ଖୋର୍ଦ୍ଧା ଜିଲା (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- କୃଷକ ମାନେ ଆମ ସମାଜର ମେରୁଦଣ୍ଡ । ସେମାନଙ୍କର ଝାଳ ବୁହା ପରିଶ୍ରମରେ ଆମେ ଖାଦ୍ୟ ଟିକେ ଖାଇବାକୁ ପାଉଛେ ।
ସେମାନଙ୍କର ସମସ୍ତ ସମସ୍ୟାକୁ ସମାଧାନ କରିବା ପାଇଁ ରାଜ୍ୟ ସରକାର ସଦାସର୍ବଦା ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହି ମର୍ମରେ କୃଷକମାନଙ୍କ ପାଇଁ ନୂଆ କୃଷି ନୀତି “ସମୃଦ୍ଧି” ଆଜି କୃଷି ଓଡିଶା ମହୋତ୍ସବ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଙ୍କ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ସମେତ ବିଭାଗୀୟ ସଚିବ, ବିଭାଗୀୟ ନିର୍ଦେଶକ ଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।
ଆଜିଠୁ ଆରମ୍ଭ ହୋଇଥିବା କାର୍ୟ୍ୟକ୍ରମ ୨୪ ତାରିଖ ଯାଏ ଚାଲିବ । ୧୧୨ ଟି ସଂସ୍ଥା ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି । ଜନତା ମୈନାରେ ଖୋଲିଛି ୨୨୮ ଟି ଷ୍ଟଲ ।
ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କୃଷକ ଭାଇ-ଭଉଣୀମାନେ ମେଳା ପରିଦର୍ଶନ କରିବାକୁ ଆସିବା ପାଇଁ ବ୍ୟବସ୍ଥା କରାଯାଇଛି । ଉଦଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ରିପୋର୍ଟ – ସୋନାଲି