ରଣପୁର ଠାରୁ ଚାନ୍ଦପୁର କୁ ଯାଉଥିବା ମୁଖ୍ୟରାସ୍ତା ପାଲଟିଛି ସ୍ଥାନୀୟ ଲୋକଙ୍କ ପାଇଁ ମରଣ ଯନ୍ତା । ରଣପୁର ଏନ୍ .ଏ.ସି ର ୧୩ ନଂ ୱାର୍ଡ ର ସାଗର ସାହି ବାଲୁଂକେଶ୍ୱର ମନ୍ଦିର ପାଖ ରାସ୍ତା ପଡ଼ିଛି ଅବହେଳିତ ଭାବେ । 2 ବର୍ଷ ହେଲାଣି ସାଗର ସାହି ବାସିନ୍ଦା ହନ୍ତସନ୍ତ ହେଲେଣି
ଓଡ଼ିଶା ତାଜା ନ୍ୟୁଜ (୧୭ ଡିସେମ୍ବର,ଗୁରୁବାର ) ରଣପୁର ,ଅଭିମନ୍ୟୁ :- ନୟାଗଡ଼ ଜିଲ୍ଲା ରଣପୁର ଏନ୍ .ଏ.ସି ର ପୂର୍ତ୍ତ ବିଭାଗ ର ମନମୋଟିଆ କାର୍ଯ୍ୟ କୁ ନେଇ ସଧାରଣ ଲୋକଙ୍କ ମନରେ ଆସନ୍ତୋଷ ସୃଷ୍ଟି ହୋଈଛି । ରଣପୁର ଠାରୁ ଚାନ୍ଦପୁର କୁ ଯାଉଥିବା ମୁଖ୍ୟରାସ୍ତା ପାଲଟିଛି ସ୍ଥାନୀୟ ଲୋକଙ୍କ ପାଇଁ ମରଣ ଯନ୍ତା । ରଣପୁର ଏନ୍ .ଏ.ସି ର ୧୩ ନଂ ୱାର୍ଡ ର ସାଗର ସାହି ବାଲୁଂକେଶ୍ୱର ମନ୍ଦିର ପାଖ ରାସ୍ତା ପଡ଼ିଛି ଅବହେଳିତ ଭାବେ । ପ୍ରତ୍ୟେକ ଦିନ ଏହି ମୁଖ୍ୟ ରାସ୍ତା ଦେଇ ଯାତ୍ରୀବାହି ବସ୍ , ସ୍ଥାନୀୟ ବାସିନ୍ଦା , ରୋଗୀ ଏବଂ ଦୁଇ ଚକିଆ ଚାରି ଚକିଆ ଯାନ , ଟ୍ରକ ଇତ୍ୟାଦି ଯାତାୟତ କରିଥାନ୍ତି । ଏହି ରାସ୍ତା କୁ ମରାମତି କରିବା ପାଈଁ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ ମଧ୍ୟ ୧୩ ନମ୍ବର ୱାର୍ଡ ବାସୀଙ୍କୁ କୌଣସି ସୁଫଳତା ପ୍ରାପ୍ତ ହୋଇନଥିବା ସ୍ପଷ୍ଟ ବାରି ହେଉଛି ।
ଏତଦ୍ ବ୍ୟତୀତ ଜଳ ନିଷ୍କାସନ ପାଇଁ ଡ୍ରେନ୍ ଟିଏ ସେହି ୱାର୍ଡ ରେ ନଥିବାରୁ ସଦା ସର୍ବଦା ରାସ୍ତା ରେ ପାଣି ଜମି ଗାତ ସୃଷ୍ଟି ହୋଈଛି । ଯାହାଫଳରେ ରାସ୍ତା ରେ ଯାତାୟତ କରୁଥିବା ଲୋକଙ୍କ ପାଈଁ ଏହା ସୁରକ୍ଷିତ ମନେ ହେଉନାହିଁ । ବିଭାଗୀୟ ଯନ୍ତ୍ରୀ ଙ୍କୁ କହିବାରୁ ଠିକାଦାର ଏହି ଗାତ ଗୁଡ଼ିକରେ ବଜୁରୀ ର ଡ଼ଷ୍ଟ ଆଣି ପକାଇଥିଲେ ପ୍ରତ୍ୟକ ଦିନ ଯାନବାହାନ ଚଳାଚଳ ହେତୁ ସ୍ଥାନୀୟ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଘରେ ଡ଼ଷ୍ଟ ପଶି କ୍ଷତି ପହଞ୍ଚୁଥିବା ଆଭିଯୋଗ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ପୂର୍ତ୍ତ ବିଭାଗ ଯନ୍ତ୍ରୀ କାର୍ଯ୍ୟ ଦେଇଥିବା ଠିକାଦାର ଡ଼ଷ୍ଟ ଉପରେ ପାଣି ସିଞ୍ଚନ କରୁ ନଥିବା ଅଭିଯୋଗ ହେଉଥିବାର ମଧ୍ୟ ଜଣାଯାଇଛି ।