No Result
View All Result
1. ୨୦୧୭ ମସିହାରେ ପଞ୍ଚାୟତ ନିର୍ବାଚନରେ ବାବୁଲି କିମ୍ୱା ତା ପରିବାରର କାହାରିକୁ ବି ପ୍ରାର୍ଥୀ କରାଯାଇ ନଥିଲା । ଯାହାଫଳରେ ପଞ୍ଚାୟତ ନିର୍ବାଚନୀ କୁ କେନ୍ଦ୍ର କରି ମନ୍ତ୍ରୀ ଙ୍କୁ କଲେ ବଦନାମ ।
2. ମନ୍ତ୍ରୀ ମଧ୍ୟ ସ୍ପଷ୍ଟ କରିଛନ୍ତି ସେ ଯିଏ ଭି ହେଉନା କାହିଁକି ପ୍ରକୃତ ଦୋଷୀକୁ ଚିହ୍ନଟ କରି ଦଣ୍ଡ ଦିଆଯାଉ ଏବଂ ପରୀ କୁ ନ୍ୟାୟ ମିଳୁ ।
ଓଡ଼ିଶା ତାଜା ନ୍ୟୁଜ୍ (୨୭ ନଭେମ୍ବର ଶୁକ୍ରବାର ) ଭୁବନେଶ୍ୱର /ରିପୋର୍ଟ – ଅଭିମନ୍ୟୁ :- ଯଦୁପୁରରୁ ଭୁବନେଶ୍ୱର, ଚା ଖଟିରୁ ବିଧାନସଭା, ଚାଲିଛି ହାଇଡ୍ରାମା । ପ୍ରକୃତ ହତ୍ୟାକାରୀକୁ ଚିହ୍ନଟ କରିବା ବଦଳରେ ଘଟଣାକୁ ମୋଡ଼ ବଦଳାଇବା ପାଇଁ ଲାଗିଛନ୍ତି ସ୍ଥାନୀୟ ସରପଞ୍ଚ । ଏହି ଘଟଣାରେ ବାବୁଲି ନାୟକ ଙ୍କ ସମ୍ପୃକ୍ତି ନେଇ ଉଠିଛି ପ୍ରଶ୍ନ। ସେ ପୁଣି ମନ୍ତ୍ରୀଙ୍କ ପାଖ ଲୋକ ବୋଲି ଅଭିଯୋଗ ଆସୁଛି ।
ଏ ସବୁ ଭିତରେ ଆମ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ବହୁ ଅନୁସନ୍ଧାନରୁ ଜଣାପଡିଲା ଗତ ୨୦୧୭ ମସିହାରେ ପଞ୍ଚାୟତ ନିର୍ବାଚନରେ ବାବୁଲି କିମ୍ୱା ତା ପରିବାରର କାହାକୁ ବି ପ୍ରାର୍ଥୀ କରାଯାଇନଥିଲା । ସେଥିପାଇଁ ସେ ପଂଚାୟତ ନିର୍ବାଚନ କିମ୍ବା ସାଧାରଣ ( MLA/MP) ନିର୍ବାଚନରେ ମଧ୍ୟ ସକ୍ରିୟ ନଥିଲେ। କାଁ ଭାଁ ଆସୁଥିଲେ। ଦଳୀୟ ସଭା ସମିତିକୁ ମଧ୍ୟ ଆସୁନଥିଲେ ।
ଦୁଇ ମାସ ତଳେ ତା’ର ପୁଅ ଏବଂ ଝିଅ ବାହାଘର କରାଇଥିଲେ । ସେଠାକୁ ମଧ୍ୟ ମନ୍ତ୍ରୀ ଯାଇନଥିଲେ । ମନ୍ତ୍ରୀ ମଧ୍ୟ ସ୍ପଷ୍ଟ କରିଛନ୍ତି ସେ ଯିଏ ଭି ହେଉନା କାହିଁକି ପ୍ରକୃତ ଦୋଷୀକୁ ଚିହ୍ନଟ କରାଯାଉ ଏବଂ ପରୀ କୁ ନ୍ୟାୟ ମିଳୁ ।
No Result
View All Result