No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ଡିସେମ୍ବର ମଙ୍ଗଳବାର ) ରାୟଗଡ :- ରାୟଗଡ (ଗଜପତି) 1/12-ସରକାର ସବୁ ଗାଁକୁ ପକାରାସ୍ତା ତିଆରି କରି ଗାଁ ଲୋକଙ୍କ ଯାତାୟତ ରେ ସୁଵିଧା କରିବା ସକାଶେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରାସ୍ତା କାମର ସମୟ ସୀମା ସାରିବା ପରେ ବି କାମ ସରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ରାୟଗଡ ବ୍ଲକ ଅନ୍ତର୍ଗତ ଲାଇ ଲାଇ ଗ୍ରାମପଂଚାୟତ ସାନ ଲବା ଗ୍ରାମକୁ ବହୁବର୍ଷଧରି ଗମନା ଗମନପାଇଁ ଭଲରାସ୍ତା ଟିଏ ନଥିଲା ଅଞ୍ଚଳବାସି ଜିଲ୍ଲାପାଳ ଙ୍କୁ ବାରମ୍ବାର ଗୁହାରି ପରେ ଏହି ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅନୁମୋଦିତ ହୋଇଥିଲା । ପି ଡବ୍ଲୁ ଡି ରୋଡ଼ ଠାରୁ ସାନଲବା ଏକ କିଲୋ ମିଟର ଅଧିକ ରୁ ଦୂରତା 1.560କିଲୋ ମିଟର ଅଟକଳ ମୂଲ୍ୟ=104, 77ଲକ୍ଷଅଟେ । କାର୍ଯ୍ୟର ଆରମ୍ଭ ତା 31-07-2019କାର୍ଯ୍ୟ ଶେଷଧାର୍ଯ୍ୟ ସମୟ ତା -30-11-2019ରିଖ ଅଟେ। ଏହି କାର୍ଯ୍ୟକୁ, ଅମରିତ ଶ୍ରୀଧର, ଖରସଣ୍ଡାଗ୍ରାମର ବ୍ୟକ୍ତି ବୋଲି ଜଣାପଡିଛି କିନ୍ତୁ କାର୍ଯ୍ୟର ସମୟ ସୀମା ପୁରୀ ଆଜକୁ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ଏହିକାମ ସମ୍ପୂର୍ଣ ହୋଇପାରିନାହିଁ ।
ଉକ୍ତ ଅଭିଯୋଗ ନେଇ ଗ୍ରାମବାସି ପାରଳାଖେମୁଣ୍ଡି ଯାଇ ବିଭାଗୀୟ ବରିଷ୍ଠ ଯନ୍ତ୍ରୀଙ୍କୁ ସାକ୍ଷତକରି ଏହି ରାସ୍ତା କାମରେ ଅନିୟମିତା ହେଉଥିବା ଓ ପିଚୁ କମ ପରିମାଣ ରେ ପଡୁଥିବା ଓ ରାସ୍ତାମଧ୍ୟରେ ପାହାଡ଼ ମଧ୍ୟରୁ ବଡ଼ନାଳରେ ଜଳ ପ୍ରବାହିତ ହେଉଛି। ସେହି ଜାଗାରେ ଏକ ବ୍ରିଜ କାର୍ଯ୍ୟ କରିବା ପାଇଁ ଜଣାଇଥିଲେ l କାରଣ ବର୍ଷା ଦିନରେ ପାହାଡ଼ ରୁ ବୋହି ଆସୁଥିବା ପାଣି ଅଧିକ ହୋଇଥାଏ ଯଦି ସେହି ଜାଗାରେ ହୋମ ପାଇପ ନଳା ବସାଇ ବ୍ରିଜ କରା ଯାଏ ତେବେ ଏହା ଗୋଟିଏ ବଡ଼ ବର୍ଷା ହେଲେ ଧୋଇହୋଇଯିବ ବୋଲି ଗ୍ରାମ ବାସି ଅଭିଯୋଗ କରିଛନ୍ତି ! ଗ୍ରାମ ବାସୀଙ୍କ ଦାବୀ ହେଲା ପ୍ରଥମ କରି ଝରଣାନାଳ ପାଖରେଏକ ମଜଭୁତ ବ୍ରିଜ କରାଯାଉ । ପିଚୁ ପକା ରେ ମଧ୍ୟ ବ୍ୟାପକ ନିମ୍ନମାନର ହେଉଥିବା ଦାବୀ ଜଣାଇଛନ୍ତି ! ଏହି ଘଟଣାକୁ ଗୁରୁତ୍ୱ ଦେବା ପାଇଁ ଵିଭାଗୀୟ ଅଧିକାରୀ ଙ୍କୁ ଅଞ୍ଚଳ ବାସି ଜଣାଇଛନ୍ତି (ଗଜପତି ରାୟଗଡ/ରିପୋର୍ଟ ,ସଂଜୀବ କୁମାର ପାଣି)
No Result
View All Result