
ଖୋର୍ଦ୍ଧା ଜିଲା (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 19.1.2020 :- ଭାରତୀୟ ପୁରୁଷ ହକି ଟିମ୍ ଏଫଅ ।ଇଏଚ୍ ପ୍ରୋ ଲିଗର ଦ୍ୱିତୀୟ ମ୍ୟାଚରେ ପଛୁଅ । ରହିବା ପରେ ଜବରଦସ୍ତ କମବ୍ୟାକ୍ କରି ଶୁଟଅ ।ଉଟରେ ନେଦରଲ୍ୟାଣ୍ଡକୁ ୩ -୧ ଗୋଲରେ ପରାସ୍ତ କରିଛି । ଶୁଟଅ ।ଉଟରେ ମ୍ୟାଚ୍ ଜିତିବା ଦ୍ୱାରା ଭାରତ ବୋନସ୍ ସହ ଦୁଇ ପଏଣ୍ଟ ହାସଲ କରିଛି । ଅନ୍ୟପକ୍ଷରେ ନିଦ୍ଧ;ାରିତ ସମୟରେ ମ୍ୟାଚ୍ ବରାବର କରିବାରୁ ନେଦରଲ୍ୟାଣ୍ଡକୁ ୧ ପଏଣ୍ଟ ମିଳିଛି । ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡକୁ ୫-୨ ଗୋଲରେ ପରାସ୍ତ କରିଥିଲା । ଏବେ ଭାରତ ପ୍ରଥମ ଦୁଇଟି ମ୍ୟାଚରେ ୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି ।
ମ୍ୟାଚରେ ଭାରତ ଏକ ସମୟରେ ୧- ୩ ଗୋଲରେ ପଛୁଅ । ରହିଥିଲା । ତେବେ ଚତୁର୍ଥ ତଥା ଅନ୍ତିମ କ୍ାର୍ଟରରେ ମନଦୀପ ସିଂହ (୫୧ତମ) ଓ ରୂପିନ୍ଦର ପାଲ୍ ସିଂହ (୫୫ତମ)ଙ୍କ ଗୋଲ୍ ବଳରେ ଭାରତ ମୁକାବିଲାକୁ ୩-୩ରେ ବରାବର କରିଥିଲା । ଭାରତ ପାଇଁ ପ୍ରଥମ ଗୋଲ୍ ଲଲିତ ଉପାଧ୍ୟାୟ (୨୫ତମ) ଦେଇଥିଲେ । ନେଦରଲ୍ୟାଣ୍ଡ୍ ପକ୍ଷରୁ ମିଙ୍କ୍ ୱୀରଡେନ୍ ଭାନ୍ ଡର୍ (୨୪ତମ), ଜେରନ୍ ହର୍ଜବର୍ଗର୍ (୨୬ତମ) ଓ ଜୋର୍ନ କେରଲମ୍ୟାନ୍ (୨୭ତମ) ଗୋଲ୍ ସ୍କୋର କରିଥିଲେ । ମ୍ୟାଚ୍ ବରାବର ରହିବାରୁ ରେଫରୀ ଶୁଟଅ ।ଉଟର ସହାୟତା ନେଇଥିଲେ ।
ଶୁଟଆଉଟରେ ଭାରତ ପକ୍ଷରୁ ବିବେକ ପ୍ରସାଦ, ଆକାଶଦୀପ ସିଂହ ଓ ଗୁରଜନ୍ଦ ସିଂହ ଗୋଲ୍ ଦେଇଥିଲେ । ନେଦରଲ୍ୟାଣ୍ଡ୍ ପକ୍ଷରୁ ମିର୍କୋ ପ୍ରୁଜସର୍ ଏକମାତ୍ର ଗୋଲ୍ ଦେଇଥିଲେ । ମ୍ୟାଚର ପ୍ରଥମ କ୍ାର୍ଟରରେ ଉଭୟ ଦଳ ପରସ୍ପରକୁ କଢ଼ା ଟକ୍କର ଦେଇଥିଲେ ହେଁ, ଏଥିରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ । ଦ୍ୱିତୀୟ କ୍ୱାର୍ଟରରେ ନେଦରଲ୍ୟାଣ୍ଡ୍ ସମ୍ପୂର୍ଣ୍ଣ ଭାବେ ଭାରତ ଉପରେ ଦବଦବା ଦେଖାଇଥିଲା । ୨୩ତମ ମିନିଟରେ ନେଦରଲ୍ୟାଣ୍ଡକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଭାନ୍ ଡର୍ ୀରଡେନ୍ ଗୋଲରେ ପରିଣତ କରି ଭ୍ରମଣକାରୀଦଳକୁ ୧-୦ରେ ଅ।ଗୁଅ।
କରାଇଥିଲେ । କିନ୍ତୁ ଦୁଇ ମିନିଟ୍ ପରେ ଲଲିତ ଉପାଧ୍ୟାୟ ଫିଲ୍ଡ ଗୋଲ୍ ଦେଇ ମୁକାବିଲାକୁ ୧-୧ରେ ବରାବର ସ୍ଥିତିକୁ ଅ ।ଣିଥିଲେ ।ଏହା ପରେ ନେଦରଲ୍ୟାଣ୍ଡ୍ ଗୋଟିଏ ମିନିଟ୍ ଭିତରେ ଲଗାତାର ଦୁଇଟି ଗୋଲ୍ ଦେଇ ପୁଣିଥରେ ମ୍ୟାଚରେ ଅ ।ଗୁଅ । ରହିଥିଲାୟ ୨୬ତମ ମିନିଟରେ ହର୍ଜବର୍ଗର ଓ ୨୭ତମ ମିନିଟରେ କେଲରମ୍ୟାନ୍ ଫିଲ୍ଡ ଗୋଲ୍ ଜରିଅ ।ରେ ନିଜ ଦଳ ପାଇଁ ଏହି ସଫଳତା ଅ ।ଣିଥିଲେ । ପ୍ରଥମାର୍ଦ୍ଧରେ ପଛୁଅ । ରହିବା ଦ୍ାରା ଭାରତ ଉପରେ ଚାପ ପଢ଼ିଥିଲା । ତୃତୀୟ କ୍ୱାର୍ଟରରେ ନେଦରଲ୍ୟାଣ୍ଡ୍ ଡିଫେନ୍ସ ଉପରେ ଅଧିକ ଫୋକସ୍ କରିଥିଲା, ଯେଉଁକାରଣରୁ ଭାରତ ଗୋଟିଏ ବି ଗୋଲ୍ ଦେଇ ପାରି ନଥିଲା ।

କିନ୍ତୁ ଚତୁର୍ଥ ତଥା ଅନ୍ତିମ କ୍ାର୍ଟରରେ ଭାରତ ଭ୍ରମଣକାରୀ ଦଳ ଉପରେ ଘନଘନ ଅ ।କ୍ରମଣ କରିଥିଲା । ୫୧ତମ ମିନିଟରେ ପେନାଲ୍ଟି କର୍ଣ୍ଣର ଫାଇଦା ଉଠାଇ ମନଦୀପ ଭାରତ ପାଇଁ ଦ୍ୱିତୀୟ ଗୋଲ୍ ପରିଶୋଧ କରିଥିଲେ । ଚାରିମିନିଟ୍ ପରେ ଡ୍ରାଗ ଫ୍ଲିକର୍ ରୂପିନ୍ଦର ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ ମ୍ୟାଚକୁ ୩-୩ରେ ବରାବର କରିଥିଲେ ।

ଶେଷ ପାଞ୍ଚ ମିନିଟରେ ଉଭୟ ଦଳ ଗୋଲ୍ ଅଗ୍ରଣୀ ହାସଲ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ହେଁ, ଏଥିରେ କାହାରିକୁ ସଫଳତା ମିଳିନଥିଲା ।