No Result
View All Result
ଓଡ଼ିଶା ତାଜା ନ୍ୟୁଜ (୬ ଡିସେମ୍ବର ରବିବାର )କଟକ :– ଭାରତ ସରକାରଙ୍କ Central Council of Indian medicine ଓ ନୀତି ଆୟୋଗ ଙ୍କ ଦ୍ବାରା ଜାରି କରାଯାଇଥିବା ଗେଜେଟ୍ ନୋଟିଫିକେସନ୍ କୁ ଦୃଢ଼ ବିରୋଧ କରିଛି ଭାରତୀୟ ମେଡିକାଲ୍ ସଂଘ । ଏହାକୁ ନେଇ ସଂଘ ପକ୍ଷରୁ ଆନ୍ଦୋଳନ କୁ ଓହ୍ଲାଇବା ପାଇଁ କଟକ ଆଇ ଏମ୍ ଏ ହାଉସ୍ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ବର୍ତ୍ତମାନ ଲୋକମାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଏଲୋପାଥି ,ହୋମିଓପ୍ୟାଥିକ, ଆୟୁର୍ବେଦିକ ଆଦି ବିଭିନ୍ନ ବିଭାଗ ଗୁଡିକ ଏକତ୍ର କରି ଚିକିତ୍ସା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହେବ । କାରଣ ସବୁ ବିଭିଗର ଚିକିତ୍ସା ପ୍ରଣାଳୀ ଭିନ୍ନ ଭିନ୍ନ ରହୁଛି। ଏହି ବିଭାଗଗୁଡିକର ନିଜର ଶିକ୍ଷା ପ୍ରଣାଳୀ ଦ୍ବାରା ରୋଗୀ ମାନଙ୍କୁ ଚିକିତ୍ସା କରିବାରେ ସମସ୍ତ ସୁବିଧା ଓ ସହଯୋଗ ଏକାନ୍ତ ଆବଶ୍ୟକ ।
ତେଣୁ ସମୁହ ବିଭାଗର ଏକତ୍ର କରାଗଲେ ବହୁ ଜଟିଳ ପରିସ୍ଥିତି ସୃଷ୍ଟି ହେବ । ଫଳରେ ଏହା ଜନସାଧାରଣ ଲୋକ ବା ରୋଗୀମାନଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ । ଅର୍ଥାତ ମଣିଷର ଶରୀର ଉପରେ ଢେର୍ କ୍ଷତି ଘଟାଇବ । ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କର ଅଧିକ ସମସ୍ୟା ସୃଷ୍ଟି ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ତେଣୁ କେନ୍ଦ୍ର ସରକାର ଏବଂ ନୀତି ଆୟୋଗ ନିଜର ନିଷ୍ପତ୍ତି ବଦଳାଇ ପ୍ରତ୍ୟାହାର କରିବାକୁ ଦାବିରେ ଗତ ଦୁଇ ତାରିଖରୁ ଆନ୍ଦୋଳନ ଚାଲି ଆସୁଥିଲା ବେଳେ ଆସନ୍ତା ୮ ତାରିଖ ଦିନ ଏସିବି କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ । ୧୨ତାରିଖ ଦିନ ସମସ୍ତ ବେସରକାରୀ ହସ୍ପିଟାଲ୍ କୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଭାରତୀୟ ମେଡିକାଲ୍ ସଂଘ । ଏହି ଆନ୍ଦୋଳନରେ ଜୁନିୟର ଡାକ୍ତର ସଂଘ ଶିଶୁ ଓ ମହିଳା ବିଭାଗ, ରଶ୍ମିରଞ୍ଜନ ବିଭାଗ , ଚକ୍ଷୁ ବିଭାଗ ଆଦି ସଂଘ ର କର୍ମକର୍ତ୍ତା ମାନେ ସାମିଲ୍ ହେବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ( ରିପୋର୍ଟ – ଅମୂଲ୍ୟ କୁମାର ବାରିକ )
No Result
View All Result