No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ନଭେମ୍ବର ଶୁକ୍ରବାର ) ରାୟଗଡ଼ା :- ଗଜପତି ରାୟଗଡ଼ା ବ୍ଲକ ଅନ୍ତର୍ଗତ ଏସ କରଡାସିଂ ଗ୍ରାମପଂଚାୟତ ନିକଟ ଅନ୍ଧାରି ଗୁମ୍ମା ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ OD04 N 0600 ଆଜି ସନ୍ଧ୍ୟା 4.30ରେ ଓଲଟି ପଡିଥିଲା । ଏଥିରେ ଡ୍ରାଇଭର ଓ ହେଲପର ସାମାନ୍ୟ ଆହାତ ହୋଇଛନ୍ତି । ଦୁର୍ଘଟଣା ଘଟିବା ପରେ ନିକଟରେ ଥିବା ଅନ୍ଧାରି ଗୁମ୍ମା ଗ୍ରାମର ଯୁବକ ମାନେ ପହଂଚି ଆହାତ ହଲେପର, ଡ୍ରାଇଭରଙ୍କୁ ବାହାର କରି ପାଣି ଦେଇଥିଲେ ।
ଖବର ନେବାରୁ ଜଣାପଡିଛି ଯେ ଗାଡିଟି ପାରଳାଖେମୁଣ୍ଡି ଠାରୁ ମଣ୍ଡଳସାହି ଯାଉଥିବା ବେଳେ ମଣ୍ଡଳସାହି ଘାଟି ଉଠିପାରି ନଥିଲା । ପୁଣି ମଣ୍ଡଳ ସାହି ଘାଟି ଠାରୁ ଲାଂଜିପଦର ଫେରୁ ଥିବା ବେଳେ ଅନ୍ଧରୀ ଗୁମ୍ମା ବୁଲାଣି ନିକଟରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଖବର ପାଇ ରାୟଗଡ ଥାନା ପୁଲିସ ଏସ ଆଇ କୃଷ୍ଣଚନ୍ଦ୍ର ମଲ୍ଲିକ ପହଁଚି ଦୁର୍ଘଟଣା ସମ୍ପର୍କରେ ତଦନ୍ତ କରିଥିବା ଜଣା ପଡିଛି । ( ରିପୋର୍ଟ – ସଂଜୀବ କୁମାର ପାଣି )
No Result
View All Result