No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) ହିଞ୍ଜିଳିକାଟୁ :- ଦୀର୍ଘ ଦିନ ଧରି ହିଞ୍ଜିଳିକାଟୁ ପୌରାଂଚଳ ପରିବରା ବଜାର ଓ ଳକ୍ଷ୍ମୀ ବଜାର ଅଂଚଳର ବ୍ୟବସାୟୀ ମାନେ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ ରାସ୍ତା ସମେତ ପରିବା ବଜାର ଅଂଚଳରେ ବେପାର ବଣିଜ କରିବା ସହ ମୁଖ୍ୟ ରାସ୍ତାକୁ ସଂକୀର୍ଣ୍ଣ କରି ଆସୁଥିଲେ । ଯାହା ଫଳରେ ବହୁ ସମୟରେ ଛୋଟ ବଡ଼ ଦୂର୍ଘଟଣା ଘଟୁଥିବାର ନଜିର ରହିଥିଲା । ଶନିବାର ପୂର୍ବାହ୍ନରେ ସ୍ଥାନୀୟ ପୌର ଓ ତହସିଲ ପ୍ରଶାସନ ପକ୍ଷରୁ ସଂପୃକ୍ତ୍ ଅଂଚଳକୁ ଜବର ଦଖଲ କରି ରହିଥିବା ବ୍ୟବସାୟୀ ମାନଙ୍କୁ ହଟାଇ ଦିଆଯାଇଥିଲା ।
ସଂପୃକ୍ତ୍ ଅଂଚଳକୁ ବ୍ୟାରିକେଡ଼୍ କରାଯିବା ସହ ମାର୍କିଂ କରାଯାଇଥିଲା । ସଂପୃକ୍ତ ମାର୍କିଂ ସ୍ଥାନରେ କୌଣସି ବ୍ୟବସାୟୀ ବେପାର ବଣିଜ ଆରମ୍ଭ କଲେ ପୌର ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦିଆଯାଇଛି । ଜବର ଦଖଲ ଉଚ୍ଛେଦ ପ୍ରକିୟା ବେଳେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ଉନୋରଞ୍ଜନ ସାହୁ, ତହସିଲଦାର ପ୍ରଭାତ କୁମାର ପରିଡ଼ା, ଥାନ।। ଏସ.ଆଇ. ବାସୁଦେବ ଭୋଇ, ପୌର କର୍ମଚାରୀ ବିବେକାନନ୍ଦ ମହାପାତ୍ର, ଭଙ୍ଗି ମହାପାତ୍ର, କିରଣ ନାହାକ ସମେତ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ । (ଫଟୋ- ଋିପୋର୍ଟ- ଶୁସାନ୍ତ ପ୍ରଧାନ, ହିଞ୍ଜିଳିକାଟୁ)
No Result
View All Result