No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଡିସେମ୍ବର ଶୁକ୍ରବାର ) ଗଜପତି ରାୟଗଡ :- ଦିନକୁ ଦିନ ବଢ଼ିବାରେ ଲାଗିଛି ରାୟଗଡ ଅଂଚଳରେ ଆନ୍ଦ୍ରବେପାରି ବ୍ୟବସାୟ ରାଜ୍ୟ ସରକାରଙ୍କ କୌଣସି ଦାଇତ୍ୱ ନ ଥିବାରୁ ଓଡିଶାକୁ ଆସି ଆନ୍ଦ୍ର ବେପାରୀ ମାନେ ନାନା ପ୍ରକାର ବେଆଇନ ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି l ଆନ୍ଦ୍ରବେପାରି ମାନେ ପୂର୍ବରୁ ଏକାଠି ବଣଯାତ ଦ୍ରବ୍ୟ କିଣି ସାଇକେଲ ବା ମୋଟର ସାଇକେଲ ନେଉଥିଲେ l ବର୍ତ୍ତମାନ ସବୁ ଗାଁକୁ ରାସ୍ତାହୋଇଯାଇ ଥିବା ଯୋଗୁ ଏହାର ସୁଯଗ ନେଉ ପ୍ରତି ଗାଁ ଗାଁ ବୁଲି ଏଠାକାର ବନଯାତ ଦ୍ରବ୍ୟ ମିନି ଟ୍ରକ ମାନଙ୍କରେ ବେଆଇନ ଭାବର ଆନ୍ଦ୍ରକୁ ଚାଳନ ହେଉଥିବା ଦେଖିବାକୁ ମିଳିଛି l
ଏହା ସହିତ ଆନ୍ଦ୍ରର ବହୁ ବ୍ୟବସାୟୀ ମାନେ ଓଟୋ ମକ୍ସ୍ ପିକପି ଆଦି ଗାଡ଼ିରେ ନକଲି ଘରଇ ବ୍ୟବହାର ଜିନିଷ ଓ ଇଲୋକଟ୍ରେନିକ ଜିନିଷ ସରଳିଆ ଆଦିବାସୀ ଓ ହରିଜନ , ଦଳିତ ଲୋକ ମାନଙ୍କୁ ବିକ୍ରି କରୁଛନ୍ତି l ଯାହାଦ୍ୱାରା ନକଲି ଜିନିଷ କିଣିଥିବା ବ୍ୟକ୍ତି ମାନେ ହଇରାଣ ହୋଇଥିବା ବେଳେ ଆମ ରାଜ୍ୟ ସରକାର ଙ୍କୁ କିଛି ବି GST ମେଲୁ ନଥିବା ଦେଖୁବକୁ ମେଳୁଛି l କୋରନା କାଳରେ ସ୍ଥାନୀୟ ଲୋକ ବ୍ୟବସାୟ କରି ଗୁଜରାଣ ମେଣ୍ଟାଉଥିବା ବେଳେ ଆନ୍ଦ୍ରବେପାରି ମାନଙ୍କ ନକଲି ଜିନିଷ ପତ୍ର ବିକ୍ରିକରି ଚାଲି ଯାଉଥିବା ଯୋଗୁ ଏଠାକାର ଛୋଟ ଛୋଟ ବ୍ୟବସାୟ ମାନଙ୍କ ବ୍ୟବସାୟ ହୋଉଁଥିବା ଯୋଗୁ କ୍ଷତିରେ ପଡୁଥିବା ପ୍ରକାଶ କରିଛନ୍ତି l
ଏପଟେ ସ୍ଥାନୀୟ ବ୍ୟବସାୟିକ ଜୀବିକା ଉପରେ ଏହାର ପ୍ରଭାବ ପଡୁଥିବା ବଳେ ଆରପଟ ଆନ୍ଦ୍ରବେପାରି ମନେ ବିନା GST ରେ ବ୍ୟବସାୟ କରୁଥିବା ଯୋଗୁ ରାଜ୍ୟର ରାଜସ୍ୱ ହାନି ହେଉଅଛି l ଓଡ଼ିଆ ରେ ଆନ୍ଦ୍ରବେପାରି ଙ୍କୁ କୌଣସି କଟକଣା ନ ଥିବାରୁ ଦିନକୁ ଦିନ ବ୍ୟବସାୟ ବଢ଼ିବାରେ ଲାଗିଛି l ତେଣୁ ଓଡ଼ିଆ ସରକାର ଆନ୍ଦ୍ର ବେପାରୀ ମାନଙ୍କ ଉପରେ କୌଣସି ପଦକ୍ଷେପ ନ ନେବେ ତେବେ ଆଗମିଦିନରେ ଓଡିଶା ବେପାରୀ ମାନେ ଗୁଜରାଣ ହରାଇବେ l ଓଡ଼ିଶାର ବ୍ୟବସାୟ ମାନେ ସରକାରଙ୍କ ନିୟମ ଅନୁସାରେ GST ପୈଠ କରି ବ୍ୟବସାୟ କରୁଥିବା ବେଳେ ଆନ୍ଦ୍ରବେପାରି ମାନେ ବିନା GST ରେ ବ୍ୟବସାୟ କରୁଥିବା ଦେଖିବାକୁ ମେଳୁଛି l ଅଧିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ l (ଗଜପତି ରାୟଗଡ ସଂଜୀବ କୁମାର ପାଣି )
No Result
View All Result