ମାହାଙ୍ଗା (ଓଡିଶା ତାଜା ନିଉଜ ) ମାହାଙ୍ଗା 2020 : – ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମାହାଙ୍ଗା ବ୍ଲକର ୮୪ଟି ବୁଥରେ ଆଜି ପଲସ ପୋଲିଓ ବୁନ୍ଦା କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆଜି ପ୍ରଥମ ଦିନରେ ଉକ୍ତ ୮୪ ଗୋଟି ବୁଥରେ ୧୨୫୦୦ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦ ଖାଇବାକୁ ଦିଆଯାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ୩୩୬ ଜଣ ଟୀକା ପ୍ରଦାନକାରୀ ଓ ୧୭ ଜଣ ପୋଲିଓ ସୁପରଭାଇଜର ନିୟୋଜିତ ହୋଇଛନ୍ତି ।
ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିନଟେଡେଣ୍ଟ ଡାକ୍ତର ହେମନ୍ତ କୁମାର ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ବିତ୍ତପରିଚାଳକ ସନ୍ତୋଷ କୁମାର ଶତପଥି,ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସୁଧାଂଶୁ କୁମାର ,କାର୍ଯ୍ୟକ୍ରମ ପରିଚାଳିକା ରୀତାଞ୍ଜଳୀ ଲେଙ୍କା,ପରିସଂଖ୍ୟାନ ସହାୟକ ଅଶୋକ ପଣ୍ଡା,ଅଭିଜିତ ଗୁପ୍ତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦୀପକ କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମକୁ ତଦାରକ କରିଥିଲେ । ଦ୍ୱିତୀୟ ଓ ତୃତୀୟ ଦିନରେ ଘରେ ଘରେ ବୁଲି ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ