No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ଡିସେମ୍ବର ସୋମବାର ) ରାୟଗଡ ,ଗଜପତି :- ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଓ ସମ୍ପାଦକ ପ୍ରଣବ ବଳବନ୍ତ ରାୟଙ୍କ ଦ୍ଵାରା ଘୋଷିତ ଗଜପତି ଜିଲ୍ଲା କମିଟି ରେ ରାୟଗଡ ବ୍ଲକ ର ଯୁବ ସାମ୍ବାଦିକ ତଥା ବିଜେଡି କର୍ମୀ ଅଶୋକ ଦଳାଇ ଉପ-ସଭାପତି ଭାବେ ସ୍ଥାନ ପାଇଛନ୍ତି । ରାୟଗଡ ବ୍ଲକର ପୁରୁଖା ବିଜେଡି କର୍ମୀ ଶ୍ରୀ ଦଳାଇ ପୂର୍ବରୁ 3 ଥର ବ୍ଲକ ସମ୍ପାଦକ ଏବଂ ଥରେ ଜିଲ୍ଲା ସମ୍ପାଦକ ପଦବୀରେ ରହି ଦଳୀୟ କାର୍ଯ୍ୟ ସୂଚାରୁ ରୂପେ ତୁଲାଇ ଜଣେ ସଚୋଟ , କ୍ରିୟାଶୀଳ (active) ଓ ନିର୍ଭୀକ କର୍ମୀଭାବେ ଜଣାଶୁଣା ଅଟନ୍ତି । 2012 ପଞ୍ଚାୟତ ନିର୍ବାଚନରେ ବିଜେପି ଗଡରେ ବିଜେଡି ର ବ୍ଲକ ଅଧ୍ୟକ୍ଷା କରାଇ ନିଜର ପରାକାଷ୍ଠା ଦେଖାଇଥିଲେ । କିନ୍ତୁ ବ୍ଲକ ଅଧ୍ୟକ୍ଷାଙ୍କୁ ବିନା କାରଣରେ ଦଳଡିଆଁ କରି ଆସିଥିବା କିଛି କର୍ମୀଙ୍କ ସହ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ବିଧାୟିକା ବାସନ୍ତୀ ମଲ୍ଲିକ ଚକ୍ରାନ୍ତ କରି
ଅନାସ୍ଥା ପ୍ରସ୍ତାବରେ ବାହାର କରିଦେବାରୁ ଦୃଢ ପ୍ରତିବାଦ କରି ଦଳର ପର୍ଜ୍ୟବେକ୍ଷକ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ପରିବର୍ତେ କିଛି ନ୍ୟସ୍ତ ସ୍ଵାର୍ଥ କାର୍ଯ୍ୟକର୍ତା ଓ କର୍ମୀ ଙ୍କ ପ୍ରରୋଚନାରେ ଶ୍ରୀ ଦଳାଇଙ୍କୁ ଏକ ପ୍ରକାର କୋଣଠେସା କରି ଦେଇଥିଲେ । ଗତ ନିର୍ବାଚନରେ ଦଳୀୟ ବିଧାୟୀକା ପ୍ରାର୍ଥୀ ଙ୍କ ପରାଜୟ ପରେ ଅଭିଜ୍ଞ ସାଂସଦ ମହୋଦୟଙ୍କ ନିର୍ଦେଶରେ ଦଳର ଅବହେଳିତ କର୍ମୀଙ୍କୁ ଏକତ୍ରିତ କରିଥିଲେ । ବର୍ତମାନ ଦଳୀୟ ପଦ ପାଇବା ପରେ ମାନ୍ୟବର ସାଂସଦ , ରାଜ୍ୟ ଯୁବ ସମ୍ପାଦକ ମରୁତ ପାଳ , ଯୁବରାଣୀ କଲ୍ୟାଣୀ ଦେବୀ , ଯୁବ ସଭାପତି ଏସ ଲିଙ୍ଗରାଜୁ , ପୂର୍ବତନ ସଭାପତି ବସନ୍ତ ଦାସ ଏବଂ ବରିଷ୍ଠ କର୍ମୀ ଲକ୍ଷ୍ମୀକାନ୍ତ ପରିଛା ତଥା ସମସ୍ତ ଦଳୀୟ କର୍ମୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ସହ ସଙ୍ଗଠନକୁ ଆଗକୁ ନେଇ ମାନ୍ୟବର ସାଂସଦ ଓ ମୁଖ୍ୟମନ୍ତ୍ରୀ ଙ୍କ ହାତମୁଠାକୁ ଟାଣ କରିବାକୁ କାମ କରିବି ବୋଲି ଶ୍ରୀ ଦଳାଇ କହିଛନ୍ତି । ( ସଂଜୀବ କୁମାର ପାଣି )
No Result
View All Result