No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ଶନିବାର ) ହିଞ୍ଜିଳିକାଟୁ :– ରାଜ୍ୟ ସରକାରଙ୍କ ସଶକ୍ତ ତଥା ସ୍ୱତନ୍ତ୍ର ପ୍ରଶାସନିକ ବିଭାଗ 5 ଟି ରେ ପରିସରଭୁକ୍ତ ହୋଇଛି ରାଜସ୍ୱ ବିଭାଗ ।ଗ୍ରାମାଞ୍ଚଳ ଅଧିବାସୀଙ୍କ ଦ୍ୱାରରେ ଓ ହାତପାହାନ୍ତାରେ ବିଭିନ୍ନ ପ୍ରକାର ସେବା ପ୍ରଦାନ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ତହସିଲ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଛି ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ । କୋଭିଡ କଟକଣା ସାମାନ୍ୟ କୋହଳ ପରେ ପୁଣି ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏହି ପ୍ରକ୍ରିୟାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପକ୍ଷରୁ କଞ୍ଚୁରୁ ରାଜସ୍ୱ ସର୍କଲରେ ଶୁକ୍ରବାର ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ତତ୍ତ୍ୱାବଧାନରେ କଞ୍ଚୁରୁ ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ଠାରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ସରପଞ୍ଚ ପି ବାସନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ୧୪ ଜଣ ହିତାଧିକାରୀଙ୍କୁ ପଟ୍ଟା,୧୧ ଜଣଙ୍କୁ ଇ- ପାଉତି,,୬ଜଣଙ୍କୁ ବିବିଧ ପ୍ରମାଣ ପତ୍ର,୨୦ଜଣଙ୍କୁ ଦାଖଲ ଖାରଜ ମାମଲା,ଓ ୬ଜଣଙ୍କୁ ମାସ୍କ ପ୍ରଦାନ କରା ଯାଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ସୁନୀଲ କୁମାର ପ୍ରଧାନ, ମୁଖ୍ୟ କିରାଣୀ କାଳୁ ସାହୁ, ସୁରେନ୍ଦ୍ର ବେହେରା, ରାମ ନାୟକ, ଏସ ଶିବା ରାଓ, ଏସ ପୁରୁଷୋତ୍ତମ ରେଡ୍ଡୀ, ରଶ୍ମିତା ମଳିକ, ଯସ୍ମୀନ ଭୂୟାଁ, ଭିକାରୀ ପ୍ରଧାନ, ପଦ୍ମାବତୀ ବେହେରା,ନୀଳମଣି ମହାନ୍ତି ଓ ଗୌରୀ ଶଙ୍କର ସାହୁ ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ । ( ରିପୋର୍ଟ -ଶୁସାନ୍ତ ପ୍ରଧାନ )
No Result
View All Result