ଓଡ଼ିଶା ତାଜା ନ୍ୟୁଜ (୬ ଡିସେମ୍ବର ରବିବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆର:ଉଦୟଗିରି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସର’ରେ ଆଜି ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର’ର ମିଳିତ ଆନୁକୂଲ୍ୟ’ରେ ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ର’ର କୃଷି ବୈଜ୍ଞାନିକ ରଶ୍ମିତା ଟପ୍ପୋ’ଙ୍କ ସଞ୍ଚାଳନ’ରେ ଆୟୋଜିତ କୃଷି ଓ ମୃତ୍ତିକା ସଚେତନତା କାର୍ଯ୍ୟକ୍ରମ’ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଇରେନିୟସ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ମାଟି’ର ଉର୍ବରତା’କୁ ସୁରକ୍ଷିତ ରଖିବା ପାଇଁ ଜୈବିକ ପ୍ରଣାଳୀ’ରେ କୃଷିକାର୍ଯ୍ୟ କରିବା ଉପରେ ଉପସ୍ଥିତ ଚାଷୀଭାଇ ମାନଙ୍କୁଆହ୍ବାନ କରିଥିଲେ ।
ଜିଲ୍ଲା କୃଷି ଉଦ୍ୟାନ ବିଭାଗ’ର ଉପ-ନିର୍ଦ୍ଦେଶକ ଶ୍ରୀ କେ:ସୁଦର୍ଶନ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମାଟି’ରେ ରହିଥିବା ବିଭିନ୍ନ ଖାଦ୍ୟସାର ଏବଂ ସମନ୍ୱିତ ଖାଦ୍ୟସାର କିଭଳି ପରିଚାଳନା କରିବାକୁ ହୋଇଥାଏ , ସେ ସମ୍ପର୍କରେ ବୁଝାଇଥିଲେ । କୃଷି ବିଜ୍ଞାନ କେନ୍ଦ୍ର’ର ମୁଖ୍ୟ ବୈଜ୍ଞାନିକ ଡଃ ସଂଗ୍ରାମ ପରାମଗୁରୁ କାର୍ଯ୍ୟକ୍ରମ’ରେ ଅତିଥି ଭାବେ ଯୋଗଦେଇ ମୃତ୍ତିକା ଅବକ୍ଷୟ ରୋକିବା ପାଇଁ ବିଭିନ୍ନ ପ୍ରଣାଳୀ ଯଥା :- ବୃକ୍ଷ ରୋପଣ ଏବଂ ନୂତନ ଜଙ୍ଗଲ ସୃଷ୍ଟି କରାଯିବା’ର ବିଭିନ୍ନ ଦିଗ ସମ୍ପର୍କ’ରେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ଜିଲ୍ଲା ପରିଷଦ ସଭ୍ୟା ସୁପ୍ରଭା ମଣ୍ଡଳ , ଜିଲ୍ଲା ପରିଷଦ ସଭ୍ୟ ଯାକବ ମାଝି , ସମିତିସଭ୍ୟ ନବୀନ ରଇତ , ସଭ୍ୟ କିଶୋର ଚନ୍ଦ୍ର ଗୌଡ଼ , ଆତ୍ମା”ର ଅଧିକାରୀ , ଆର:ଉଦୟଗିରି-ମୋହନା-ନୂଆଗଡ଼ ବ୍ଲକ’ର କୃଷି ଅଧିକାରୀ ଗଣ