No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ନଭେମ୍ବର ସୋମବାର ) ପାରଳଖେମୁଣ୍ଡି : –ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଏକ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଫାଟିଯିବା ଯୋଗୁଁ ୨ଜଣ ଗୁରୁତର ହୋଇ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏଥିରେ ୨ଗୋଟି ଘର ପୋଡି ଭସ୍ମୀଭୁତ ହୋଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଘଟଣାରୁ ପ୍ରକାଶ ଆଜି ସକାଳ ୧୦.୩୦ ସମୟରେ ପାରଳା ଖଞ୍ଜାସାହିରେ କେ.ପୁରୁଷୋତ୍ତମ୍ଙ୍କ ଘରେ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଫାଟିଯାଇଥିଲା ।
ଏଥିରେ କେ.ପାର୍ବତୀ ଓ କେ.ପୁରୁଷୋତ୍ତମ୍ ଗୁରୁତର ହେବା ସହ ୨ଗୋଟି ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡି ଯାଇଛି । ଗୁରୁତର ୨ଜଣଙ୍କୁ ସାହି ବାସୀନ୍ଦା ସଂଗେ ସଂଗେ ଉଦ୍ଧାର କରି ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏମାନଙ୍କ ଚିକିତ୍ସା ଚାଲିଛି । ଅବସ୍ଥା ଆୟତ୍ତ ନ ହେଲେ ଉଚ୍ଚ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବାକୁ ପଡିପାରେ ବୋଲି ଡାକ୍ତରଖାନା ତରଫରୁ ସୁଚନା ମିଳିଛି । (ପାରଳଖେମୁଣ୍ଡି : ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result