ଓଡ଼ିଶା ତାଜା ନ୍ୟୁଜ (୨୮ ନଭେମ୍ବର ଶନିବାର) କଳାହାଣ୍ଡି :- ନର୍ଲାସ୍ଥିତ ବଳଭଦ୍ରେଶ୍ୱର ମହାଦେବଙ୍କ ଭୂସମ୍ପତ୍ତିର ପୁନଃରୁଦ୍ଧାର ଦାବି ନେଇ ନର୍ଲା ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର ଖବର ଗତ ନଭେମ୍ବର ୨୪ ତାରିଖରେ ବିଭିନ୍ନ ଖବରକାଗଜରେ ପ୍ରକାଶିତ ପାଇଥିଲା । ଏହି ଖବରର ପ୍ରତିବାଦ କରିଛନ୍ତି ମନ୍ଦିରର ସେବାୟତ ମାନେ । ପ୍ରକାଶ ପାଇଥିବା ଖବରଗୁଡିକ ସଂପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ଓ କପୋଳକଳ୍ପିତ ବୋଲି ସେବାୟତ ମାନେ ପ୍ରେସ ବିବୃତିରେ ଜଣାଇଛନ୍ତି ।
ମନ୍ଦିର ପରିଦର୍ଶନ ନ କରି, ସେବାୟତଙ୍କ ସହ ଆଲୋଚନା ନ କରି ନର୍ଲା ଯୁବ ସରପଞ୍ଚଙ୍କ ସୂଚନା ମୁତାବକ ଖବର ପ୍ରକାଶ କରାଯାଇଥିବା ଅଭିଯୋଗ ଆଣି ସେବାୟତଗଣ ଏହାର ଦୃଢ ବିରୋଧ କରିବା ସହ ପ୍ରତିବାଦ କରିଥିବା ପ୍ରେସ ବିଜ୍ଞପ୍ତି ଜରିଆରେ ଉଲ୍ଲେଖ କରିଛନ୍ତି । କଳାହାଣ୍ଡି ଜିଲ୍ଲାପାଳ ସମସ୍ତ ଘଟଣାର ତଦନ୍ତ କଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ ବୋଲି ସ୍ଵାକ୍ଷର ଥିବା ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସେବାୟତମାନେ ଉଲ୍ଲେଖ କରିଛନ୍ତି । (ରିପୋର୍ଟ ପ୍ରଦୀପ କୁମାର ଗଉଡ)