ମାହାଙ୍ଗା (ଓଡିଶା ତାଜା ନିଉଜ ) ମାହାଙ୍ଗା 18.1.2020 – କଟକ ଜିଲ୍ଲା ମାହାଙ୍ଗା କେନ୍ଦ୍ର ସମବାୟ ସମିତି ଅଧୀନରେ ଥିବା ଗୋପାଳ ପୁର ସେବାସମବାୟ ସମିତି ପକ୍ଷରୁ ଭଦ୍ରେଶ୍ୱର ପଂଚାୟତ ନିକଟରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉଛି. ଆଜି ଏହି ସମବାୟ ସମିତିର 13ଜଣ ଚାଷୀଙ୍କ ଠାରୁ 387 କୁଇଣ୍ଟାଲ ଧାନ କିଣିବା ପାଇଁ ଟୋକନ ଦିଆଯାଇଥିଲା, ଚାଷୀମାନେ ଧାନ ଆଣି ମଣ୍ଡିରେ ଗଦା କରିଥିବା ବେଳେ ମିଲର ଆସି ଧାନ କଣ୍ଟା କରି ଗାଡ଼ିରେ ମିଲକୁ ନେବା କଥା, କିନ୍ତୁ କଟଜ ମଙ୍ଗୁଳି ଅଂଚଳର ପଣ୍ଡା ଆସୋସିଏଟ ମଣ୍ଡିକୁ ଧାନ ନେବା ପାଇଁ ତାଙ୍କ ଏଜେଣ୍ଟ ଗାଡି ସହ ସେଠାରେ ପହଂଚିଥିଲେ,
ପରନ୍ତୁ ସେଠାରେ ପହଂଚିବା ପରେ ମିଲ ଏଜେଣ୍ଟ ଜଣକ କେତେକ ନିର୍ଦ୍ଧିଷ୍ଟ ଚାଷୀଙ୍କର ନାମକୁ ମାତ୍ର ଧାନର ଆଦ୍ରତା ପରୀକ୍ଷା କରି 17% ରୁ ଅଧିକ ଆଦ୍ରତା ଥିବା କହିବା ସହ ମଣ୍ଡିରୁ ଧାନ ନେବାକୁ ଅମଙ୍ଗ ହୋଇଥିଲେ. ଏହାପରେ ମିଲର କୁ ମନେଇବା ପାଇଁ ସେଠାରେ ଥିବା ଧାନ ବେପାରୀ ମାନେ ପହଂଚି କୁଇଣ୍ଟାଲ ପ୍ରତି 4% ଧାନ କାଟିକି ନେବାକୁ ସଲାସୁତୁରା ହେଇଥିଲେ. ଚାଷୀ ମାନେ ମିଲର ଓ ବେପାରୀଙ୍କ ମଧୁଚନ୍ଦ୍ରିକା ଜାଣିପାରି କାଟିକି ଧାନ ଦେବାକୁ ଅମଙ୍ଗ ହେଇଥିଲେ, ଏଥିରେ ଫାଇଦା ନହେବା ଜାଣି ମିଲରୁ ଆସିଥିବା ସ୍ୱାଇଁ ବାବୁ ଚାଷୀ ଓ କଣ୍ଟାବାଲାକୁ ଖାଇକି ଯାଅ ଆସିବ ତାପରେ ଧାନ ଓଜନ ହେବ କହିଥିଲେ, ଯେମିତି ଚାଷୀ ମାନେ ଖାଇବାକୁ ଯାଇଛନ୍ତି ସେମିତି ମିଲର ସ୍ୱାଇଁ ବାବୁ ଗାଡ଼ିନେଇ ସେଠାରୁ ଲୁଚିକି ପଳାଇ ଯାଇଥିଲେ. ଖାଇକି ଚାଷୀମାନେ ଆସିବାପରେ ମିଲର ଗାଡି ନଥିବା ଦେଖି ସମବୟସମିତି ର ସମ୍ପାଦକ କୁ ପଚାରିବାରୁ ସେ ପଳେଇଗଲେ ବୋଲି ଉତ୍ତର ଦେଇଥିଲେ. ଯାହା ଫଳରେ ଚାଷୀମାନେ ସେଠାରେ ଧାନ ଧରି ଶୀତ କାକରରେ ପଡି ଜଗି ରହିଛନ୍ତି,
ଧାନ ମଣ୍ଡିରେ ଚୋରା ବେପାରୀ ମାନଙ୍କ ଦୌରାତ୍ମ୍ୟ ଯୋଗୁ ଚାଷୀମାନେ ଏପରି ଦସା ଭୋଗୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଚନ୍ତି, ବେପାରୀ, ମିଲର, ଓ ସମ୍ପାଦକ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହେଇ ଧାନ କ୍ରୟ କରାଯାଉଛି, ବେପାରୀମାନେ ମଣ୍ଡିରେ ଧାନର କେତେ ଆଦ୍ରତା ଅଛି ଧାନ କଟା ଯିବ ତାହା ସ୍ଥିର କରୁଥିବା ଚାଷୀମାନେ କହିଛନ୍ତି. ଏପରିକି ଚାଷୀମାନଙ୍କଠାରୁ କୁଇଣ୍ଟାଲ ପ୍ରତି 5 ରୁ 7, 8 କିଗ୍ରା ଧାନ କାଟିନେବାକୁ ମିଲର ସକ୍ଷମ ହେଉଛନ୍ତି. କାଟି ରଖିଥିବା ଧାନ ର ମୂଲ୍ୟକୁ ବେପାରୀ ମିଲର ଏଜେଣ୍ଟ ଓ ସମ୍ପାଦକ ବାଣ୍ଟି ନେଇ ମାଲାମାଲ ହେଉଥିବା ମାହାଙ୍ଗାରେ ଚର୍ଚ୍ଚା ଜୋର ଧରିଛି. ଆର ଏମ ସି କର୍ମଚାରୀ ଙ୍କ ଉପସ୍ଥିତରେ ଧାନ ର ଆଦ୍ରତା ମାପିବାର ନିଅମ ଥିବାବେଳେ ତାହା କରାଯାଉନାଇଁ, ମିଲର ଓ ବେପାରୀ ଙ୍କ ମନମାନିରେ ଧାନ କ୍ରୟ କରାଯଉଛି ଯାହାଫଳରେ ଚାଷୀମାନେ ଶୋଷଣର ଶିକାର ହୋଇ କ୍ଷତି ସହୁଛନ୍ତି, ଅଭିଯୋଗ କଲେ ବି ସମବାୟ ସମିତି ସମ୍ପ୍ରସାରଣ ଅଧିକାରୀ ଏହାକୁ କର୍ଣପାତ କରୁନାହାନ୍ତି. ଏ ସମ୍ପର୍କରେ ସମିତି ସମ୍ପାଦକ ଅଲି ଙ୍କୁ ପଚାରିବାରୁ ଆଦ୍ରତା ଥିବାରୁ ଧାନ ନେବାକୁ ମିଲର ଅରାଜି ହୋଇ ଲୁଚିପଳାଇଥିବା ସ୍ୱୀକାର କରିଚନ୍ତି, ସରକାରଙ୍କ ନିଅମ ଅନୁଯାଇ ଚାଷୀ ମଣ୍ଡିରେ ଧାନ ଓଜନ କରି ଦେବା ପରେ ଗୋଦାମ ଗୃହରେ ଧାନ ରଖାଯିବା ସହ ପରେ ମିଲର ଆସି ଗୋଦାମରୁ ଧାନ ନେବା କଥା କିନ୍ତୁ ଏଠି ଏହାର ଓଲଟା କାମ କରାଯାଉଛି ଚାଷୀଙ୍କୁ ଭୁଆଁ ବୁଲାଇ ଧାନ କ୍ରୟ କରାଯାଉଛି. ଏପରି କରିବା ଦ୍ୱାରା ଧାନ ଓଜନ ପାରିଶ୍ରମିକ ଅର୍ଥ କୁ ସିଧା ପକେଟ ରେ ପୁରାଇ ଲୁଟ କରୁଥିବା ଅଭିଯୋଗ ହୋଇଛି. ଏହାର ଏକ ଉଚସ୍ତରିୟ ତଦନ୍ତ କରିବାକୁ କଟକ ଜିଲ୍ଲାପାଳ ଓ କୃଷି ସଚିବଙ୍କ ଠାରେ ମାହାଙ୍ଗାର ଚାଷୀମାନେ ଦାବୀ କରିଚନ୍ତି. , ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ