No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) ରଣପୁର :- ରଣପୁର ବ୍ଲକ ବ୍ରଜରାଜ ପୁର ପଞ୍ଚାୟତ ର ୧୧ ମାସ ହେଲା କ୍ୟାନସର ରୋଗ ରେ ପୀଡିତ ରହି ଜୀବନ ,ମୃତ୍ଯୁ ସହ ସଂଘର୍ଷ କରି ଆଜି ହାରିଯାଇଛନ୍ତି ଜୀବନ ଯୁଦ୍ଧ ରେ ବିଶ୍ବଜିତ । ବିଗତ କିଛି ମାସ ହେବ ଲତାର ଗ୍ରାମର ବିଶ୍ବଜିତ ଶତପଥି (୨୦) ବର୍ଷ ଆଜି ମୃତ୍ଯୁ ବରଣ କରିଛନ୍ତି । ବିଶ୍ବଜିତ ଭୁବନେଶ୍ୱର ସମ୍ ହସ୍ପିଟାଲ ରେ ଚିକିତ୍ସାଧିନ ଥିଲେ ।
ଗତ ତିନି ଦିନ ହେବ ସ୍ବାସ୍ଥ୍ୟ ବସ୍ଥା ଗୁରୁତର ହୋଇପଡିଥିବା ବେଳେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବାର ଜଣା ପଡ଼ିଛି । ପରିବାର ର ଏକମାତ୍ର ପୁତ୍ର ସନ୍ତାନ ର ମୃତ୍ୟୁ ଯେମିତି ବାପା ମାଆଙ୍କୁ ଚଡକ ପକାଇଛି । ବିଶ୍ଵଜିତ ଙ୍କ ସୁସ୍ଥତା ପାଈଁ ବ୍ରଜରାଜପୁର ଗ୍ରାମବାସୀ , ସାଙ୍ଗସାଥୀ ମାନେ ବହୁ ସାହାଯ୍ୟ ସହଯୋଗ କରିଥିଲେ । ବିଶ୍ବଜିତ ଙ୍କ ମୃତ୍ୟୁ ଖବର ସେମାନଙ୍କ ମଧ୍ୟରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି ।
ଏହାଦ୍ୱାରା ବିଶ୍ବଜିତ ଙ୍କ ପରିବାର କୁ ସହାୟତା ରାଶି ପ୍ରଦାନ କରିବା ସହ ଦୁଃଖଦ ପରିସ୍ଥିତି ରେ ସାନ୍ତ୍ଵାନା ଦେଇ ଆସିଥିବା ପୂର୍ବତନ ବ୍ଲକ ଚେୟାରମ୍ୟାନ ଇଂ ଦେବାଶିଷ ପଟ୍ଟନାୟକ ମଧ୍ୟ ଭାଙ୍ଗି ପଡିଛନ୍ତି ବିଶ୍ବଜିତ ଙ୍କ ମୃତ୍ୟୁ କୁ ନେଇ । ବିଶ୍ବଜିତ ଙ୍କ ଆତ୍ମା କୁ ସଦଗତି କାମନା କରିବା ସହ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।
No Result
View All Result