No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) କେନ୍ଦ୍ରାପଡା :- ରାଜନଗରର ପ୍ରଥମ ଦିଲ୍ଲୀ ଯାଇଥିବା ବ୍ୟକ୍ତି ଶତ୍ରୁଘ୍ନ ନାୟକଙ୍କ ଅକାଳ ବିୟୋଗରେ ସମଗ୍ର ବ୍ଲକ ସହିତ ବିଭିନ୍ନ ଅଞ୍ଚଳରେ ଜନସାଧାରଣ ମର୍ମାହତ ହୋଇପଡିଛନ୍ତି । ଶତ୍ରୁଘନ ନାୟକ ୧୯୭୨ ମସିହାରେ ରାଜନଗର ବ୍ଲକର କୋଇଲପୁର ଗ୍ରାମ ପଂଚାୟତର ଅତି ଛୋଟ ଗ୍ରାମର ନାମ ବିଲ କାଳୁପଡାଠାରେ ଜନ୍ମ ଗ୍ରହଣ କରିଥିଲେ । ମାତ୍ର ୬୭ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି । ତାଙ୍କ ଦେହ ଟିକେ ଅସୁସ୍ଥ ରହୁଥିଲା, ହେଲେ ଗତ କିଛି ଦିନ ତଳେ ହଟାତ ଦେହ ଖରାପ ହେବା କାରଣରୁ ତାଙ୍କୁ ଫରିଦାବାଦର ସେକ୍ଟର -୧୬ ମେଟ୍ରୋ ହସ୍ପିଟାଲରେ ଆଡିମିଶନ କରାଯାଇଥିଲା ।
ଡାକ୍ତର ସବୁ ପ୍ରକାର ଚେଷ୍ଟା କରି ମଧ୍ୟ ଦିନ ୨ଟା ସମୟରେ ତାଙ୍କର ପରଲୋକ ଘଟିଥିଲା । ଶତ୍ରୁଘ୍ନଙ୍କ ମୃତ୍ୟୁ ବେଳେ ମେଟ୍ରୋ ହସ୍ପିଟାଲ ରେ ଭାଇ- ମଥୁରୀ ନାୟକ, ପୁଅ -ସ୍ୱରାଜ, ପୁଅ -ସିଦ୍ଧାନ୍ତ, ଝିଅ -ସୋନିଆ, ଶତ୍ରୁଘନଙ୍କ ଶେଷ ନିଶ୍ୱାସ ତ୍ୟାଗ ସମୟରେ ଉପସ୍ଥିତ ଥିଲେ ବୋଲି ଆମକୁ ତାଙ୍କ ମନ୍ଦିର ଟ୍ରଷ୍ଟ ତରଫରୁ ପ୍ରତିକ୍ରିୟା ମିଳିଛି। ଅନ୍ୟ ପଟେ ହୃଦୟବାନ ଓ ଧର୍ମାନ୍ତୀକରଣ ମଣିଷ ଟିଏ ଥିଲେ ଶତ୍ରୁଘ୍ନ ନାୟକ ।
ରାଜନଗର ବ୍ଲକ ବିଲାକାଳୁପଡା ଗାଁରୁ ଜନ୍ମ ଶେଷ ଯାତ୍ରା ଦିଲ୍ଲୀ ସହରର କଲାକାଜି ବାସଭବନ ହେଇଛି । ଗ୍ରାମ ଠାରୁ ଦିଲ୍ଲୀ ଯାଏ, ସମସ୍ତଙ୍କ ମୁଁହରେ ଗୋଟିଏ କଥା ରାଜନଗର ବ୍ଲକର ସବୁଠୁ ବଡ ରାଧା କୃଷ୍ଣ ମନ୍ଦିର ତୋଳାଇ ଥିବା ଶତ୍ରୁଘନ ନାୟକଙ୍କ ମୃତ୍ୟୁ କ’ଣ ଏତେ ଶୀଘ୍ର ହୋଇପାରେ ! (କେନ୍ଦ୍ରାପଡ଼ାରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ)
No Result
View All Result