No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ନଭେମ୍ବର , ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ନୂଆଗଡ ବ୍ଲକ ସୁନ୍ଦରଡାଙ୍ଗ ପଞ୍ଚାୟତ ଅନ୍ତର୍ଗତ ବୁରିପଦର ଗ୍ରାମ ଜଙ୍ଗଲରେ ବେଆଇନ ଭାବେ କରାଯାଇଥିବା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଉଛି । ଆର ଉଦୟଗିରି ମମତା ନାୟକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ବାଆର ଉଦୟଗିରି ଥାନାଧିକାରୀ ମମତା ନାୟକ ନେତୃତ୍ବରେ ଅବକାରୀ ,ବନ ଓ ରାଜସ୍ବ ବିଭାଗ କର୍ମଚାରୀଙ୍କ ନେତୃତ୍ବରେ ନୂଆଗଡ ବ୍ଲକ ସୁନ୍ଦରଡାଙ୍ଗ ପଞ୍ଚାୟତର
ବୁରିପଦର ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୪୮ଏକର ଜମିରେ ବେଆଇନ ଭାବେ ଲଗାଯାଇଥିବା ୯୬ହଜାର ୬୦୦ଟି ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ ୯କୋଟି୬୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏନେଇ ଆର ଉଦୟଗିରି ଥାନା କେସ୍ ନଂ-୧୦୫୵୨୦୨୦NDPS Act ର ଧାରା20(କ)(।)ରେ ମାମଲା ରୁଜୁ ହୋଇଛି । ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ବ ଓ ବନବିଭାଗ କର୍ମଚାରୀ ମାନେ ମଧ୍ୟ ସାମିଲ ହୋଇଥିବା ବେଳେ ନୂଆଗଡ ତହସିଲର ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ । (ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result