No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୦ ନଭେମ୍ବର ସୋମବାର ) କଟକ :- ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା । କୁହାଯାଏ ବାର ମାସ ମଧ୍ୟରୁ କାର୍ତ୍ତିକ ମାସ ହେଉଛି ଧର୍ମ ମାସ । ଏହୀ ମାସରେ ଆମିଷ ଭକ୍ଷଣ ନିଷେଧ । ମାସ ସାରା ଅନେକ ଲୋକ ଆମିଷ ଭକ୍ଷଣ କରିନଥାନ୍ତି । ବିଧବମାନେ ଏହି ମାସରେ ହବିଷ ବ୍ରତ କରିଥାନ୍ତି । କାର୍ତ୍ତିକ ମାସର ପଞ୍ଚୁକ ଆରମ୍ଭରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ କାର୍ତ୍ତିକ ମାସର ଏହି ପାଞ୍ଚଦିନକୁ ଶ୍ରଦ୍ଧାଳୁ ମାନେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଥାନ୍ତି ।
କାର୍ତ୍ତିକ ମାସ ଚତୁର୍ଦ୍ଦଶୀ ଭୋରୁ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁ ମାନେ ଆ କା ମା ଭୈ ,ପାନ ଗୁଆ ଥୋଇ — ମାସକ ଧରମ ମୋର ପାନ ଗୁଆ ତୋର କହି ବିଭିନ୍ନ ସ୍ଥାନରେ ଡ଼ଙ୍ଗା ଭଷେଇଥିଲେ । ଡଙ୍ଗା ଭଷେଇ ସାରି ପ୍ରଭୁ କାର୍ତ୍ତିକେଶ୍ୱର , ଏବଂ ମହାଦେବଙ୍କୁ ଦର୍ଶନ କରି ନିଜର ବ୍ରତ ଉଦଯାପନ କରିଥିଲେ । ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁଁ ବିଭିନ୍ନ ନଦୀ, ନାଳ,ପୋଖରୀରେ ଶ୍ରଦ୍ଧାଳୁ ମାନେ ଏକତ୍ରିତ ହୋଇ ପାରିନଥିଲେ । ଅଳ୍ପ କେତେଜଣ ଭୋରୁ ସ୍ନାନ କରି ସାରିବା ପରେ ନିକଟରେ ଥିବା ନାଳ,ପୋଖରୀରେ ଡ଼ଙ୍ଗା ଭଷେଇଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result