No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୮ ଡିସେମ୍ବର ମଙ୍ଗଳବାର ) ବାଲେଶ୍ୱର :- ନୂତନ କୃଷି ଆଇନକୁ ଦେଶବ୍ୟାପି କୃଷକ ମାନଙ୍କ ବିରୋଧ । ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ ସଂଗଠନ । ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଭାରତ ବନ୍ଦକୁ ବିରୋଧ କରି ଅନେକ ସ୍ଥାନରେ ରାସ୍ତାରୋକ ଓ ପିକେଟିଂ କରାଯାଇଛି ।
ବାଲେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ ଓ ଟ୍ରେନ ଲାଇନ ଠାରେ ରାସ୍ତାରୋକ କରାଯାଇଛି । ଏହାସହ ଜିଲ୍ଲାର ରେମୁଣା, ଜଳେଶ୍ୱର, ବସ୍ତା, ବାଲିଆପାଳ, ଠାରେ ମଧ୍ୟ ବନ୍ଦର ପ୍ରଭାବ ଦେଖା ଦେଇଛି ।

କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ ହୋଇଥିବା ତିନୋଟି ନୂତନ କୃଷି ବିଲକୁ ବିରୋଧ କରିବା ସହ ଏହାର ପ୍ରତିବାଦରେ ବାଲେଶ୍ୱର ଦଳିତ ଅଧିକାର ମଞ୍ଚ ସମେତ ଅନେକ ସଂଗଠନ ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇଛନ୍ତି । ଏହାର ପ୍ରଭାବରେ ଜିଲ୍ଲାରେ ଜରୁରୀ କାଳିନ ସେବାକୁ ଛାଡି ଦେଲେ ଅନ୍ୟାନ୍ୟ ଦୋକାନ ବଜାର ସମେତ ଗାଡି ଚଳାଚଳ ବନ୍ଦ ରହିଛି । ଏହାକୁ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନି ଦେଇଛନ୍ତି । (ବାଲେଶ୍ୱର, ଦୀପ୍ତିମାନ ପତି )
No Result
View All Result