No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ନଭେମ୍ବର ସୋମବାର ) ଓଡ଼ଗାଁ :- ଆଜି କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣିମା ହିନ୍ଦୁ ପରମ୍ପରାର ଏକ ବିଶେଷ ପର୍ବ ଅଟେ । ଏହି ପୂର୍ଣ୍ଣିମା ହିନ୍ଦୁ ମାନଙ୍କର ଏକ ଧର୍ମ ମାସ ଭାବେ ଗଣନା କରାଯାଏ । କରୋନା ପାଇଁ ଫିକା ପଡିଛି ପରମ୍ପରା ର ପାଳନ । ବୋଇତ ବନ୍ଦାଣ ଉତ୍ସବ କଟକଣା ଯୋଗୁଁ ବନ୍ଦ ରହିଛି । ବିଭିନ୍ନ ଜଳାଶୟ , ପୁଷ୍କରିଣୀ ରେ ଡଙ୍ଗା ଭସାଇବା ଉପରେ ଲାଗିଛି କଟକଣା । ତେଣୁ ଏସବୁ ଜଳାଶୟରେ ଡଙ୍ଗା ଭସିବ ନାହିଁ କି ‘ ଆ କା ମା ଵୈ . ପାନ ଗୁଆ ଥୋଇ , ପାନ ଗୁଆ ତୋର , ମାସକ ଧର୍ମ ମୋର . ‘ ଗୀତ ଗୁଞ୍ଜରିତ ହେବ ନାହିଁ କେତେକ ସ୍ଥାନରେ ନିୟମକୁ ନ ମାନି ବୋଇତ ବନ୍ଦାଣ କରୁଥିବାର ଦେଖିବାକୁ ମିଳିଛି । ସରକାରଙ୍କ ଗାଇଡ୍ ଲାଇନ ଓ କରୋନା ମୁକାବିଲାରେ ସହଯୋଗ କରିବା ପାଇଁ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ବାସୀଙ୍କୁ ଅନୁରୋଧ କରିଛି ପ୍ରଶାସନ ।
ଓଡ଼ଗାଁ ର ପ୍ରସିଦ୍ଧ ଶ୍ରୀ ଶ୍ରୀ ରଘୁନାଥ ଜିଉ ପ୍ରଭୁ କାଞ୍ଜି ଅଭିଯାନ ବେଶରେ ଦର୍ଶନ ଦେଉଛନ୍ତି । ଏବଂ ସେପଟେ ବାବା ଦୂତୀକେଶ୍ଵର ପୀଠରେ ବିନା ଭକ୍ତ ରେ ଚାଲିଛି ପୂଜାର୍ଚ୍ଚନା । ମନ୍ଦିର ମାଳିନୀ ଗାଁ କୁରାଳ ରେ ଭକ୍ତମାନେ ମନ୍ଦିର ବାହାରୁ ଦର୍ଶନ କରୁଛନ୍ତି । ସନ୍ଧ୍ୟା ସମୟରେ ଦଧିବାମନ ଜିଉଙ୍କ ରାଜ ରାଜେଶ୍ଵର ବେଶ ଅନୁଷ୍ଠିତ ହେବ । ଧର୍ମ ଅର୍ଜନ କରିବା ପାଇଁ ଭକ୍ତମାନେ ବିଭିନ୍ନ ମନ୍ଦିରକୁ ଯାଆନ୍ତି ।
ଆଜି ହେଉଛି କାର୍ତ୍ତିକ ମାସ ର ଶେଷ ଦିନ । ଭୋର୍ ସମୟରୁ ଧାର୍ମିକ ପୀଠ ଗୁଡିକରେ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ । କିନ୍ତୁ ଚଳିତ ବର୍ଷ ଖାଁ ଖାଁ ଲାଗୁଛି । ତଥାପି ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କୁ କଡାକଡି କରାଯାଇଛି । କରୋନା ମହାମାରୀ ଯୋଗୁଁ ପ୍ରତ୍ୟେକ ଧାର୍ମିକ ପୀଠରେ ଭକ୍ତ ପ୍ରବେଶ ଉପରେ କଟକଣା ଥିବା ଯୋଗୁଁ ଭକ୍ତମାନେ ଶୃଙ୍ଖଳା ର ସହ ପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଜନଗହଳି ନହେବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷପ ନିଆଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ରାଜରାଜେଶ୍ଵର ବେଶ ଅନୁଷ୍ଠିତ ହେବ । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ)
No Result
View All Result