No Result
View All Result
।। ସେହିପରି କେନ୍ଦ୍ର ଵିଜେପି ସରକାରଙ୍କ ଭାଣ୍ଡାମୀ ଓ କୃଷକ ବିରୋଧୀ ନୀତି ବିରୋଧରେ ଆଗାମୀ ୮ ଡିସେମ୍ବର ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ନେତାମାନେ ଆହ୍ୱାନ ଦେଇଥିଲେ । ଓଡିଶା ସରକାରଙ୍କ କର୍ପୋରେଟ୍ ଫାର୍ମିଙ୍ଗ୍ ପାଇଁ ନିଷ୍ପତ୍ତି ତଥା ପ୍ରକ୍ରିୟା ତୁରନ୍ତ ବନ୍ଦ କରିବା ସହିତ ନବୀନ-ମୋଦୀ ସରକାରଙ୍କ କୃଷକ-ଶ୍ରମିକ ମଧୁଚନ୍ଦ୍ରିକା ବିରୋଧରେ ସଂଗ୍ରାମ ଜାରି ରଖିବାକୁ ପ୍ରତିବାଦକାରୀ ମାନେ ଘୋଷଣା କରିଥିଲେ ।।
ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) ଭୁବନେଶ୍ୱର :- ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ କୃଷି ଓ କୃଷକ ବିରୋଧୀ ତିନୋଟି କୃଷି ଆଇନ୍ ବାତିଲ୍ ତଥା ପ୍ରତ୍ୟାହାର ଦାବିରେ ଆଜି ରାଜଧାନୀ ଭୁବନେଶ୍ୱରରେ କର୍ପୋରେଟ୍ ଆମ୍ବାନୀ ଓ ଆଦାନୀ ସହିତ ମୋଦୀ ସରକାରଙ୍କ କୂଶପୁତ୍ତଳିକା ଦାହ କରାଯାଇଛି । ଦିଲ୍ଲୀରେ ସଂଗ୍ରାମରତ ଲକ୍ଷ ଲକ୍ଷ କୃଷକ ମାନଙ୍କ ମରଣପଣ ଲଢ଼େଇକୁ ସଂହତି ଜଣାଇ ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବର ସମେତ ସାରା ରାଜ୍ୟରେ କର୍ପୋରେଟ୍ – ମୋଦୀ ସରକାରଙ୍କ ଦହନ ଦିବସ ଓ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରେ ଆୟୋଜିତ ପ୍ରତିବାଦ ସଭାରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡିଶା ସହ ସଂଯୁକ୍ତ ତଥା କୃଷକମାନଙ୍କ ସଂଘର୍ଷ ପ୍ରତି ସଂହତି ଜଣାଉଥିବା କୃଷକ ଓ ଗଣ ସଂଗଠନ ମାନେ ଏହି ପ୍ରତିବାଦରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରେ ଅଗ୍ରଗାମୀ କୃଷକ ସଭା, ଅଖିଳ ଭାରତ କିଶାନ୍ ମହାସଭା,ଓଡ଼ିଶା କୃଷକ ସଭା, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା, ଅଖିଳ ଭାରତ ଜନମଞ୍ଚ, ଇନସାଫ୍, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ସିଟୁ, ଏ.ଆଇ.ସି.ସି.ଟି.ୟୁ, ଚାଷୀ-ମୂଲିଆ ସଂଘ, ଆମେ ଭାରତବାସୀ, ଓଡ଼ିଶା ହେତୁବାଦୀ ସଂଗଠନ ଇତ୍ୟାଦି ସଂଗଠନ ମାନେ ସସାମିଲ୍ ହୋଇଥିଲେ ।
ପ୍ରତିବାଦ ପ୍ରଦର୍ଶନ ପରେ ସର୍ବଶ୍ରୀ ଜ୍ୟୋତି ରଞ୍ଜନ ମହାପାତ୍ର, ମହେନ୍ଦ୍ର ପରିଡ଼ା, ନରେନ୍ଦ୍ର ମହାନ୍ତି, ରାଧାକାନ୍ତ ସେଠୀ, ପ୍ରଦୀପ୍ତ ନାୟକ, ବିଜୟ ସାହୁ, ତପନ ମିଶ୍ର, ସାଲ ମାର୍ଣ୍ଡି, ଚାମ୍ବରୁ ସୋରେନ୍, ଜଗନ୍ନାଥ ମିଶ୍ର, ରାକେଶ୍ କାନୁନଗୋ, ମହମ୍ମଦ ଅବଦୁଲ ସୁକୁର୍, ବ୍ରଜେନ୍ଦ୍ର ମହାନ୍ତି, ସୁଦର୍ଶନ ପ୍ରଧାନ, ପ୍ରମିଳା ବେହେରା, ଶିବରାମ, ମାନସ ପଟ୍ଟନାୟକ ଇତ୍ୟାଦିଙ୍କ ନେତୃତ୍ୱରେ କର୍ପୋରେଟ୍ ଆମ୍ବାନୀ ଓ ଆଦାନୀ ସହିତ ମୋଦି ସରକାରଙ୍କ ଶବ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ୍ ଗୋଲେଇ ଛକ ପରିକ୍ରମା କରି ଲୋୟର ପି.ଏମ୍.ଜି ରେ ପହଞ୍ଚି ଶବାଧାରରେ ଅଗ୍ନି ସଂଯୋଗ କରିଥିଲେ ।
କୃଷକ ମାନଙ୍କର ଐତିହାସିକ ସଂଗ୍ରାମ ଫଳରେ ସାରା ଦେଶରେ ଆଜି ଯେଉଁ ବିଦ୍ରୋହର ବହ୍ନିଶିଖା ପ୍ରଜ୍ଜ୍ୱଳିତ ହୋଇଛି, ତାହା କୃଷି ଓ କୃଷକ ବିରୋଧୀ ତିନୋଟି କୃଷି ଆଇନ୍ ଓ ଜନବିରୋଧୀ ବିଦ୍ୟୁତ୍ ଆଇନ୍-୨୦୨୦ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆହୁରି ଜଳିବ ଏବଂ କର୍ପୋରେଟ୍-ମୋଦୀ ସରକାରଙ୍କ ମରଣ ଘଣ୍ଟି ବଜାଇବ ବୋଲି ପ୍ରତିବାଦକାରୀ ମାନେ କହିଥିଲେ (୮ଡିସେମ୍ବର, ଭାରତ ବନ୍ଦ ସଫଳ ପାଇଁ ଆହ୍ୱାନ)
No Result
View All Result