ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ଶନିବାର ) ଜଗତସିଂହପୁର : – ଜଗତସିଂହପୁର କଟକ ପାରାଦ୍ୱୀପ ରାସ୍ତାରେ ପ୍ରତିଦିନ ଦୃଘଟନା ଘଟିଲେ କିମ୍ବା ଏହି ରାସ୍ତା ପାର୍ଶ୍ଵ ଗ୍ରାମାଞ୍ଚଳ ଲୋକମାନଙ୍କ ତତ୍କାଳୀନ ଚିକିତ୍ସା ପାଇଁ ସରକାରୀ ଡାକ୍ତର ଖାନାରୁ ବଂଚିତହେଲେ ଲୋକମାନେ ତତ୍କାଳୀନ ଚିକିତ୍ସା ପାଇଁ କଟକର ବିଭିନ୍ନ ଘରୋଇ ଚିକିତ୍ସା କେନ୍ଦ୍ର ଉପରେ ନିର୍ଭର କରୁଥିଲେ । ସେସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାଶୀନାଥ ବାରିକଙ୍କ ଝିଅ ଲୋକବନ୍ଦ୍ୟ। ବାରିକ ରଘୁନାଥପୁର ବଜାର ନିକଟ ସୁଧାଭୁମି ଠାରେ ସମ୍ଭବ ହେଲଥ କେଆର ପ୍ରତିଠା କରିଛନ୍ତି ।
ଏଠାରେ ହନୁମାନ ଚାଲିଶା କରାଯାଇ ପୂଜାପାଠ ହେଲାପରେ ମେଡ଼ିସିନ ବିଭାଗ ଡକ୍ଟର ପ୍ରଦୀପ କିଶୋର ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଆବସରପ୍ରାପ୍ତ ଶିକ୍ଷ୍ୟକ ବାବାଜୀ ସାହୂ , ଶିକ୍ଷ୍ୟକ ଜୟପ୍ରକାଶ ପଣ୍ଡା, ଭଗବାନ ଜେନା ଅକ୍ଷୟ କୁମାର ସାହୁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ।ଶ୍ରୀମତୀ ବାରିକ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ (ଜଗତସିଂହପୁର /ଭାସ୍କର ପଟ୍ଟନାୟକ)















