No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ଡିସେମ୍ବର , ଗୁରୁବାର ) ପଦ୍ମପୁର :- ପାଇକମାଲ ବ୍ଲକ ଲଖମରା ସରପଞ୍ଚ ବ୍ୟାପକମାତ୍ରାରେ ଅର୍ଥ ହେରଫେର କରିଥିବା ଅଭିଯୋଗ କରିଛନ୍ତି ମହୁଲପାଲି ଗ୍ରାମବାସୀ ବୃନ୍ଦ। ମହୁଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ରୋଷେଇ ଘର ନିର୍ମାଣ ପାଇଁ ୧ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ସରପଞ୍ଚ ଭୀଷ୍ମଦେବ ଡନସନା କାମ ନ କରି ମିଥ୍ୟା ବିଲରେ ସମସ୍ତ ଟଙ୍କା ନିଜେ ଉଠାଇ ନେଇଛନ୍ତି।ରୋଷେଇ ଘର ନିର୍ମାଣ ସଂପର୍କରେ ଗ୍ରାମସଭା ହୋଇଥିଲା । ସରପଞ୍ଚ ସଭାରେ ଉପସ୍ଥିତ ରହି ୪୦ହଜାର ଟଙ୍କା ବିଲ ହୋଇଛି। ତାହା ମୋ ପାଖରେ ଅଛି।ତାହା ମୋର ଭୁଲ ହୋଇଛି ବୋଲି ସ୍ବୀକାର କରିଥିଲେ। ଉକ୍ତ ଟଙ୍କାକୁ ବଜରଂଗବଳୀ ମନ୍ଦିର ନିର୍ମାଣ କରିବା କହିଥିଲେ । ଗ୍ରାମବାସୀ ଏକମତ ନ ହୋଇ ସରକାରୀ ଅର୍ଥର ଅନିୟମିତତା ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ ।
ଗ୍ରାମବାସୀବୃନ୍ଦ ଜିଲ୍ଲାପାଳ,ଉପ ଜିଲ୍ଲାପାଳ,ଜିଲ୍ଲା ପ୍ରକଳ୍ପ ଅଧିକାରୀ,ପାଇକମାଲ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ ଯେ,ବିଦ୍ୟାଳୟ ତରଫରୁ ତିଆରି ରୋଷେଇ ଘରକୁ ସରପଞ୍ଚ ଗ୍ରାମ ପଞ୍ଚାୟତର ଏସ ଏଫ ସି ପାଣ୍ଠିରୁ ତିଆରି କରାଯାଇଛି ଦର୍ଶାଇ ଅର୍ଥ ଆତ୍ମସାତ କରିଛନ୍ତି। ଏ ସଂକ୍ରାନ୍ତରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ୩୦ କି ୪୦ ହଜାର ଟଙ୍କାର ବିଲ ହୋଇଥିବା ସ୍ବୀକାର କରିଥିଲେ । ପ୍ରକୃତ କ୍ଷେତ୍ର ପରିଦର୍ଶନ ନ କରି କେବଳ ଅଫିସରେ ବସି ବିଲ କରୁଥିବା ଜଣାଯାଏ । ନଚେତ କାମ ନ ହୋଇ ବିଲ କିପରି ହେଲା ବୋଲି ଗ୍ରାମବାସୀ ଯନ୍ତ୍ରୀଙ୍କ ଭୂମିକାକୁ ସନ୍ଦେହ କରୁଛନ୍ତି। ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ପରବର୍ତ୍ତି ପଦକ୍ଷେପ ପାଇଁ ପ୍ରଶାସନ ଦାୟୀ ହେବେ ବୋଲି ସଭାରେ ନିଷ୍ପତ୍ତି ହୋଇଛି । ରିପୋର୍ଟ – ନିରୋଜ କୁମାର ପାଣୀ
No Result
View All Result