No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଡିସେମ୍ବର , ଶୁକ୍ରବାର ) ରାୟଗଡ :- ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ସ୍ଥାନୀୟ ଗୁମ୍ମା ରେ ଥିବା ସାଲେମ କଟେଜ ଠାରେ ଗୁରୁବାର ଦିନ ରାଜ୍ୟ ମାଇନରେଟି ସେଲର ସାଧାରଣ ସମ୍ପାଦକ ପଲ୍ଲବ କୁମାର ଲିମ୍ମା ଙ୍କ ନେତୃତ୍ୱରେ ମାଇନରେଟି ଗୋଷ୍ଟି ପାଇଖାନା ଯୋଜନା ବା ଶୌଚ୍ଛ ଭାରତ ଆନୁକୂଲ୍ୟରେ ପାଇଖାନା ଓ ପରିଶ୍ରା ଗାର ନିର୍ମିତ ପାଇଁ ବୈଠକ ଅନୁଷ୍ଠିତ ହୋଇଅଛି l ଗଜପତି ଜିଲ୍ଲାର ସମସ୍ତ ମଣ୍ଡଳୀ ମାନଙ୍କରେ ଏବଂ ମନ୍ଧିର ମାନଙ୍କରେ ପାଇଖାନା ଓ ପରିଶ୍ରା ଗାର ନିର୍ମାଣ ପାଇଁ ଉକ୍ତି ବୈଠକରେ ଆଲୋଚନା କରାଯାଇଅଛି l
ଗୋଷ୍ଠି ପାଇଖାନା ଓ ବ୍ୟକ୍ତିଗତ ପାଇଖାନା ପାଇଁ ନିର୍ମାଣ କାର୍ଯ୍ୟ କରିବା ଉପରେ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଅଛି l ବିଗତ ନଭେମ୍ବର ମାସ ତା 18 ରିଖ ଦିନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ମହଦୟ କହିଛନ୍ତି ଗଜପତି ଜିଲ୍ଲା ଏକ ସଂଖ୍ୟାଲଘୁ ଜିଲ୍ଲା ଅଟେ ତେଣୁ ଜିଲ୍ଲାର ସମସ୍ତ ମଣ୍ଡଳୀ ବା ମନ୍ଧିର ମନଙ୍କ ରେ ଗୋଷ୍ଟି ପାଇଖାନା ନିର୍ମାଣରେ ରାଜ୍ୟ ସରକାରଙ୍କ ତରଫରୁ କରାଯିବାର ବ୍ୟବସ୍ଥା କରାଯାଇଛି l
ତେଣୁ ଗୁରୁବାର ଗୁମ୍ମା ବ୍ଳକ ଠାରେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ କରିବାପାଇଁ ପଦକ୍ଷେପ ନିଆଯାଇଅଛି ଏହା ପରେ ଆଗାମୀ ଦିନରେ ଜିଲ୍ଲା ରେ ଥିବା ମଣ୍ଡଳୀ ମାନଙ୍କରେ ପ୍ରସ୍ତୁତି ବୈଠକ କରାଯିବ ବୋଲି DR ପଲ୍ଲବ କୁମାର ଲିମ୍ମା କହିଛନ୍ତି l ଉକ୍ତ ବୈଠକରେ ସମସ୍ତ ମଣ୍ଡଳୀର ମୁଖ୍ୟମନେ ଉପସ୍ଥିତ ସହ ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ ପୂର୍ବତନ ଅଧ୍ୟକ୍ଷ ପ୍ରେମିକା ମଣ୍ଡଳ , ମନୋଜ ବଡନାୟକ DR ବିନୟ କୁମାର ବର୍ଦ୍ଧନ , DR ବିଶ୍ୱଜିତ ପାଣି ପ୍ରମୁଖ ଯୋଗ ଦେଇଥିଲେ I (ରିପୋର୍ଟ ଗଜପତି ରାୟଗଡ /ସଞ୍ଜୀବ କୁମାର ପାଣି )
No Result
View All Result