No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା’ର ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ ଟିଏମସି: ମାନଙ୍କରେ କାର୍ଯ୍ୟରତ ବିଭିନ୍ନ ପ୍ରକାର’ର ୧୩୫ ଜଣ ବିଭିନ୍ନ ବର୍ଗ’ର ସ୍ବାସ୍ଥ୍ୟକର୍ମୀ ମାନଙ୍କ ପକ୍ଷେ ସରକାର’ଙ୍କ ପକ୍ଷରୁ ଘୋର ଅବିଚାର ଓ ଅନ୍ୟାୟ କରାଯାଇଛି । ରାଜ୍ୟ ସରକାର’ଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ପୂର୍ବରୁ କୋଣସି କିଛି ନୋଟିସ ନ ଦେଇ ସେମାନଙ୍କୁ ହାଠାତ ଏକ ଚିଠି ମାଧମରେ କାର୍ଯ୍ୟରୁ ଛଟେଇ ତଥା ଉଚ୍ଛେଦ କରି ଦିଆଯାଇଛି । ଏହାର ପ୍ରତିବାଦ’ରେ ସମ୍ପୃକ୍ତ ସମସ୍ତ ଛଟେଇ ସ୍ବାସ୍ଥ୍ୟକର୍ମୀ ମାନେ ଏକ ନିରବ ଶୋଭାଯାତ୍ରା’ରେ ବାହାରି ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ’ରେ ପହଞ୍ଚିଥିଲେ । ସେଠାରେ ସେମାନଙ୍କ ପୁନଃବିଚାର ଓ ପୁନଃନିଯୁକ୍ତି ପାଇଁ ଦାବି କରି ଜିଲ୍ଲାପାଳ’ଙ୍କ ଉଦ୍ଦେଶ୍ୟରେ ଡେପୁଟି କଲେକ୍ଟର ନର୍ମଦା ନାୟକ’ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।
ଦାବୀପତ୍ର’ରେ ସେମାନେ ଦର୍ଶାଇଛନ୍ତି ଯେ , ଆମେ ସମସ୍ତେ ବିଭିନ୍ନ ବର୍ଗର ଯଥା:- ଏଏନଏମ , ଷ୍ଟାଫ-ନର୍ସ , ଫମସିଷ୍ଟ , ଓ ବ୍ଲକ ଟେକ୍ନିସିଆନ ପ୍ରଭୃତି ଗଜପତି ଜିଲ୍ଲା’ର ସ୍ବାସ୍ଥ୍ୟକର୍ମୀ ମାନେ । ଆମେ ଗତ ୩ ମାସ ପୂର୍ବେ ଅର୍ଥାତ ସେପ୍ଟେମ୍ବର ୪ ତାରିଖ ଦିନ ଦ୍ଵିତୀୟ ବେଚ ଭାବେ ଜିଲ୍ଲାର ପାରଳାଖେମୁଣ୍ଡି ସମେତ ବିଭିନ୍ନ ବ୍ଲକ ଅଂଚଳ’ରେ ରହିଥିବା କୋଭିଡ କେୟାର ସେଣ୍ଟର ଓ ଟିଏମସି: ମାନଙ୍କ’ରେ ନିଯୁକ୍ତି ପାଇ ୨୪ ଘଣ୍ଟା ଧରି ନିଷ୍ଠାର ସହ ଅବିରତ ସେବା କାର୍ଯ୍ୟ ଯୋଗାଇ ଆସୁଥିଲୁ । ଏମିତିକି , କୋଭିଡ ବୋଲି ନ ଭାବି ନିଜ ପରିବାର ଓ ଜୀବନ’କୁ ସମ୍ପୂର୍ଣ୍ଣଭାବେ ଭୁଲିଯାଇ ଅତି ଦୁଃଖ କଷ୍ଟ’ରେ କାମକରି ଆସୁଥୁଲୁ ।
ହେଲେ ଆମେ ଆମ ଡ୍ୟୁଟି’ରେ କାର୍ଯ୍ୟରତ ଥିବାବେଳେ ହଠାତ ଆମକୁ ଏକ ଚିଠି ଆସି ପହଞ୍ଚିଲା ଯେ ଆମକୁ କାର୍ଯ୍ୟରୁ ଛଟେଇ ତଥା ଉଚ୍ଛେଦ କରାଗଲା ବୋଲି । ସରକାର ହଠାତଏକ ଚିଠି ପଠାଇ ଛଟେଇ କରିବା ନେଇ ସେମାନେ ଏକ ଶୋଭଯାତ୍ରାରେ ବାହାରି ଜିଲ୍ଲାପାଳ ଙ୍କ କର୍ଯ୍ୟାଳୟ ଠାରେ ପହଞ୍ଚି ପୁନଃ ନିଯୁକ୍ତି ଦାବିକରି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଏହି ଶୋଭାଯାତ୍ରା ଓ ସ୍ମାରକ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ମମତା ସୁଇ, ସୁମଲତା ପାଲକା, ଭାଗ୍ୟବତୀ ବିଶ୍ଵାଳ, ସଙ୍ଗୀତା ପରିଡ଼ା, ପ୍ରିୟଙ୍କା ସିଂ, ଜଗଦୀଶ ପାସୁପୁରେଡ୍ଡୀ, ଉଷାରାଣୀ ପାଣି ଓ ପ୍ରତିମା ପାଇକ ପ୍ରମୁଖ ବହୁ ସଂଖ୍ୟାରେ ଷ୍ଟାଫ ନର୍ସ, ଏ ଏନ୍ ଏମ୍, ଫାର୍ମାସିଷ୍ଟ ଓ ବ୍ଲକ୍ ଟେକ୍ନିସିଆନ ପ୍ରଭୁତି ଅଂଶ ଗ୍ରହଣ କରିଥିଲେ l (ପାରଳାଖେମୁଣ୍ଡି /ଗରୁଡ଼ ଧ୍ୱଜ ଚୌଧୁରୀ)
–
No Result
View All Result