No Result
View All Result
ଧରାପଡିଥିବା ବାଇକ୍ ଚୋରଙ୍କ ଠାରୁ ପୋଲିସ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିବା ୧୩ ଟା ଚୋରା ବାଇକ୍ ଏବଂ ୮ଟି ଟ୍ରକ, ଅଟୋରିକ୍ସା ବ୍ୟାଟେରୀ କୁ ଜବତ କରିଛି ।
ଓଡ଼ିଶା ତାଜା ନ୍ୟୁଜ (୨୮ ନଭେମ୍ବର ଶନିବାର) କଟକ :- କଟକ ସଦରଥାନା ପୋଲିସ ଶୁକ୍ରବାର ସନ୍ଧ୍ୟାରେ ବାଲିକୁଦା ଛକଠାରେ ଏମଭି ଚେକିଂ କରୁଥିଲା ବେଳେ ଦୁଇ ଜଣ ବାଇକ ଚୋରକୁ ଧରିବାରେ ସଫଳ ହୋଇଛି । ଧରାପଡିଥିବା ବାଇକ୍ ଚୋରଙ୍କ ଠାରୁ ପୋଲିସ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିବା ୧୩ ଟା ଚୋରା ବାଇକ୍ ଏବଂ ୮ଟି ଟ୍ରକ, ଅଟୋରିକ୍ସା ବ୍ୟାଟେରୀ କୁ ଜବତ କରିଛି । ଧରାପଡିଥିବା ବାଇକ୍ଚେ ଚୋର ଦୁଇଜଣ ହେଲେ କଟକ ସଦର ଥାନା ଭାଣପୁର ଗ୍ରାମର ଲିଟୁ ଓରଫ ପ୍ରକାଶ ପଢିଆରୀ, ଅନ୍ୟ ଜଣେ ହେଲେ ଗଞ୍ଜାମ ଜିଲ୍ଲା ତରସିଂହ ଥାନା ପୋଚାଲୁଣ୍ଡି ଗ୍ରାମର ଦୟାନିଧି ନାୟକ।
ଏହି ଦୁଇ ଯୁବକ କଟକ ବାଲିକୁଦା ଛକରେ ଚାଲିଥିଲା ଏମଭି ଚେକିଂ ବେଳେ ପୋଲିସ ହାତରେ ଧରାପଡିଥିଲେ ।ପ୍ରକାଶ ଏବଂ ଦୟାନିଧି ଦୁଇଜଣ OD-05- AD- 2119 ନମ୍ବର ଥିବ। ହୋଣ୍ଡା ଆକ୍ଟିଭାରେ କଟକରୁ ଫେରୁଥିଲେ । ପୋଲିସ ସଂପୃକ୍ତ ଦୁଇ ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ସେମାନେ ପୋଲିସକୁ ଚକମା ଦେଇ ଫେରାର ହୋଇଯିବାକୁ ଚେଷ୍ଟା କରି, ଗାଡବୁଲାଇ ଚାଲିଯିବ ସମୟରେ ପଡି ଯାଇଥିଲେ । ପୋଲିସ ସେମାନଙ୍କୁ ଧରି ଗାଡ଼ିର କାଗଜପତ୍ର ମାଗିଥିଲେ । ସେମାନେ ପୋଲିସକୁ କାଗଜପତ୍ର ନଦେଇ ଯୁକ୍ତି ତର୍କ କରିଥିଲେ ।
ପୋଲିସ ହାବୁଡ଼ରେ ଧରାପଡିଥିବା ହୋଣ୍ଡା ଆକ୍ଟିଭ। ଗାଡ଼ିରେ ଲେଖା ଯାଇଥିବା ନମ୍ବରଟିକୁ , ଯାଞ୍ଚ କରିବାରୁ ତାହା ଏକ ହିରୋହୁଣ୍ଡା ବାଇକ୍ ର ବୋଲି ପୋଲିସ ଜାଣିବାକୁ ପାଇଥିଲା । ଧରାପଡିଥିବା ଦୁଇ ଯୁବକଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରିବାରୁ ସବୁ କଥା ଜଣା ପଡିଥିଲା । ଧରାପଡିଥିବା ଲିଟୁ ଓରଫ ପ୍ରକାଶ ପଢ଼ିଆରୀ ନାମରେ କଟକ ସଦର ଏବଂ ଚାଉଳିଆଗଞ୍ଜ ଥାନାରେ ସାତଟି କେସ ରହିଥିବା ଜଣାପଡିଛି । ଧରାପଡିଥିବା ଦୁଇ ବାଇକ୍ ଚୋରଙ୍କ ନାଁରେ କଟକ ସଦର ଥାନାରେ ୬୨୨/୨୦ ରେ ଏକ ମାମଲା ରୁଜୁ ହୋଇଛି ।(କଟକରୁ /ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result