No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩ ଡିସେମ୍ବର ଗୁରୁବାର )ନୟାଗଡ :- ଶୀତ ଦିନ ବିଭିନ୍ନ ଧନୀ ବ୍ୟକ୍ତିଙ୍କ ଦ୍ୱାରା ଶୀତକୁ ସ୍ୱାଗତ କରାଯାଉଥିଲେ ମଧ୍ୟ ଏହା ଆମ ଦେଶର ଗରିବ ଲୋକଙ୍କ ପାଇଁ ଅନେକ କଷ୍ଟ ଆଣିଥାଏ । ଅତ୍ୟନ୍ତ ଦୁଖର ବିଷୟ, ଆମ ଦେଶର ଅନେକ ଗରିବ ଲୋକ ଶୀତଦିନ ପାଇଁ ଗରମ ପୋଷାକ କିଣିବାକୁ ସକ୍ଷମ ନୁହଁନ୍ତି । ଏହି ପରିପ୍ରେକ୍ଷୀରେ, ମହିଳା ଏବଂ ଶିଶୁମାନେ ଅଧିକ କଷ୍ଟ ପାଆନ୍ତି । ଏହି କାରଣରୁ, ଏହି ଲୋକଙ୍କ ମଧ୍ୟରୁ କେତେଜଣଙ୍କ ଦୁଖକୁ ହ୍ରାସ କରିବାକୁ ଆଙ୍କୁଲାଇ ୟୁଥ କ୍ଲବ ର ଅଭିଯାନ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” ଏହି ଅଭିଯାନ ର ଉଦ୍ୟଷ୍ୟ ଅବ୍ୟବହୃତ ଶୀତ ବସ୍ତ୍ର ସଂଗ୍ରହ କରି ସଠିକ ଲୋକ ଙ୍କ ପାଖରେ ପହଞ୍ଚିବା ଏବଂ ଦାନ କରିବାକୁ ପ୍ରବର୍ତ୍ତାଇବା । ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସମାଜ ଆଗକୁ ବଢିବା କୁ ପଡିବ ।
ଯଦି ଆମ ସମସ୍ତେ ଆମର ଅବ୍ୟବହୃତ ଶୀତ ବସ୍ତ୍ର ଦାନ କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ସେମାନଙ୍କ ଦୁଖ ଦୂର ହୋଇପାରିବ ବୋଲି ଆଙ୍କୁଲାଇ ୟୁଥ କ୍ଲବ ସଭାପତି ଶଶୀ ଭୂଷଣ ମିଶ୍ର କହିଛନ୍ତି ଓ ଅଧିକ ଲୋକଙ୍କୁ ଆଗକୁ ଆସିବାକୁ ଏବଂ ଗରିବ ଲୋକଙ୍କ ପାଇଁ ଉଦାର ଭାବରେ କାର୍ଯ୍ୟ କରିବାକୁ ସେ ନିବେଦନ କରିଥିଲେ । କ୍ଲବ ଦ୍ୱାରା ସଂଗୃହିତ ପୋଷାକକୁ ସଠିକ୍ ପରିମଳ ଏବଂ ବଣ୍ଟନ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି। ।
ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟକାରୀ ସଭାପତି ଶକ୍ତି ପ୍ରସାଦ ମିଶ୍ର, ବରିଷ୍ଠ ସଦଶ୍ୟ ଲଷ୍ମୀକାନ୍ତ ରଥ, ଦିଲ୍ଲୀପ ବ୍ରହେର, ସତ୍ୟନାରାୟଣ ମିଶ୍ର, ରିତିକ ରୋଷଣ ମିଶ୍ର, ବିକାଶ ମଲ୍ଲିକ ସଦର ମହକୁମା ର ପ୍ରତ୍ୟକ ଘରେ ବୁଲି ବୁଝାଇ ଶୀତ ବସ୍ତ୍ର ସଂଗ୍ରହ କରୁଛନ୍ତି । ଆଙ୍କୁଲାଇ ୟୁଥ କ୍ଲବ । ମାନଧତପୁର ଏହାର ୪୦ ବର୍ଷ ପୂର୍ତ୍ତି ଅବସର ରେ ଏହାକୁ କିପରି ରାଜ୍ୟ ସ୍ତର ରେ ପହଞ୍ଚାଇ ପାରିବେ ସେଥିପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଏବଂ ସମସ୍ତେ ଯୋଗାଯୋଗ ନମ୍ବର ଯୋଗାଯୋଗ କରି ଦାନ କରିବାକୁ ଆହ୍ୱାନ କରାଯାଇଛି । (ନୟାଗଡ ଜିଲ୍ଲା ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result