No Result
View All Result
୦୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର କଳା ସଂସ୍କୃତି ଐତିହ୍ୟ ପରମ୍ପରା ଓ ଶହୀଦମାନଙ୍କ ବୀରତ୍ୱ ସ୍ମୃତି ସାଉଁଟିବା ପାଇଁ ୨୦୦୬ ମସିହାରୁ ରଣପୁର ମହୋତ୍ସବ ଅର୍ଜୁନ ଅନୁଷ୍ଠିତ ହୋଇଆସୁଥିବା ବେଳେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ଜାନୁଆରୀ ୫ ତାରିଖ ଠାରୁ ଆରମ୍ଭ ହୋଇ ୯ ତାରିଖ ଗୁରୁବାର ଉଦଯାପିତ ହୋଇଯାଇଛି l ୧୯୩୯ ମସିହାରେ ଜାନୁଆରୀ ୫ ତାରିଖରେ ବେଜେଲଗେଟ ଗୁଳିରେ ଅର୍ଜୁନ ରାଉତ ଶହୀଦ ହୋଇଥିଲେ l ପରେ ଉତ୍ୟକ୍ତ ଲୋକମାନେ ବାଉଁଶ ଠେଙ୍ଗାରେ ବେଜେଲଗେଟକୁ ବାଡେଇ ବାଡେଇ ହତ୍ୟା କରିଥିଲେ l ପରେ ବିହାରର ଭାଗଲପୁର ଜେଲରେ ରଘୁଦିବାକରଙ୍କ ଫାଶି ଦିଆ ଯାଇଥିଲା l
ଏହି ଶହୀଦ ମାଟିରେ ବୀରମାନଙ୍କର ସ୍ମୃତିକୁ ମନେ ରଖିବା ପାଇଁ ୨୦୦୬ ମସିହା ଠାରୁ ରଣପୁରରେ ମହୋତ୍ସବ ହୋଇ ଆସୁଛି l ଅନ୍ତିମ ଦିବସର ଅପରାହ୍ଣରେ ରଣପୁର ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ନେଇ ଏକ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କୁଇଜ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ର, ଚିତ୍ତରଞ୍ଜନ ଦାଶ, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ଅବସରପ୍ରାପ୍ତ ଶିକ୍ଷକ ହରିହର ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ l
ପରେ ବିଭିନ୍ନ ବିଦ୍ୟାଳୟ ତଥା ଅନୁଷ୍ଠାନରୁ ଆସିଥିବା କୁନି କୁନି କଳାକାରଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହା ସହ ଭାରତ ସରକାରଙ୍କ ଆସାମ ବିହୁ ନୃତ୍ୟ, ତ୍ରିପୁରା ନୃତ୍ୟ, ରାଜ୍ୟ ସରକାରଙ୍କ କଣ୍ଡରା ଦରବାର ଆଦି ପରିବେଷଣ କରାଯାଇଥିଲା l ଏହା ସହ ଅର୍ପିତା ଚୌଧୁରୀ ଓ ବିଷ୍ଣୁମୋହନ କବିଙ୍କ ମେଲୋଡି କାର୍ଯ୍ୟକ୍ରମକୁ ଜନସାଧାରଣ ବେଶ ଉପଭୋଗ କରିଥିଲେ l ଉଦଯାପନୀ ଦିବସର ସଭାକାର୍ଯ୍ୟରେ ଅତିଥି ଭାବେ ମହୋତ୍ସବର ସଭାପତି ତଥା ଓଡିଶାର ବାଚସ୍ପତି ସୁରମା ପାଢ଼ୀ,
ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ମହୋତ୍ସବର ଉପସଭାପତି ବିଜୟ କୁମାର ଜେନା, ସଦସ୍ୟ ରାଜକିଶୋର ପଟ୍ଟନାୟକ, ଡ଼. ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ଅତିଥିମାନଙ୍କ ଦ୍ୱାରା ମହୋତ୍ସବର ମୁଖପତ୍ର ପୁସ୍ତକ “ରଣଶ୍ରୀ” ଉନ୍ମୋଚନ କରାଯାଇଥିଲା l ସଙ୍ଗୀତ କଳା ବିଦ୍ୟା ନିକେତନର ଅଧ୍ୟକ୍ଷ ସତ୍ୟ ନାରାୟଣ ମହାପାତ୍ର ଓ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା l

No Result
View All Result