No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) କଟକ :- ବାରଙ୍ଗ ଦାଢ଼।ପାଟଣା ସ୍ଥିତ କୁଞ୍ଜବିହାରୀ କଲେଜ ଛକ ଠାରେ ଶନିବାର ସକାଳ ୧୦ ଟାରେ ଏଆଇଡିଏସଓ ର କର୍ମୀ ମାନେ , ଦିଲ୍ଲୀ ସୀମାରେ ଚାଲିଥିବା ଐତିହାସିକ ଚାଷୀ ଆନ୍ଦୋଳନ ପ୍ରତି ସଂହତି ଜ୍ଞାପନ କରି ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ଏଠାରେ ସୂଚନାଯୋଗ୍ୟ କେନ୍ଦ୍ର ସରକାର ଅତ୍ୟନ୍ତ ଅନ୍ୟାୟ ଭାବେ ୩ଟି ଚାଷୀ ବିରୋଧି କୃଷି ଆଇନକୁ ପ୍ରଣୟନ କରିଛନ୍ତି । ଏହି କୃଷି ଆଇନ ଗୁଡିକ ଲାଗୁ ହେଲେ କୃଷକମାନେ ସେମାନଙ୍କର ସାମ୍ବିଧାନିକ ଓ ମୌଳିକ ଅଧିକାର ହରାଇବେ । ଯାହାଦ୍ୱାରା ପୁଞ୍ଜିପତି, ବ୍ୟବସାୟୀ ଏବଂ କର୍ପୋରେଟ ସଂସ୍ଥା ମାନେ ଲାଭବାନ ହେବେ । କୃଷି ବଜାରରେ ସେମାନେ ସମ୍ପୁର୍ଣ୍ଣଭାବରେ ବିନା ବାଧାରେ ପ୍ରବେଶ କରି , ସମଗ୍ର ଦେଶରେ ଦଖଲ କରିବାର ଆଇନଗତ ଅଧିକାର ପାଇବେ । କୃଷକମାନଙ୍କର ନୁହେଁ ପୁଞ୍ଜିପତିମାନଙ୍କ ବ୍ୟବସାୟ ପାଇଁ ଦେଶରେ ଗୋଟିଏ ବଜାର ତିଆରି ହେବ ।
ଅପର ଦିଗରେ ଆଳୁ, ପିଆଜ, ଡ଼ାଲି, ତୈଳ ଜାତୀୟ ଦ୍ରବ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରୁ ବାଦ ପଡିବା , ଫଳରେ ବ୍ୟବସାୟୀମାନେ ଏସବୁ ମହଜୁଦ କରି କଳା ବଜାର କରିବା ପାଇଁ ଅଖଣ୍ଡ କ୍ଷମତାର ଅଧିକାରୀ ହେବେ । ସରକାର ଦର ନିୟନ୍ତ୍ରଣ କରିବାର ଅଧିକାର ହରାଇବେ । ଯାହାଫଳରେ ଆକାଶଛୁଆଁ ଦରବୃଦ୍ଧି କରିବା ପାଇଁ ପୁଞ୍ଜିପତିମାନେ ନିରଂକୁଶ କ୍ଷମତା ପାଇବେ । ଘରୋଇ ଧାନ ମଣ୍ଡି ଜରିଆରେ କର୍ପୋରେଟମାନେ ଧାନ କିଣିବାର ଅଧିକାର ପାଇବେ , ନିଜ ଇଚ୍ଛା ଅନୁସାରେ ଧାନର ମୂଲ୍ୟ ନିର୍ଦ୍ଧାରଣ କରିବେ । ଯାହାଫଳରେ ଅକ୍ଳାନ୍ତ ପରିଶ୍ରମ କରି ରକ୍ତ ନିଗାଡ଼ି ଚାଷୀ ଅମଳ କରିଥିବା ଉତ୍ପାଦିତ ଶସ୍ୟକୁ ଶାଗ-ମାଛ ମୂଲରେ ବିକିବାକୁ ବାଧ୍ୟ ହେବେ । ଆମ ଦେଶରେ ଅଧିକାଂଶ ଛାତ୍ରଛାତ୍ରୀ ଚାଷୀ ପରିବାରରୁ ଆସିଥାନ୍ତି । ତେଣୁ ଚାଷୀ ମାନଙ୍କ ସର୍ବନାଶ ପ୍ରତ୍ୟକ୍ଷ ଭାବେ ଛାତ୍ରଛାତ୍ରୀ ମାନଙ୍କର ସର୍ବନାଶ କରିବ ।
ତେଣୁ ତୁରନ୍ତ ଦେଶର ସର୍ବସ୍ତରର ଜନଗଣଙ୍କ ସ୍ୱାର୍ଥରେ ଏହି ବିନାଶକାରୀ ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଆଜିର କାର୍ଯ୍ୟକ୍ରମରେ ଛାତ୍ରନେତା ମାନେ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଦାବି କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଐତିହାସିକ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଛାତ୍ର ସଂଗଠନ ଏଆଇଡିଏସଓ ସାରା ଦେଶରେ ୩ ରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ସଂହତି ସପ୍ତାହ ପାଳନ କରୁଛି । ଆଜିର କାର୍ଯ୍ୟକ୍ରମକୁ ଏଆଇଡିଏସଓର ବାରଙ୍ଗ ଆଞ୍ଚଳିକ କମିଟିର ସମ୍ପାଦିକା ଭାଗ୍ୟଶ୍ରୀ ପ୍ରଧାନ, ସହ-ସମ୍ପାଦକ ରାଜେଶ ରାଉତ, ଆଲେକ କାଣ୍ଡି ପ୍ରମୂଖ ନେତୃତ୍ୱ ନେଇଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result