No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩ ଡିସେମ୍ବର ଗୁରୁବାର ) ଗଞ୍ଜାମ /ବ୍ରହ୍ମପୁର :- ଆଜି ଦିଲ୍ଲୀରେ ସଂଘର୍ଷରତ କୃଷକ ମାନଙ୍କ ଆନ୍ଦୋଳନ ପ୍ରତି ସଂହତି ଜଣାଇ ବ୍ରହ୍ମପୁର ସ୍ଥିତ କାମାପଲ୍ଲୀ ଛକ ଠାରେ ଓଡିଶା କୃଷକ ସଭା, ସିଟୁ, କ୍ଷେତ ମୁଲିଆ ସଂଗଠନ ପକ୍ଷରୁ ପ୍ରତିବାଦ ଆନ୍ଦୋଳନ ସଂଗଠିତ ହୋଇ ଯାଇଛି. ଦିଲ୍ଲୀରେ ସଂଘର୍ଷ ରତ କୃଷକ ମାନଙ୍କର ଆନ୍ଦୋଳନ କୁ ଦମନ କରିବା ବନ୍ଦ କର,

ମୋଦି ସରକାରଙ୍କ କୃଷି ଓ କୃଷକ ସର୍ବନାଶ କାରୀ କୃଷି ଆଇନ 2020 ପ୍ରତ୍ୟାହାର, କୃଷକ ଓ ଜନବିରୋଧୀ ନୂତନ ବିଦ୍ୟୁତ ଆଇନ ରଦ୍ଦ କର, କୃଷି କ୍ଷେତ୍ରରୁ କର୍ପୋରେଟ ହଟାଅ, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ ବାତିଲ କର, ପ୍ରାଇଭେଟ ମଣ୍ଡି ଆଇନ ରଦ୍ଦ କର, କୃଷକ ମାନଙ୍କ ଏକ କାଳୀନ ଋଣ ଛାଡ଼ କର ପ୍ରଭୃତି ଦାବିଅନ୍ତର୍ଭୁକ୍ତ. ମୋଦି ସରକାର କୃଷକ ମାନଙ୍କ ଦାବି କୁ ଗ୍ରହଣ କରିବା ପରିବର୍ତ୍ତେ କୃଷକ ଆନ୍ଦୋଳନ କୁ ଦମନ କରିବା ପାଈଁ ଷଢ଼ଯନ୍ତ୍ର ଚଲାଇ ଛନ୍ତି ବୋଲି kପ୍ରତିବାଦ ସ୍ଥଳରେ ଦୃଢ ନିନ୍ଦା କରାଯାଇଛି

କୃଷକ ମାନଙ୍କ ନ୍ୟାର୍ଯ୍ୟ ଦାବି କୁ ସରକାର ତୁରନ୍ତ ଗ୍ରହଣ କରିବାକୁ ଦାବି କରାଯାଇଛି. ଆଜିର ଏ ଆନ୍ଦୋଳନ କାର୍ଯ୍ୟକ୍ରମ ରେ ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ବାବୁଲା ନାୟକ, କେଶବ ଗୌଡ଼, ଲୋକନାଥ ଖୁଣ୍ଟିଆ,, ପଞ୍ଚାନନ ଜେନା, ଯୁଧିଷ୍ଠିର ସାହୁ, କୃଷ୍ଣ ନାୟକ, ଚିଟିବାବୁ, ପୁରୁଷୋତ୍ତମ ସାହୁ, ଶିଶିର ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ। (ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ)
No Result
View All Result