No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ଶନିବାର ) କଟକ :– କଟକ ଜିଲ୍ଲା ବାରଙ୍ଗ ବ୍ଲକ ୩୨ ନମ୍ବର ଜୋନ ତ୍ରିଶୁଳିଆ ଠାରେ ଶୁକ୍ରବାର ଦିନ ବିଜେପି ର ଏକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଏହା ଶନିବାର ଅପରାହ୍ନରେ ଉଦଯାପିତ ହେବ । ବାରଙ୍ଗ ୩୨ ନମ୍ବର ଜୋନ ବିଜେପି ମଣ୍ଡଳ ସଭାପତି ପ୍ରଭାତ ମହାପାତ୍ର ଙ୍କ ନେତୃତ୍ୱରେ ଆୟୋଜିତ ଶିବିରକୁ , ବିଜେପି ରାଷ୍ଟ୍ରୀୟ ସଦସ୍ୟ ନୟନ କିଶୋର ମହାନ୍ତି ପ୍ରଦିପ ପ୍ରଜ୍ୱଳନ କରି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ । ମଣ୍ଡଳ ସାଧାରଣ ସମ୍ପାଦକ ବୁଲୁ ସ୍ୱାଇଁ, ସମ୍ପାଦକ ଗୋବିନ୍ଦ ସ୍ୱାଇଁ
ସମ୍ବିଧାନ ଦିବସରେ ଡ଼କ୍ଟର ବି ଆର ଆମ୍ବେଦକର ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଳ ପ୍ରଦାନ କରିଥିଲେ । ବାଙ୍କୀ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପାର୍ଥି ରାଷ୍ଟ୍ରୀୟ କୃଷକ କାର୍ଯ୍ୟକାରିଣୀ ସଦସ୍ୟ ମୋହନ ପାଢୀ , ପୂର୍ବତନ ମଣ୍ଡଳ ସଭାପତି ପ୍ରଭାସ ରାଉତ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅଜୟ ମୁଦୁଲି, ବରିଷ୍ଠ ଯୁବ କାର୍ଯ୍ୟକର୍ତ୍ତା ନଳିନୀ ରାୟ ଓ ମଣ୍ଡଳ ନେତୃମଣ୍ଡଳୀ ଓ କମିଟି ସଭ୍ୟ ସଭ୍ୟା, ସମସ୍ତ ମୋର୍ଚ୍ଚା ସଭାପତି,ବୁଥ ସଭାପତି ଓ ବରିଷ୍ଠ ନେତୃମଣ୍ଡଳୀ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ପ୍ରଶିକ୍ଷଣ ଶିବିରରେ ଅଂଶ ଗ୍ରହଣ କରିଥିଲେ । ( ରିପୋର୍ଟ – ଅମୂଲ୍ୟ କୁମାର ବାରିକ )
No Result
View All Result