No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩ ଡିସେମ୍ବର ଗୁରୁବାର ) ବାଲେଶ୍ୱର :- ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ବେଣlପୁରା ପାର୍ବତୀ କଲ୍ୟାଣ ମଣ୍ଡପରେ ଏକ ନାବାଳିକାର ବାହାଘର ଉପରେ ବସ୍ତା ପୋଲିସ ଓ ଜିଲ୍ଲା ଶିଶୁ ବିକାଶ ଯୋଜନା ପ୍ରଶାସନ ରୋକ ଲଗାଇଛି I ମିଳିଥିବା ସୂଚନା ମୁତାବକ ବେଣlପୁରା ପାର୍ବତୀ କଲ୍ୟାଣ ମଣ୍ଡପରେ ନାବାଳିକାର ବାହାଘର ହୋଉଥିବାବେଳେ ବସ୍ତା ପୋଲିସ ଓ ଜିଲ୍ଲା ଶିଶୁ ବିକାଶ ଯୋଜନା ପ୍ରଶାସନ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ ପରେ ବିବାହ ମଣ୍ଡପ ରୁ କନ୍ୟା ଫେରାର ହୋଇଯାଇଥିବା ବେଳେ ବର ଅଟକ ହେବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି l ଏହି ମଣ୍ଡପରେ ଜଳେଶ୍ୱର ଥାନା ବାହାଦ୍ଧl ଗାଁର ଏକ ନାବାଳିକା ସହିତ ବସ୍ତା ଥାନା ବେଣlପୁରା ଗାଁର ଏକ ଯୁବକଙ୍କ ସହିତ ବିବାହ ହୋଉଥିଲା l

ବସ୍ତା ପୋଲିସ ଓ ଜିଲ୍ଲା ଶିଶୁ ବିକାଶ ଯୋଜନା ପ୍ରଶାସନର ବିବାହ ହୋଉଥିବା ମଣ୍ଡପରେ ଚଢ଼ାଉ କରି ବର ଓ କନ୍ୟାର ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରିଥିଲେ l ପାର୍ବତୀ କଲ୍ୟାଣ ମଣ୍ଡପ ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା ପ୍ରମାଣରେ କନ୍ୟା ଜଣକ ନାବାଳିକା ଥିବା ଜଣl ପଡ଼ିଥିଲା l ଏହି ଚଢ଼ାଉ ଦେଖି କନ୍ୟା ଓ ପରିବାର ବର୍ଗ ମଣ୍ଡପରୁ କନ୍ୟାକୁ ଧରି ଫେରାର ହୋଇଯାଇଥିଲେ l ବସ୍ତା ପୋଲିସ ଓ ଜିଲ୍ଲା ଶିଶୁ ବିକାଶ ଯୋଜନା ପ୍ରଶାସନ ବରକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି l କରୋନା କଟକଣାକୁ ଅବମାନନା କରି ବେଣlପୁରା ପାର୍ବତୀ କଲ୍ୟାଣ ମଣ୍ଡପରେ ବହୁ ସଂଖ୍ୟାରେ ନାବାଳିକାର ବାହାଘର ହୋଉଥିବାବେଳେ ନୀରିହ ଯୁବକ ଓ ଯୁବତୀ ମାନଙ୍କର ଜୀବନ ନଷ୍ଟ କରାଯlଉଛି l ମମ ଟ୍ରଷ୍ଟର ହସ୍ତକ୍ଷପ ପରେ ସବୁକିଛି ସୁଧାରି ଆସିଛି l (ଦୀପ୍ତିମାନ ପତି /ବାଲେଶ୍ୱର )
No Result
View All Result