No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ଡିସେମ୍ବର , ଗୁରୁବାର ) ପଦ୍ମପୁର :- କେନ୍ଦ୍ର ଓ ରାଜ୍ୟ ସରକାର ଦେଶରେ ଓ ରାଜ୍ୟରେ ପ୍ରତ୍ଯେକ ହିତାଧିକାରୀ ମାନଙ୍କୁ କଞ୍ଚା ଘରକୁ ପକ୍କାଘର ନିର୍ମାଣ କରି ଯୋଗାଇ ଦେବାକୁ ଘୋଷଣା କରିଥିବା ବେଳେ ରାଜ୍ୟରେ କେତେକ ସ୍ଥାନରେ ପ୍ରକୃତ ହିତାଧିକାରୀ ଅଫିସର ମାନଙ୍କ ଓ ପଞ୍ଚାୟତ ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ପରିତାପର ବିଷୟ କିଏ ଆରାମରେ ପକ୍କା କୋଠା ଘରେ ରହୁଛନ୍ତି ତ କିଏ ଭଙ୍ଗା ଦଦରା ଚାଳପାଲ
ଘରେ ଜୀବନ କଟାଉ ଥିବାର ଦେଖିବାକୁ ମିଳିଛି । ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଗୋଠୁଗୁଡା ଗ୍ରାମ ପଞ୍ଚାୟତ ର ଗୋଠୁଗୁଡା ଗ୍ରାମରେ । ଏହି ଗ୍ରାମର କରନ ବାଗ ଜଣେ ଅତି ଗରୀବ ଶ୍ରେଣୀର ଦିନ ମଜୁରିଆ ଭାବେ ପରିବାର ଚଳାଉଛନ୍ତି । ତାର ୨ଟି ସନ୍ତାନ ସନ୍ତତି ସହ ଭଙ୍ଗା ଦଦରା ପାଳ ଘରେ ଦିନ କାଟୁଛନ୍ତି । ପଞ୍ଚାୟତ ପ୍ରଶାସନର ତାଙ୍କ ପ୍ରତି ଦୃଷ୍ଟି ପଡୁନାହିଁ । ଘରଟିଏ ପାଇଁ ହାରୀ ଗୁହାରି କଲେ ମଧ୍ୟ କିଛି ଫଳପ୍ରଦ ହେଉନାହିଁ । ପ୍ରଶାସନ ତାଙ୍କ ପ୍ରତି ସଦୟ ହୋଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟି ଯୋଗାଇ ଦେବା ପାଇଁ ଦାବି ହେଉଛି । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result