No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ନଭେମ୍ବର ,ରବିବାର ) ଭୁବନେଶ୍ୱର :- ଜଳ ଓ ଭୂସମ୍ପଦର ସମନ୍ଵିତ ପରିଚାଳନା ନିମନ୍ତେ ଉତ୍ସର୍ଗୀକୃତ ପ୍ରମୁଖ ତାଲିମ ଏବଂ ଗବେଷଣା ପ୍ରତିଷ୍ଠାନ (ୱାଲମୀ) ଠାରେଭର୍ଚୁଆଲମାଧ୍ୟମରେ ପ୍ରଶିକ୍ଷଣ ବ୍ୟବସ୍ଥାକୁ ରାଜ୍ୟ ଜଳସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶୁକ୍ରବାର ସନ୍ଧ୍ୟାରେ ବିଭାଗୀୟସର୍ବୋଚ୍ଚ ଯନ୍ତ୍ରୀ ଏବଂ ସର୍ବୋଚ୍ଚ ଯନ୍ତ୍ରୀ ( ଯୋଜନା ଓ ନକ୍ସାଙ୍କନ)ଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଛନ୍ତି ।ଏହି ବ୍ୟବସ୍ଥାର ଉଦ୍ଘାଟନ ପରିପ୍ରେକ୍ଷୀରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି
ଯେ,କୋଭିଡ-୧୯ମହାମାରୀ ସ୍ଥିତିରେ,ୱାଲମୀରେ ପ୍ରଶିକ୍ଷଣ ନେଉଥିବା ଜଳସଂପଦ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଯନ୍ତ୍ରୀ,ଅଧିକାରୀ , ବିଭିନ୍ନ ଜିଲ୍ଲାର କୃଷକ ଓ ପାଣି ପଞ୍ଚାୟତର କର୍ମକର୍ତ୍ତାଙ୍କୁ ତାଲିମ ପ୍ରଦାନ କରୁଥିବାକର୍ତ୍ତୃପକ୍ଷ, ସାଧନ କର୍ମୀ ଓ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ପାରସ୍ପରିକ ଭାବ ବିନିମୟ ମାଧ୍ୟମରେ ପ୍ରସଙ୍ଗ ଭିତ୍ତିକ ଆଲୋଚନା ଓ ପ୍ରଶିକ୍ଷଣ ପାଇଁ ଏହା ବିଶେଷ ଉପଯୋଗୀ ହେବ । ସାଧାରଣ ଭାବେ ଅନୁଷ୍ଠିତ ହେଉଥିବା କ୍ଲାସ ରୁମ ପ୍ରଶିକ୍ଷଣ ବ୍ୟବସ୍ଥା ଅପେକ୍ଷା ଏହି ବ୍ୟବସ୍ଥାରେ ଶାରୀରିକ ଦୁରତ୍ଵ ବଜାୟ ରଖିବା ଭଳିକୋଭିଡ କଟକଣା ଅନୁପାଳନ କରାଯାଇପାରୁଥିବାରୁ ପ୍ରଶିକ୍ଷଣ ପ୍ରଦାନରେଏହା ବିଶେଷ ସହାୟକ ହେବ ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଛନ୍ତି । ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ସେ ମଧ୍ୟ ତାଲିମ ଓ ଗବେଷଣାତ୍ମକ କାର୍ୟ୍ୟର ମାନ ବୃଦ୍ଧିକରି ଏହି ପ୍ରତିଷ୍ଠାନକୁ ଏକ ଉତ୍କର୍ଷ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବାକୁ ଆବଶ୍ୟକୀୟ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।
ପ୍ରକାଶ ଥାଉକି,ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ(ୱାଲମୀ),ରାଜଧାନୀ ଭୁବନେଶ୍ଵର ଠାରୁ ଉତ୍ତରରେ ୧୭ କିଲୋମିଟର ଦୂର ପ୍ରତାପନଗରୀ ଠାରେ ୧୯୮୪ ମସିହାରେ ସ୍ଥାପିତ ହୋଇଥିଲା । ସେତେବେଳେ ଏହା ତତ୍କାଳୀନ ଜଳସେଚନ ଓ ଶକ୍ତି ବିଭାଗ ଦ୍ଵାରା ପରିଚାଳିତ ହେଉଥିଲା ,ଯାହାକିଏବେଜଳସଂପଦବିଭାଗଅଧୀନରେକାର୍ୟ୍ୟକାରୀହେଉଛି। ଏହି ଅନୁଷ୍ଠାନ ବିଭିନ୍ନ ସମୟରେ ଜଳସଂପଦ ବିଭାଗ ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ନବ ନିଯୁକ୍ତ ଯନ୍ତ୍ରୀ ଓ ଅଧିକାରୀଙ୍କ ସମେତ, ରାଜ୍ୟର କୃଷକ ଏବଂ ପାଣି ପଞ୍ଚାୟତର କର୍ମକର୍ତ୍ତାମାନଙ୍କୁ ଆବଶ୍ୟକତା ଅନୁସାରେ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ପ୍ରଦାନ କରିଆସୁଛି ।
ଏଥି ସମେତ ଏହି ଅନୁଷ୍ଠାନ କୃଷି ଓ ଜଳସେଚନ ପ୍ରକଳ୍ପଗୁଡିକରେ ଜଳ ପରିଚାଳନା ସମ୍ପର୍କିତ ପ୍ରୟୋଗାତ୍ମକ ଗବେଷଣା ସମେତ ସେଚାଞ୍ଚଳରେ ପାଣି ପଞ୍ଚାୟତ ଗଠନ, ଜଳ ଆବଣ୍ଟନ କମିଟି ଏବଂ ଜଳ ପ୍ରବେଶ ପଥ କାର୍ୟ୍ୟ ପରିଚାଳନା ପାଇଁ ଅଂଶୀଦାରୀ ଜଳସେଚନ ପରିଚାଳନା ନିମନ୍ତେ ପରାମର୍ଶ କାର୍ୟ୍ୟ କରିଥାନ୍ତି । ସୂଚନା ଯୋଗ୍ୟ ଯେ, ଏହି ଭର୍ଚୁଆଲ ବ୍ୟବସ୍ଥା ସହିତୱାଲମୀରେ ପୂର୍ବ ଭଳି କ୍ଲାସ ରୁମ ବ୍ୟବସ୍ଥାରେ ମଧ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୋଭିଡ କଟକଣା ଅନୁପାଳନ ପୂର୍ବକ ପ୍ରଶିକ୍ଷଣ ଜାରି ରହିବ । ଏହି ଭର୍ଚୁଆଲ ପ୍ଲାଟଫର୍ମ ପ୍ରଶିକ୍ଷଣ ବ୍ୟବସ୍ଥା ଉଦ୍ଘାଟନ ସମୟରେ ୱାଲମୀର ଅନ୍ୟ ପଦାଧିକାରୀ ଓ କର୍ମଚାରୀମାନେଉପସ୍ଥିତ ଥିଲେ ।
No Result
View All Result