No Result
View All Result
ମିଳିଥିବା ସୂଚନା ଅନୁଯାୟୀ – କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW) ତାଙ୍କୁ ପଚରାଉଚରା ନେଇଛି । ଯଦି ସେପରି କିଛି ପ୍ରମାଣ ମିଳେ ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ ।
ଓଡ଼ିଶା ତାଜା ନ୍ୟୁଜ (୩ ଡିସେମ୍ବର ଗୁରୁବାର ) ଭୁବନେଶ୍ୱର :- ନିଲମ୍ବିତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲେ ଅଜଣା ଲୋକ । ଇଓଡବ୍ଲ୍ୟୁକୁ ନେଇକି ଯାଉଚୁ ବୋଲି କହି କିଛି ଲୋକ ତାଙ୍କୁ ଘରୁ ଉଠାଇ ନେଇଥିବା ଜଣାପଡିଛି । ଏହାପରେ ନିଲମ୍ବିତ ବିଧାୟକଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ଏଥିରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି ।
ସୁଜାତା ପାଣିଗ୍ରାହୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ମୋ ସ୍ୱାମୀଙ୍କୁ ନକ୍ସଲ କୁ ନେଲା ଭଳି ବ୍ରିଗେଡ଼ ଲଗାଇ ଉଠାଇଦେଲେ ସେମାନେ । ନିଜକୁ କ୍ରାଇମବ୍ରାଞ୍ଚ ବୋଲି କହି ୪ଟି ଗାଡିରେ ଆସି ମୋ ସ୍ୱାମୀଙ୍କୁ ତଦନ୍ତ କରିବେ ବୋଲି କହି ଉଠାଇ ନେଲେ । ମୋ ସ୍ୱାମୀଙ୍କର କିଛି ହେଲେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ” ବୋଲି କହିଛନ୍ତି ।
ସେ କହିଛନ୍ତି, “ମୋ ସ୍ୱାମୀଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଚି । ମୋ ସ୍ୱାମୀ କଣ ନକ୍ସଲାଇଟ୍ ?” । ତେବେ ଯେଉଁଭଳି ଭାବେ ପ୍ରଦୀପଙ୍କୁ ନିଆଯାଇଛି ସେନେଇ ସୁଜାତା ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ଯ କହିଛନ୍ତି ଯେ, “ମୋ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ଅଛି । ରାଜ୍ୟରେ ଆଇନ ଶୃଙ୍ଖଳା କିପରି ଚାଲିଛି..? ମୋ ସ୍ୱାମୀଙ୍କର କିଛି ହେଲେ, ମୁଁ ସମସ୍ତଙ୍କୁ କାଠଗଡାକୁ ଟାଣିବି । ମୋ ସ୍ୱାମୀଙ୍କ ସୁରକ୍ଷା ନେଇ ମୁଁ ସନ୍ଦିହୀନ ହୋଇପଡିଛି । କ୍ଷମତା ଗୋଷ୍ଠୀ ମାନେ ମୋ ସ୍ୱାମୀଙ୍କୁ ହଇରାଣ କରିବା ପାଇଁ ଷଡଯନ୍ତ୍ର ଚଳାଇଛନ୍ତି” ।
ମିଳିଥିବା ସୂଚନା ଅନୁଯାୟୀ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW) ତାଙ୍କୁ ପଚରାଉଚରା ନେଇଛି । ଯଦି ସେପରି କିଛି ପ୍ରମାଣ ମିଳେ ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ । ତେବେ EOW ସହ ଭିଜିଲାନ୍ସର ତଦନ୍ତକାରୀ ଅଫିସରମାନେ ସେମାନଙ୍କ ସହ ଆସିଥିବା ସୂଚନା ମିଳିଛି ।
No Result
View All Result