ଓଡ଼ିଶା ତାଜା ନ୍ୟୁଜ (୨୩ ନଭେମ୍ବର ସୋମବାର) ପଦ୍ମପୁ :- ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ନେଇ ଗତ ତା ୭.୧୧.୨୦ ରିଖ ଦିନ ଭେଙ୍ଗରାଜପୁର, ବାଦିକଟା,ଲଖମରା ତିନୋଟି ପଞ୍ଚାୟତରୁ ଏକ କୃଷି ପ୍ରତିନିଧି ଦଳ ଦିଲ୍ଲୀ ଅଭିମୁଖେ ଯାଇଥିଲେ । ଏବଂ ତା ୯ .୧୧ ରିଖ ଦିନ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଦ୍ବୟଙ୍କୁ ସାକ୍ଷାତ ଆଲୋଚନା କରିଥିଲେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ କୃଷି ଭବନରେ ସାକ୍ଷାତ ଆଲୋଚନା କରିଥିଲେ । ୨୦୧୯ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା କି ଭଲି ଚାଷୀ ପାଇଁ ପାରିବେ,ଚାଷୀର ଅଧିକାର କିପରି ସାବ୍ଯସ୍ତ ହେବ,ଚାଷୀ ଜମିକୁ କିପରି ପାଣି ଯୋଗାଇ ଦିଆଯିବ ଏମିତି ଅନେକ ଚାଷୀ ସମସ୍ୟା ଉପରେ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ , ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅତ୍ଯାଧିକ ସହଯୋଗ କ୍ରମେ କେନ୍ଦ୍ର ମନ୍ତ୍ରୀ ଦ୍ବୟଙ୍କ ଠାରେ ଆଲୋଚନା ରେ ଶ୍ରୀ ବାଜୁବନ ନାୟକ ଚାଷୀର ବିଭିନ୍ନ ସମସ୍ୟା ଉପରେ ଉପସ୍ଥାପନ କରିଥିଲେ ।
କେନ୍ଦ୍ର ମନ୍ତ୍ରୀ ଦ୍ବୟ ସୁ ହୃଦୟରେ ହୃଦବୋଧ କରି ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ଚାଷୀ ପାଖକୁ ପହଞ୍ଚାଇବା ପାଇଁ ବୀମା କମ୍ପାନୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ଚିଠି କରିଥିଲେ ଏବଂ ରାଜ୍ୟ ସରକାରଙ୍କ ଅବଗତ କରିଥିଲେ । କୃଷକଙ୍କ ପାଇଁ ଶ୍ରୀ ନାୟକ ପୂର୍ବ ବିଧାୟକଙ୍କ ସହଯୋଗ ଲୋଡିଥିବାରୁ ଓ ଚାଷୀ ସମସ୍ୟାକୁ ଦିଲ୍ଲୀ ଦରବାରରେ ଉପସ୍ଥାପନ କରିଥିବାରୁ ଆଜି ଭେଙ୍ଗରାଜପୁର କୃଷକ ସଙ୍ଗଠନ ସଭାପତି ଶ୍ରୀ ପୁରନ୍ଦର ଭୋଇ,ସଂପାଦକ ଉମାକାନ୍ତ ଶତପଥୀ, ଉପ ସଭାପତି ହୁଦାଶନ ପାଣ୍ତେ,ପିତବାସ ସାହୁ ଏବଂ ଭେଙ୍ଗରାଜପୁର ପଞ୍ଚାୟତର ସମସ୍ତ କୃଷକ ଭାଇ ଓ ପଡୋଶୀ ଗାଁର ଚାଷୀ ବନ୍ଧୁଙ୍କ ଉପସ୍ଥିତିରେ ସଭାପତି ପୁରନ୍ଦର ଭୋଇ ଶ୍ରୀ ନାୟକଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶେଷରେ କିପରି ଶ୍ରୀଘ୍ର ଚାଷୀ ଟୋକନ ପାଇଁ ଧାନ ବିକ୍ରୟ କରି ପାରିବେ ସେଥି ପ୍ରତିଧ୍ୟାନ ଦେଇ ଉତ୍କଳ ଏସଏଚଜି ଓ କୃଷକ ମାନଙ୍କ ସହ ଗୁରୁତ୍ୱ ପୂର୍ଣ୍ଣ ବୈଠକ କରି ସମ୍ବର୍ଦ୍ଧିତ ସଭାକୁ ଶେଷ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)