିଗ୍ରହଣ କରାଯାଇଥିଲା। ଲୋକଙ୍କ ଚାଷବାସ ଓ ଜୀବିକା ମାରି ବ୍ୟାପକ ଜମି ଅଧିଗ୍ରହଣକୁ ବିରୋଧ କରି ଗଣ ସଂଗ୍ରାମ ସମିତି ନେତୃତ୍ୱରେ ବ୍ୟାପକ ଜନ ଆନ୍ଦୋଳନ ଛିଡା ହୋଇଥିଲା। ଏହାକୁ ନେଇ ସେତେବେଳର ସରକାର ଲୋକଙ୍କ ଉପରେ ଗୁଳି ଚଳାଇଥିଲା, ଫଳରେ ମହିଳାଙ୍କ ସମେତ ୪ ଜଣ ଆନ୍ଦୋଳନକାରୀ ସହିଦ ହୋଇଥିଲେ।

ଶେଷରେ ଟାଟା ଏହି ପ୍ରକଳ୍ପ ନିର୍ମାଣ ଯୋଜନାରୁ ଓହରି ଯାଇଥିଲା। ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ସ୍ଥଗିତ ରହିଲା। କିନ୍ତୁ ଟାଟା ଦଖଲ କରିଥିବା ୪ ହଜାର ଏକରରୁ ଉର୍ଦ୍ଧ୍ବ ଜମି ଏବେ ମଧ୍ୟ ଟାଟା କମ୍ପାନୀ ନିକଟରେ ରହିଛି। କମ୍ପାନୀ ବାଉଣ୍ଡରୀ ୱାଲ କରି ଏହି ଜମିକୁ ନିଜ ଅଧୀନରେ ରଖିଛି। ଅନ୍ୟପକ୍ଷରେ କମ୍ପାନୀ ନିର୍ମାଣ ହେଲେ ଚାକିରୀ ପାଇବାକୁ ପ୍ରତିଶୃତି ପାଇଥିବା ଚାଷୀ ଓ ଗ୍ରାମବାସୀ ହତାଶ ହୋଇଛନ୍ତି। ସେମାନେ ଜମି, ଜୀବିକା, ରୋଜଗାର ସବୁକିଛି ହରାଇଛନ୍ତି। ଏହି ପରିପ୍ରେକ୍ଷୀରେ ଟାଟା ଦଖଲରେ ଥିବା ସମସ୍ତ ଘରୋଇ ଜମିକୁ ଜମି ମାଲିକ ମାନଙ୍କୁ ଏବଂ ସରକାରୀ ଜମିକୁ ସ୍ଥାନୀୟ ଭୂମିହୀନ ଲୋକଙ୍କ ମଧ୍ୟରେ ବଣ୍ଟନ କରିବାକୁ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ-ଲେନିନବାଦୀ) ରେଡ଼ଷ୍ଟାର ଗଂଜାମ ଜିଲ୍ଲା କମିଟି ପକ୍ଷରୁ ଦାବି କରାଯାଇଛି।

କଳିଙ୍ଗ ନଗର ଆନ୍ଦୋଳନ ପରେ ଆମ ଦେଶରେ ହୋଇଥିବା ଆଇନ ଭୂମି ଅର୍ଜନ, ପୁନର୍ବାସ ଓ ଥଇଥାନରେ ଉଚିତ ମୂଲ୍ୟ ଏବଂ ସ୍ୱଚ୍ଛତା ଅଧିକାର ଆଇନ ୨୦୧୩ ଓ ଅଧିନିୟମ ୨୦୧୫, ଚାପ୍ଟର ୬, ଧାରା ୨୦ ଅନୁସାରେ ଅବ୍ୟବହୃତ ଜମି ଫେରସ୍ତ ସମ୍ପର୍କରେ, ଏହି ଆଇନ ବଳରେ ଅଧିଗ୍ରହଣ କରାଯାଇଥିବା ଜମି ଦୀର୍ଘ ୫ ବର୍ଷ ଧରି ଅବ୍ୟବହୃତ ହୋଇ ରହିଲେ ସେହି ଜମିକୁ ଜମିର ମାଲିକ, ମାଲିକ ଗୋଷ୍ଠୀ ତଥା ସେମାନଙ୍କ ଉତ୍ତରାଧିକାରୀଙ୍କୁ ଫେରେଇ ଦିଆଯିବ। ଏଣୁ ଏହି ଆଇନ ଅନୁସାରେ ଟାଟା ନିକଟରେ ଥିବା ସମସ୍ତ ଜମିକୁ ମୁକ୍ତ କରି ପ୍ରକୃତ ଜମି ମାଲିକ ଚାଷୀଙ୍କ ମଧ୍ୟରେ ଏହି ଜମି ଗୁଡିକୁ ବାଣ୍ଟି ଦେବା ଏବଂ ସରକାରୀ ଜମିକୁ ଭୂମିହୀନ କୃଷକଙ୍କ ମଧ୍ୟରେ ବଣ୍ଟନ କରିବାକୁ ପାର୍ଟି ଗଂଜାମ ଜିଲ୍ଲା କମିଟି ଏବଂ ଜୀବନ, ଜୀବିକା ଓ ପରିବେଶ ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖାଯାଇଛି ବୋଲି ପାର୍ଟିର ଗଞ୍ଜାମ ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ଏବଂ ଜୀବନ, ଜୀବିକା ଓ ପରିବେଶ ସୁରକ୍ଷା ମଞ୍ଚର ଉପଦେଷ୍ଟା ଅବନୀ ଗୟା ପ୍ରକାଶ କରିଛନ୍ତି। TATA ଦ୍ବାରା ଅଧିଗ୍ରହଣ ହୋଇଥିବା ଅବ୍ୟବହୃତ ଜମିକୁ ଆଇନ ଅନୁଯାୟୀ ଫେରସ୍ତ କରିବାରେ ସରକାରଙ୍କ ଦୋମୁହାଁ ନୀତି ବିରୁଦ୍ଧରେ ସାଥୀ ଗୁରୁଦେବ ବେହେରା ଏବଂ ତାଙ୍କ ସଂଗଠନ ଜୀବନ, ଜୀବିକା ଓ ପରିବେଶ ସୁରକ୍ଷା ମଞ୍ଚ ସଂଘର୍ଷ କରୁଥିଲେ |

ତେଣୁ ଟାଟା ଦଲାଲ୍ ଏବଂ ଆଇଆରଇ ଲିମିଟେଡ୍ ଜିଲ୍ଲା ପ୍ରଶାସନ ସହିତ ନେକ୍ସସ୍ ତିଆରି କରି ଲୋକଙ୍କ ଉପରେ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚିଥିଲା | ସଂଘର୍ଷ କରୁଥିବା ଗ୍ରାମବାସୀ ଏବଂ ନେତା ଗୁରୁଦେବ ବେହେରା ଉପରେ ମିଥ୍ୟା ମାମଲା ପଞ୍ଜିକୃତ କରି ୨୭ ଜଣ ଗ୍ରାମବାସୀଙ୍କୁ ବେଆଇନ ଗିରଫ କରିଛି । ଏହାକୁ ଦୃଢ ବିରୋଧ କରିବା ସହ ସମସ୍ତ ମିଥ୍ୟା ମାମଲା ପ୍ରତ୍ୟାହାର କରି ନିସର୍ତ୍ତ ଖଲାସ କରିବା ଏବଂ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗଣବିକ୍ଷୋଭରେ ଦୃଢ ମତ ଉପସ୍ଥାପନ କରିଥିଲେ । ନଚେତ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ଓ ଆଇନଜୀବି ଅବନୀ ଗୟା ଚେତାବନୀ ପ୍ରଦାନ କରିଛନ୍ତି । ଏହି ଗଣବିକ୍ଷୋଭ ଆଦିବାସୀ ଭାରତ ମହାସଭା ର ରାଜ୍ୟ ଆବାହକ ଟୁନା ମଲ୍ଲିକ, କ୍ରାନ୍ତିକାରୀ କୃଷକ ସଭାର ପି.ପାର୍ବତୀ, ମିଥ୍ୟା କେଶର ଶିକାର ହୋଇଥିବା କଣମଣା ଗ୍ରାମ ପଞ୍ଚାୟତର ସଭାପତି ଉଦୟ ପ୍ରଧାନ, ଭଗବାନ ପ୍ରଧାନ, ଇନ୍ଦୁ ପ୍ରଧାନ, ଦଣ୍ଡପାଣି ପ୍ରଧାନ, ବନ୍ଧୁ ପ୍ରଧାନ, ଭଗବାନ ପ୍ରଧାନ, ଝୁନା ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ l (ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version