No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) ପାରଳାଖେମୁଣ୍ଡି :- ବିଭିନ୍ନ ସମୟରେ ବିଏସ୍ଏନ୍ଏଲ୍: ସେବାରୁ ବଞ୍ଚିତ ହେଉଛନ୍ତି ଗଜପତି ଜିଲ୍ଲା’ର ଆଦିବାସୀ ବହୁଳ ମୋହନା ବ୍ଳକ ଅଞ୍ଚଳବାସୀ ଏଭଳି ସମସ୍ୟା କୁ ନେଇ ଲୋକେ ଯେତେ ଅଭିଯୋଗ କଲେ ମଧ୍ୟ ଶୁଣିବାକୁ ଏଠି କେହି ନାହାନ୍ତି ବୋଲି ଅଭିଯୋଗ’ରେ ଜଣାଇଛନ୍ତି ଅଞ୍ଚଳବାସୀ l ଯଦି କୌଣସି କାରଣ’ରୁ ଅସାବଧାନତା ବଶତଃ ମୋବାଇଲ ଫୋନ ହଜିଗଲେ କିମ୍ଵା ବିଏସ୍ଏନଏଲ ସିମ୍ କାର୍ଡ଼ ଖରାପ ହେଲେ ସିମ୍ କାର୍ଡ଼ ବଦଳାଇବା ପାଇଁ ମୋହନା ବ୍ଳକରେ ବସବାସ କରୁଥିବା ବିଏସଏନଏଲ: ସିମ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ କାର୍ଯ୍ୟଳୟରେ ସିମ୍ କାର୍ଡ଼ ମିଳିବାର ସୁବିଧା ନ ଥିବାରୁ ଲୋକେ ବାଧ୍ୟହୋଇ ମୋହନା ବିଏସ୍ଏନଏଲ: କାର୍ଯ୍ଯଳୟ ଠାରୁ ପ୍ରାୟ ୪୫ କିମି : ଦୂରରେ ଥିବା ଦିଗପହଣ୍ଡି ଗ୍ରାହକ ସେବା କେନ୍ଦ୍ର ( ବିଏସ୍ଏନଏଲ: କାର୍ୟ୍ୟାଳୟ) କୁ ଯିବାକୁ ପଡୁଛି। ଯାହାଫଳରେ ଗ୍ରାହକମାନେ ଅଯଥା ନାହିଁ ନ ଥିବା ଖର୍ଚ୍ଚାନ୍ତ ହେବା ସହ ସେମାନଙ୍କ ସମୟ ମଧ୍ୟ ଅପଚ଼ୟ ହେଉଛି। ଗ୍ରାହକମାନେ ବିଏସ୍ଏନ୍ଏଲର ସୁବିଧା ଏବଂ ସେବା ପାଇ ନ ପାରି ଅନ୍ୟ ଅପରେଟର’ର ସିମ୍ କାର୍ଡ଼ ନେବାକୁ ଉଚିତ ମଣୁଛନ୍ତି।
ଅପରପକ୍ଷେ ମୋହନା କାର୍ଯ୍ୟାଳୟ ଠାରୁ ୮ କି.ମି ଦୂର’ରେ ଥିବା ଲୁହାଗୁଡି ମଧ୍ୟରେ ରହିଥିବା ଗ୍ରାମ ଲୁଡ଼ୁରୁ, କିରାମା , ମେରାପଲ୍ଲୀ’ରେ ବିଏସଏନଏଲ: ଟାୱ।ର କି ନେଟୱ।ର୍କ ନ ଥିବାରୁ ସାଧାରଣ ଉପଭୋକ୍ତା ଉପଯୁକ୍ତ ସେବା ପାଇବାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ସେହିଭଳି ଅନ୍ତରବା , କର୍ଚ୍ଚବାଡ଼ି ,ଗୁଡ଼ଙ୍ଗପୁର , ଡେଙ୍ଗାସ୍ ଖାଲ ପ୍ରଭୃତି ବହୁ ପଞ୍ଚାୟତ ଅଞ୍ଚଳ’ରେ ମୋବାଇଲ ଟାୱ।ର ନ ଥିବାରୁ ଲୋକେ ବାହ୍ୟଜଗତରୁ ବିଛିନ୍ନ ହେଲା ଭଳି ମୌଳିକ ସେବାରୁ ବଞ୍ଚିତ ହେଉଥିବା ସରପଞ୍ଚ ସେବତୀ ଗମାଙ୍ଗ , ଯାକୋବ ମଳିକ , କାମ୍ବି ମଳିକ ଏବଂ ପଞ୍ଚାୟତବାସୀ ମାନେ ଅଭିଯୋଗ କରିଛନ୍ତି। ଏମିତିକି , ଲୋକେ ବହୁ ଜରୁରୀକାଳିନ ସେବାରୁ ମଧ୍ୟ ବଞ୍ଚିତ ହେବାରେ ଲାଗିଛନ୍ତି ।।ମୋହନା ସହର ମଧ୍ୟରେ ରହିଥିବା ମାଣିକେଶ୍ଵରୀ ସାହି ଓ କଲେଜ ଛକ’କୁ ନେଟଞ୍ଵାର୍କ୍ ଆସୁନି । ଯାହାଦ୍ଵାରା ସାହି ବାସିନ୍ଦା ସମ୍ପୃକ୍ତ ସେବାରୁ ବଞ୍ଚିତ ହେଉଥିବା ଅଞ୍ଚଳବାସୀ ସେମାନଙ୍କ ଅଭିଯୋଗ’ରେ କହିଛନ୍ତି। ଏ ସଂପର୍କରେ ବ୍ରହ୍ମପୁର ବିଏସଏନଏଲ କାର୍ୟ୍ୟାଳୟର ଡ଼େପୁଟି ଜେନେରାଲ ମ୍ୟାନେଜର(ଡ଼ିଜିଏମ୍) ସନ୍ତୋଷ କୁମାର ସାହୁ’ଙ୍କୁ ପଚାରିବାରୁ ଅଳ୍ପଦିନ ମଧ୍ୟରେ ସମାସ୍ୟା’ର ସମାଧାନ କରାଯିବା ସହ ଏଦିଗରେ ଅଞ୍ଚଳବାସୀ ବିଶେଷ ଉପକୃତ ହେବେ ବୋଲି କହିଥିବା ଜଣାପଡିଛି ।(ପାରଳାଖେମୁଣ୍ଡି /ଗରୁଡ଼ ଧ୍ୱଜ ଚୌଧୁରୀ)
No Result
View All Result