No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ନଭେମ୍ବର ,ରବିବାର ) ବ୍ରହ୍ମପୁର :- ବ୍ରହ୍ମପୁର ଭୋଟର ତାଲିକାର ନାମ ପଞ୍ଜିକରଣ ଓ ସଂଶୋଧନ ପ୍ରକ୍ରିୟା ୧୬ ନଭେମ୍ବର ଠାରୁ ଆରମ୍ଭ ହୋଇ ୧୫ ଡ଼ିସେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଲୁ ରହିବ l ଯେଉଁ ଯୁବକ ଓ ଯୁବତୀ ମାନଙ୍କ ବୟସ ୨୦୨୧ ଜାନୁଆରୀ ୧ ତାରିଖ ସୁଦ୍ଧା ୧୮ ବର୍ଷ ପୂର୍ଣ୍ଣ ହେଉଥିବ ସେମାନେ ନିଜ ନାମକୁ ଭୋଟର ତାଲିକାରେ ପଂଜିକରଣ କରିପାରିବେ l ଏଥିସହ ଅନ୍ୟ ଭୋଟର ମାନେ ମଧ୍ୟ ଭୋଟର ତାଲିକାରେ ନାମ ପଞ୍ଜିକରଣ, ସଂଶୋଧନ କିମ୍ବା ସ୍ଥାନନ୍ତରଣ କରିବାର ସୁବିଧା ରହିଛି l ଏଣୁ ସମସ୍ତେ ସଚେତନ ହୋଇ ନିକଟସ୍ଥ ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ନାମକୁ ପଞ୍ଜିକରଣ କିମ୍ବା ସଂଶୋଧନ କରାନ୍ତୁ l
ସ୍ୱତନ୍ତ୍ର ପ୍ରଚାର ଦିବସ ଭାବେ ନିର୍ଦ୍ଧାରିତ ହୋଇଥିବା ଆସନ୍ତା ନଭେମ୍ବର ୨୮ (ଶନିବାର), ୨୯ (ରବିବାର), ଡିସେମ୍ବର ୫ (ଶନିବାର) ଏବଂ ୬ (ରବିବାର) ଏହି ଚାରିଗୋଟି ଦିବସରେ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ନିଜ ନିଜ ବୁଥ୍ ରେ ଉପଲବ୍ଧ ରହିବେ l ଏଣୁ ଏହି ସୁଯୋଗର ସଦୁପଯୋଗ କରି ଭୋଟର ତାଲିକାରେ ନିଜର ନାମକୁ ପଞ୍ଜିକରଣ କିମ୍ବା ସଂଶୋଧନ କରିବା ପାଇଁ ଅନୁରୋଧ କରାଯାଉଅଛି l ଅଧିକ ବିବରଣୀ ପାଇଁ କିମ୍ବା ଅନଲାଇନରେ ଆବେଦନ ପାଇଁ ନିଜ ମୋବାଇଲର ପ୍ଲେ ଷ୍ଟୋର କୁ ଯାଇ ଭୋଟର ହେଲ୍ପ ଲାଇନ ଆପ୍ ଡାଉନ୍ ଲୋଡ଼ କରିପାରିବେ l ସ୍ଵତନ୍ତ୍ର ପ୍ରଚାର ଦିବସର ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରାକାର ଜେନା ଏବଂ ବି ଏଲ୍ ଓ ପରିଦର୍ଶନ ଜଗନ୍ନାଥ ବାରିକ ବୁଥ ପରିଦର୍ଶନ କରିଥିଲେ । (ରିପୋର୍ଟ ଶେଷଦେବ ସାହୁ )
No Result
View All Result