କଟକ ଜିଲ୍ଲା (ଓଡିଶା ତାଜା ନିଉଜ୍) ମାହାଙ୍ଗା ୨୦୨୦: – କଟକ ଜିଲ୍ଲା ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବ୍ଲକ ସ୍ତରୀୟ କର୍କଟ ରୋଗ ଚିହ୍ନଟ ଓ ପରାମର୍ଶ ଶିବିର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅନୁକୁଲ୍ୟରେ ଆଜି ଆୟୋଜନ କରାଯାଇଛି.
କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ବରିଷ୍ଠ ଡାକ୍ତର ମାନେ ଯୋଗ ଦେଇ ମାହାଙ୍ଗାର କର୍କଟ ରୋଗୀ ମାନଙ୍କୁ ଚିକିତ୍ସା କରିବା ସହ ଏହାର ନିରାକରଣ ସମ୍ପର୍କରେ ପରାମର୍ଶ ଦେଇଥିଲେ.
ଏହି ଶିବିରକୁ କର୍କଟ ରୋଗ ଜିଲ୍ଲା ନୋଡାଲ ଅଧିକାରୀ ଡାକ୍ତର ନୃସିଂହ ଚରଣ ବେହେରା ଯୋଗଦେଇ ଉଦଘାଟନ କରିବା ସହ ଉପସ୍ଥିତ ରୋଗୀ ମାନଙ୍କୁ ନିରାକରଣ ସମ୍ପର୍କରେ କହିଥିଲେ. ଜିଲ୍ଲା ତମାଖୁ ନିଅନ୍ତ୍ରଣ ପରାମର୍ଶଦାତା ସୁଧା ରଞ୍ଜନ ରଥ. ଟାଟା ଟ୍ରଷ୍ଟ ର ଡାକ୍ତର ପୂଜା ଖିଲାର. ଡାକ୍ତର ସୂର୍ଯ୍ୟ ନାରାୟଣ ମିଶ୍ର. ଡାକ୍ତର ଲମୋହନ ସୟ. ଡାକ୍ତର କୁନାଲ ଗୌତମ ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରିଥିଲେ. ଏଥିରେ ବିତ୍ତ ପରିଚାଳକ ସନ୍ତୋଷ ଶତପଥୀ. କାର୍ଯ୍ୟକାରିଣୀ ଅଧିକାରୀ ଗୀତାଞ୍ଜଳି ଲେଙ୍କା.
ମହାନଗର ସମସ୍ତ ସ୍ୱାସ୍ଥ୍ୟ ପରିଦର୍ଶକ. ସ୍ୱାସ୍ଥ୍ୟ କର୍ମୀ ଆଶା କର୍ମୀ ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ. ମହାଙ୍ଗାର ପଚାଶ ରୁ ଉର୍ଦ୍ଧ ରୋଗୀ ସେମାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଥିଲେ , – ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ