No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) କଟକ :- କଟକ ସହରରେ ଦିନକୁ ଦିନ ନକଲି, ଭେଜାଲ୍ ଓ ଅପମିଶ୍ରିତ ସାମଗ୍ରୀ ର କମ୍ପାନୀ ବୃଦ୍ଧି ପାଉଛି। ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଛି କଟକ ନଗର କଂଗ୍ରେସ। ଖାସ୍ ଏଥିପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବି ଦିଆଯାଇଛି। ବର୍ତ୍ତମାନ ଖାଦ୍ୟ ସାମଗ୍ରୀ ତେଲ,ମସଲା,ଘିଅ ଆଦି ଅପମିଶ୍ରିତ କଳକାରଖାନା ଗଢି ଉଠିଛି। ଏହିସବୁ ଜିନିଷ କୁ ବଜାରରେ ସୁବିଧାରେ ଓ କମ୍ ଟଙ୍କା ରେ ମିଳିଯାଉଛି। ତେବେ ସାମଗ୍ରୀକୁ କିଣି ଘରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଲୋକେ ।
ଆଉ ଏହି ଅପମିଶ୍ରିତ ଓ ଭେଜାଲ୍ ଖାଦ୍ୟକୁ ଖାଇ ନାନା ରୋଗରେ ପୀଡିତ ହେଉଛନ୍ତି ବୋଲି କଂଗ୍ରେସ କହିଛି। ଭେଜାଲ୍ କରୁଥିବା କମ୍ପାନୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି କଂଗ୍ରେସ। ଏହାସହ ବେଆଇନ୍ ଭାବେ ଗଢି ଉଠିଥିବା କମ୍ପାନୀମାନଙ୍କୁ ଯାଞ୍ଚ କରାଯାଇ ସଠିକ୍ କମ୍ପାନୀଙ୍କୁ ଅନୁମତି ଦେବାକୁ ଦାବି କରାଯାଇଛି ।
ଏହାଛଡା ବଜାରରେ ହେଉଥିବା ଫାଷ୍ଟଫୁଡ୍ କୁ ମଧ୍ୟ ଯାଞ୍ଚ କରାଯିବା ସହ ଜନସାଧାରଣ ଓ ଦୋକାନୀମାନଙ୍କୁ ସରକାର ସଚେତନ କରାନ୍ତୁ ବୋଲି ଦାବି ପତ୍ରରେ ଦର୍ଶାଇଛନ୍ତି କଂଗ୍ରେସ ନେତା। ଯଦି ଏସବୁ ନ କରାଯାଏ ତେବେ ଆଗାମୀ ଦିନରେ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମଗ୍ର ଓଡିଶାରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା ଚେତାବନୀ ଦେଇଛନ୍ତି। (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result